Breaking News

ଜଟଣୀ ପୌରପରିଷଦର ପ୍ରାକ୍ତନ ଉପାଧ୍ୟକ୍ଷଙ୍କ ପରଲୋକ



ଜଟଣୀ : ଜଟଣୀ ବଡ଼ ନୂଆଗାଁ ନିବାସୀ ତଥା ଜଟଣୀ ପୌରପରିଷଦର ପ୍ରାକ୍ତନ ଉପାଧ୍ୟକ୍ଷ ବରିଷ୍ଟ ନାଗରିକ ମଞ୍ଚ ଜଟଣୀର ପୂର୍ବତନ ସଭାପତି, ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତିର ଅଧକ୍ଷ ତଥା ସମାଜସେବୀ  ପ୍ରଫୁଲ୍ଲ ବିଶ୍ୱାଳ (ପହଲି) ଙ୍କ ୭୭ ବର୍ଷ ବୟସରେ ନିଜ ବାସଭବନରେ ଦେହାନ୍ତ ହୋଇଯାଇଛି l ସ୍ଵର୍ଗତଃ ବିଶ୍ଵାଳ ଜଟଣୀର ଜଣେ ଵର୍ଷିଆନ ରାଜନୈତିଜ୍ଞ, କଳାକାର,ଆଧ୍ୟାତ୍ମବାଦୀ,ସଂଗଠକ, ଜଟଣୀ ଅଞ୍ଚଳର ବିକାଶଵାଦୀ ,ସରଳ ଓ ଅମାୟିକ ତଥା ରାମ ନାଟକ କଳାକାର ଥିଲେ l ତାଙ୍କ ଦେହାନ୍ତ ଖବର ପାଇ ମରଶରୀରର ଶେଷ ଦର୍ଶନ ନିମନ୍ତେ ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟ, ସନ୍ତୋଷ ଜେନା, ଲୁଲୁ ବଡଜେନାଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ l ଗ୍ରାମ ଶ୍ମସାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା l ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବନମାଳି ପାଠାଗାର କମିଟି ଓ ସାଇ ଦରବାର ପକ୍ଷରୁ ସନ୍ଧ୍ୟା ସମୟରେ ଏକ ଶୋକ ସଭାର ଆୟୋଜନ କରାଯିବା ସହିତ ସାଇଙ୍କ ମନ୍ଦିରରେ ଦୀପ ପ୍ରଜ୍ବଳନ କରାଯାଇ ଅମର ଆତ୍ମାର ସଦଗତି କାମନା କରାଯାଇଥିଲା l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୮/୪/୨୦୨୪----୫,୪୫ Sakhigopal News,28/4/2024

Blog Archive

Popular Posts