Breaking News

ପୂର୍ବ ଓଡିଶା ଧନୁଯାତ୍ରାର ପ୍ରସ୍ତୁତି ବୈଠକ , ମେ, ୭ରୁ ମଦନମୋହନ ଦେବଙ୍କ ପୂର୍ବ ଓଡିଶା ଧନୁଯାତ୍ରା ମହୋତ୍ସବ



ଜଟଣୀ---- ଶ୍ରୀ ଶ୍ରୀ ମଦନ ମୋହନ ନାଟ୍ୟ କଳା ସଂସଦ ଆନୁକୂଲ୍ୟରେ ଜଟଣୀ ନିକଟ ପାତ୍ରପଡା ମଦନମୋହନ ଦେବଙ୍କ ପୂର୍ବ ଓଡିଶା ଧନୁଯାତ୍ରା ମେ ମାସ ୭ ତାରିଖରୁ ଆରମ୍ଭ ହେବ। ମେ ମାସ ୭ରୁ ୧୭ ତାରିଖ ପର୍ଯ୍ୟନ୍ତ ୭ଦିନ ବ୍ୟାପି ମଦନମୋହନ ଙ୍କ ପ୍ରତିଷ୍ଠା ଦିବସ ଅବସରରେ କୃଷ୍ଣ ରାସଲୀଳା ସମେତ ଧନୁଯାତ୍ରା ଅନୁଷ୍ଠିତ ହେବ ବୋଲି ଆଜି ସ୍ଥାନୀୟ ପାତ୍ରପଡା ଧନୁଯାତ୍ରା ପଡ଼ିଆରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଧନୁଯାତ୍ରା କମିଟି ପକ୍ଷରୁ ସୁଚନା ଦିଆଯାଇଛି। ବିଗତ ଦୁଇ ବର୍ଷ ଧରି ମହାମାରୀ କରୋନା ଯୋଗୁଁ ଏହି ଧନୁଯାତ୍ରା ଉତ୍ସବ ସ୍ଥଗିତ ରହିଥିଲା। ଗତବର୍ଷ ମଦନମୋହନ ନିକଟରେ କୃଷ୍ଣ ଲୀଳା ଆୟୋଜନ କରାଯାଇ ପରମ୍ପରାକୁ ଉଜିବିତ ରଖାଯାଇଥିଲା।ମାତ୍ର ଚଳିତ ବର୍ଷ ଏହି ଧନୁଯାତ୍ରା ଉତ୍ସବକୁ ଧୁମଧାମରେ ପାଳନ କରିବା ପାଇଁ କମିଟି ପକ୍ଷରୁ କୁହାଯାଇଛି। ତେବେ ମଦନମୋହନଙ୍କ ଏହି ୩୫ତମ ରାସଲୀଳା ଓ ଧନୁଯାତ୍ରା ଅବସରରେ ମିନାବଜାର, ସର୍କସ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ଆତସବାଜି,ଅପେରା, ବିଭିନ୍ନ ପ୍ରକାର ସରକାରୀ ଓ ବେସରକାରୀ ଷ୍ଟଲ ଆଦି ପ୍ରଦର୍ଶିତ କରାଯିବ। ପ୍ରତିଦିନ କାର୍ଯ୍ୟକ୍ରମ ସମୟରେ ବିଭିନ୍ନ ବର୍ଗର ରାଜନୈତିକ ବ୍ୟକ୍ତିବିଶେଷ, ସାହିତ୍ୟିକ, ଐତିହାସିକ, ଶାସକ ତଥା ପ୍ରଶାସକମାନଙ୍କୁ ନେଇ ସଭା କାର୍ଯ୍ୟ ସମ୍ପାଦନ ହେବ। ସେହି ପରି ବିଭିନ୍ନ ବର୍ଗର ଲୋକମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମର୍ଦ୍ଧିତ କରାଯିବ ବୋଲି କୁହାଯାଇଛି। ଏହି ଧନୁଯାତ୍ରା ପାରମ୍ପରିକ ରୀତିନୀତିରେ ଆୟୋଜିତ ହେବ। ଧନୁଯାତ୍ରା ଲାଗି ଶୁଭ ଖୁଣ୍ଟି ପଡିବା ପୂର୍ବରୁ ଜଗତର ନାଥ ଜଗନ୍ନାଥଙ୍କ ନିକଟରୁ ଆଜ୍ଞାମାଳ ଅଣାଯିବ। ଏହି ଆଜ୍ଞାମାଳକୁ ପୁରୀରୁ ପିପିଲି  ସହର ପରିକ୍ରମା କରି ଧନୁଯାତ୍ରା ପଡିଆ ଠାରେ ପହଞ୍ଚିବ। ସେହି କ୍ରମରେ ଜଟଣୀ ନିକଟସ୍ଥ କୁମାରଖାତିଆ ଗ୍ରାମରୁ ଧନୁ ପାରମ୍ପରିକ ରୀତିରେ ଅଣାଯିବ। ଏହି ଉତ୍ସବରେ ପ୍ରତିଦିନ ହଜାର ହଜାର ସଂଖ୍ୟକ ଲୋକମାନଙ୍କ ଭିଡ଼ ପରିଲକ୍ଷିତ କୁ ଦୃଷ୍ଟିରେ ରଖି ପ୍ରଶାସନ ଓ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ବୋଲି ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଆଜିର ଏହି କାର୍ଯ୍ୟକ୍ରମ ରେ ଧନୁଯାତ୍ରା କମିଟି ସଭାପତି ମନମୋହନ ରାଉତରାୟ, ଉପସଭାପତି ଅଭିମନ୍ୟୁ ପ୍ରଧାନ,ସମ୍ପାଦକ ଅଶୋକ ମଙ୍ଗରାଜ, ସହସମ୍ପଦକ ଜୟନ୍ତ ପଲେଇ,କୋଷାଧ୍ୟକ୍ଷ କେଳୁଚରଣ ସାହୁ,ପଦ୍ମଚରଣ ପ୍ରଧାନ, ତାରେଶ୍ୱର ସ୍ବାଇଁ, ଲଲାଟେନ୍ଦୁ ବେବର୍ତା, ମନୋଜ କୁମାର ସାହୁ, ପ୍ରମୋଦ କୁମାର ଦାସ, କେଦାରନାଥ ଦଳାଇ, ଲକ୍ଷ୍ମୀଧର ବିଶ୍ୱାଳ, ରମେଶ ପ୍ରଧାନ, କେଦାରଶ୍ୱରମହାପାତ୍ର, ବିଜୟ ବେବର୍ତା ଓ ପ୍ରତାପ ସ୍ବାଇଁଙ୍କ ସମେତ  କମିଟିର ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ରହିଥିଲେ । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୩/୪/୨୦୨୪----୭,୩୫ Sakhigopal News,13/4/2024

Popular Posts