Breaking News

ଧାନ ବିଲକୁ ତୁରନ୍ତ ପାଣି ଯୋଗାଇ ଦେବାପାଇଁ ଦାବି


ବରଗଡ଼ ---- ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଜଳସେଚନ ବିଭାଗ ଅଧୀନରେ ଥିବା ସଂକ୍ରିଡା ପଞ୍ଚାୟତ ର ଟାଙ୍ଗରପାଲି, ଥାପାପାଲି , ଲୋଇସିରା ଓ ଅରଯୁଂଡା ପଞ୍ଚାୟତର ବଘିଆପାଲି, ଭେଜିପାଲି ରେ କେନାଲ ପାଣି ଘୋର ଅଭାବ ଦେଖାଦେଇଛି। ଗତକାଲି ଭେଡେନ ବ୍ଲକ ରୁ ୨ନଂ ଜିଲ୍ଲା ସଭ୍ଯ ସତ୍ଯଜିତ ପୁରୋହିତଙ୍କ ନେତୃତ୍ବରେ ଏକ ଚାଷୀ ପ୍ରତିନିଧି ଦଳ ରେମଣ୍ଡା ଜଳସେଚନ ବିଭାଗ ଜେଇ ଓ ଅତାବିରା ଏସଡିଓଙ୍କୁ ଦେଖାକରି ଧାନ ବିଲକୁ ତୁରନ୍ତ ପର୍ଯ୍ଯାପ୍ତ ପରିମାଣ ରେ କେନାଲ ପାଣି ଯୋଗାଇବା ଓ ରୋଟେସନ୍ ବନ୍ଦ କରି ନିରବଛିନ୍ନ ଭାବରେ କେନାଲ ପାଣି ଯୋଗାଇବା ପାଇଁ ଅନୁରୋଧ କରିଥିଲେ। ଚାଷ ଜମି କୁ ଦେଖିବା ପାଇଁ ଜନପ୍ରତିନିଧି ଓ ଜଳସେଚନ ଅଧିକାରୀ ମାନେ ଆସିଥିଲେ । ଉଚିତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଉପସ୍ଥିତ ଚାଷୀ ମାନଙ୍କୁ ଦେଇଥିଲେ। ଏହି ସମୟରେ ସିତାରାମ ବିଶି ସମେତ ବହୁ ଚାଷୀ ଉପସ୍ଥିତ ଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୬/୪/୨୦୨୪----୭,୧୦ Sakhigopal News,26/4/2024

Popular Posts