>>
  • କ୍ରାନ୍ତିପଡା ରେ ନଳକୂଅ ଦୀର୍ଘ ଦିନ ହେଲା ଅଚଳ
  • >>
  • ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି
  • >>
  • ଭାଗବତରେ ସମାଜ ଶିକ୍ଷା : ଆଲୋଚନା ଚକ୍ର ଅନୁଷ୍ଠିତ
  • >>
  • ମାଫିଆଙ୍କ ଲୋଲୁପ ଦୃଷ୍ଟିରୁ ବର୍ତ୍ତୀ ପାରୁନାହିଁ ସରକାରି ଜମି ; ସାମାଜିକ ଅନୁଷ୍ଠାନର ଜମି ଜବରଦଖଲ ଅଭିଯୋଗ
  • >>
  • ବାଳିକା ସଚେତନତା ଶିବିର ଅନୁଷ୍ଠିତ
  • >>
  • ଜଟଣୀରେ ଜଳ ଯୋଗାଣ ବିପର୍ଯ୍ୟସ୍ଥ ; ବର୍ଷା ଦିନେ ଆସୁଛି ଗୋଳିଆ ପାଣି
  • >>
  • ୭୯ ତମ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ
  • >>
  • ସାକ୍ଷୀଗୋପାଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ, ୨୫୩ ପ୍ରକଳ୍ପ ରୁ ୫୪ଟି ପ୍ରକଳ୍ପ ସଙ୍କୁଳସ୍ତରକୁ ମନୋନୀତ
  • >>
  • ଇଣ୍ଡିଆ ବୁକ୍ସ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇଲେ ୨୦ ମାସର ଶିଶୁକନ୍ୟା 'ଶ୍ରେୟାଶିଂ'
  • >>
  • ଆସାମୀକୁ ଗିରଫ କରିବା ଦାବିରେ ; ଗଡିଶାଗୋଦା ଥାନା ସମ୍ମୁଖରେ ମହିଳା ମାନେ ଧାରଣା ଦେଲେ
  • >>
  • ମନ୍ଦିରର ତାଲା ଭାଙ୍ଗି ଦୁବୁର୍ତ୍ତ ଠାକୁରାଣିଙ୍କ ଆଖି ତାଡିନେବା ସହିତ ସମସ୍ତ ଆସବାସପତ୍ର ଲୁଟିନେଲେ
  • >>
  • ଶିକ୍ଷକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ
  • >>
  • ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଚଢ଼ଉ, ୧୯ ଗିରଫ
  • >>
  • ମାତିଲେଣି ଆତ୍ମ ଘୋଷିତ ସାମ୍ବାଦିକ , ମିଛ ଖବର ଛାପି ନିରୀହ ବ୍ୟକ୍ତିଙ୍କୁ କରୁଛନ୍ତି ବିଭ୍ରାଟ
  • >>
  • ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳରେ ଏଟିଭିଏମ ବ୍ୟବହାରରେ ପ୍ରଭାବଶାଳୀ ବୃଦ୍ଧି
  • ସତ୍ୟବାଦୀର ବିଜେଡି ପ୍ରାର୍ଥୀ ସଞ୍ଜୟ ଦାସବର୍ମା ପ୍ରାର୍ଥୀପତ୍ର ଦାଖଲ କଲେ ; ଦଶ ହଜାରରୁ ଅଧିକ ମଟର ସାଇକେଲ ରୋଡ ଶୋ କଲେ





    ସାକ୍ଷୀଗୋପାଳ,--- ଗଣତନ୍ତ୍ରର ମହାପର୍ବ ହେଉଛି ନିର୍ବାଚନ । ପୁରୀ ଲୋକସଭା ଅଧୀନ ସତ୍ୟବାଦୀ ବିଧାନସଭା ପାଇଁ ବିଜେଡି ଦଳର ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଆଜି ହଜାର ହଜାର ମହିଳା ଯୁବକ ମାନଙ୍କୁ ସାଙ୍ଗରେ ଧରି କଣାସ ବ୍ଳକର ସୁନାଖେରା ଗ୍ରାମ ଠାକୁରାଣୀଙ୍କୁ ପୂଜାର୍ଚ୍ଚନା କରିବା ପରେ କଣାସ ବଜାର ଛକ କୁଞ୍ଜେଶ୍ୱରୀ ଠାକୁରାଣୀଙ୍କ ଠାରୁ ମଟର ସାଇକେଲ ର‌୍ୟାଲିରେ ସାକ୍ଷୀଗୋପାଳ ମନ୍ଦିର ଠାରେ ପହଞ୍ଚଥିଲେ । ସାକ୍ଷୀଗୋପାଳ ମନ୍ଦିର ଠାରେ ଅପେକ୍ଷା ରତ ୨୪ ଗୋଟି ଗ୍ରାମ ପଞ୍ଚାୟତରୁ ବିଜେଡିର ହଜାର ହଜାର ଯୁବକ ମହିଳା କର୍ମୀ ମାନେ ଘୋଡା, ସମ୍ବଲପୁରୀ ସହିତ ଡିଜେ ଓ ଶଙ୍ଖନାଦ କରି ଖରାକୁ ଖାତିରି ନ କରି ଦଳୀୟ ସଂଗୀତରେ ନାଚ କରିବା ସହିତ ବିଭିନ୍ନ ନାରାବାଜି ଦେଇ ଦଳୀୟ ପତାକା ହାତରେ ଧରି ରୋଡ ଶୋ କରିଥିବାର ଦେଖାଯାଇଥିଲା । କଣାସରୁ ଶ୍ରୀ ବର୍ମା ଏଠାରେ ପହଞ୍ଚିବା ପରେ ସାକ୍ଷୀଗୋପିନାଥଙ୍କୁ ପୂଜାର୍ଚ୍ଚନା କରି ପ୍ରଭୁ ସାକ୍ଷୀଗୋପିନାଥ ଓ ମା ରାଧାରାଣୀଙ୍କ ଠାରୁ ଆର୍ଶିବାଦ ନେଇ ଅପେକ୍ଷା ରତ ବିଜେଡି କର୍ମୀ ମାନଙ୍କ ଗହଣରେ ଏକ ଖୋଲା ଜିପିରେ ରୋଡ ଶୋ କରିଥିଲେ ।  ସାକ୍ଷୀଗୋପାଳ ବଜାର ଦେଇ ଏହି ଶୋଗାଯାତ୍ରା ଯିବା ସମୟରେ ବଜାର ଗହଳି ହୋଇ ପଡିଥିଲା ।ଯାହାକି ପ୍ରାୟ ଦୁଇ କିଲୋମିଟର ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ଲାଗି ରହିଥିଲା । ବିରୋଧି ଦଳର କର୍ମୀ ମାନଙ୍କର ଆଖି ଟେରା ହୋଇଯାଇଥିଲା । ଏହି ଶୋଭାଯାତ୍ରାରେ ଶ୍ରୀ ଦାସବର୍ମାଙ୍କ ସହିତ ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ ଓ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ରହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟବାଦୀ ବ୍ଳକ ସଭାପତି ପ୍ରମୋଦ ରାଉତରାୟ, ଯୁବ ସଭାପତି ଶରତ ରାଉତରାୟ, ଯୁବ ସମ୍ପାଦକ ସୁବାଷ ପ୍ରଧାନ,  ସତ୍ୟବାଦୀ ବ୍ଳକ ବିଜେଡି ଛାତ୍ର ସଭାପତି ଦୀନେଶ ମହାପାତ୍ର, ସମ୍ପାଦକ ହଟ କିଶୋର ବାରିକ, ମିଡିଆସେଲର ସଂଯୋଜକ ତୁଷାର ରଞ୍ଜନ ନାୟକ, ସତ୍ୟବାଦୀ ବ୍ଳକର ପୂର୍ବତନ ବ୍ଳକ ଅଧ୍ୟକ୍ଷ ପ୍ରହଲ୍ଲାଦ ଘଟୁଆରୀ, ପ୍ରେମାନନ୍ଦ ବେହେରା, ଦୁଗଲ ଗ୍ରାମ ପଞ୍ଚାୟତର ସଭାପତି ପ୍ରକାଶ ଖଟେଇ, ଆତ୍ମାର ପୂର୍ବତନ ସଭାପତି ରାମଚନ୍ଦ୍ର ମହାନ୍ତି , ବ୍ଳକ ମହିଳା ନେତ୍ରୀ ପୁଷ୍ପାଞ୍ଜଳି ବିଶ୍ୱାଳ, ସଭାନେତ୍ରୀ କନକଲତା ପଣ୍ଡା, ଲକ୍ଷ୍ମୀପିୟା ଦାଶ, ପେଣ୍ଠପଡା ପଞ୍ଚାୟତର ସରପଞ୍ଚ ଚିନ୍ମୟ ରାଉତ, ସମିତିସଭ୍ୟ ସୁମନ୍ତ ଘଟୁଆରୀ, ପୂର୍ବତନ ସରପଞ୍ଚ ଦେବେନ୍ଦ୍ର ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସୁରେଶ ସାହୁ, ସ୍ୱାଧୀନ ଭାରତ ଜେନା, ଜୟପୁର ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଦେବଦତ୍ତ ସାମନ୍ତରାୟ , ଦେବାଶିଷ ରାୟ, ଟୁକୁନା ଦାଶ, ପ୍ରଶାନ୍ତ ମହାପାତ୍ର ସହିତ କଣାସ ବ୍ଳକ ଅଧ୍ୟକ୍ଷ ପ୍ରଭାତୀ ପରିଡା, ପୂର୍ବତନ ବ୍ଳକ ଅଧ୍ୟକ୍ଷ ସୁଶୀଳ କୁମାର ରାଉତ, ଶିଖର ବାରିକ, ପ୍ରସନ୍ନ ପଟ୍ଟନାୟକଙ୍କ ସହିତ ବିଭିନ୍ନ ପଞ୍ଚାୟତରୁ ଆସିଥିବା ଜନପ୍ରତିନିଧି ଓ ବିଜେଡି ଦଳର ଆଗ ଧାଡିର କର୍ମୀ ମାନେ ସାମିଲ ହୋଇଥିବାର ଦେଖାଯାଇଥିଲା । ଖରାକୁ ନର୍ଜର କରି ଦଳ ପକ୍ଷରୁ କର୍ମୀ ମାନଙ୍କ ପାଇଁ ଥଣ୍ଡା ପାନୀୟଜଳ ସହିତ ଦହିପଣାର ବ୍ୟବସ୍ଥା କରାଯାଇଥିଲା । ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ଯଦି ବିଜେଡି ଦଳକୁ ଏପରି ଜନସମର୍ଥନ ମିଳୁଛି ତା ହେଲେ ନିର୍ବାଚନ ସମୟରେ ରୋଡଶୋରେ କେତେ ଲୋକ ହେବେ ତାହା ସାଧାରଣ ଭୋଟର ମାନଙ୍କ ମନରେ ପ୍ରଶ୍ନଉଠିଛି । ଏଥିରୁ ପ୍ରମାଣ ମିଳିଛି ଯେ ବିଜେଡି ଦଳକୁ ବିପୁଳ ଜନସମର୍ଥନ ରହିଛି । ମୁଖ୍ୟମନ୍ତ୍ରୀ ଭାବେ ୬ଷ୍ଠ ଥର ନବୀନ ପଟ୍ଟନାୟକ ହେବା ସହିତ ଓଡିଶରେ ନିଶ୍ଚୟ ଯୋଡିଶଙ୍ଖ ବାଜିବ ଏବଂ ସତ୍ୟବାଦୀରେ ଶଙ୍ଖ ଚିହ୍ନର ଜୟଯୁକ୍ତ ହେବ ବୋଲି ଶ୍ରୀ ବର୍ମା କହିଛନ୍ତି ।



    ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୯/୪/୨୦୨୪----୭,୨୫   Sakhigopal News---29/4/2024

    Blog Archive

    Popular Posts