Breaking News

ସତ୍ୟବାଦୀରେ ବିଜେଡି ଦଳ ପକ୍ଷରୁ ଦୁଇଟି ପଞ୍ଚାୟତରେ କର୍ମୀ ବୈଠକ ; ଜନସମର୍ଥନ ଦେଖି ବିଜେପି ନେତା ଓ କର୍ମୀ ଛାନିଆ



ସାକ୍ଷୀଗୋପାଳ----- ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ନେତାଙ୍କ ଠାରୁ କର୍ମୀ ମାନେ ସେତିକି ଚଳଚଞ୍ଚଳ ହୋଇପଡିଛନ୍ତି । ପୁରୀ ଜିଲ୍ଲାର ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ବିଜେଡି ତାର ପ୍ରଚାର ପ୍ରସାର କରିବା ସହିତ କର୍ମୀ ବୈଠକକୁ ଯୋରସୋର କରିଛି । ଅନ୍ୟ ପକ୍ଷେ କର୍ମୀ ବୈଠକରେ ବିଜେଡି ଦଳକୁ ଲୋକମାନଙ୍କର ସମର୍ଥନ ଦେଖି ବିଜେପି ନେତା ଓ ବିଜେପି କର୍ମୀ ମାନେ ଏବେ ଠାରୁ ଛାନିଆ ହୋଇପଡିଲେଣି । କର୍ମୀ ବୈଠକ ହେବା ସହିତ ଯେଉଁମାନେ ବିଜେପି ଦଳକୁ ସମର୍ଥନ କରୁଥିଲେ ଏବେ ସେମାନେ ବିଜେଡି ଦଳର ପ୍ରାର୍ଥୀଙ୍କୁ ସମର୍ଥନ କରୁଥିବା ଦେଖାଯାଉଛି । ଯାହାକୁ ନେଇ ବିଜେପି ଦଳର ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଓ କର୍ମୀ ମାନଙ୍କର ମୁଣ୍ଡ ବିନ୍ଦାର କାରଣ ସାଜିଛି । ବିଜେଡି ଦଳ ପକ୍ଷରୁ ସାରଙ୍ଗଯୋଡି ଓ ବଳପୁର ଗ୍ରାମ ପଞ୍ଚାୟତର ସାଗରସ୍ନାନ ମେଳଣ ପଡିଆରେ ଏକ କର୍ମୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଜେଡି ଦଳର ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସ ବର୍ମା ସଭା ସ୍ଥଳକୁ ଯିବା ସମୟରେ ଗ୍ରାମ ରାସ୍ତାରେ ମହିଳା ଓ ଯୁବ ଗୋଷ୍ଠୀ ମାନେ ବାଜା ଓ ଶଙ୍ଖ ବଜାଇ ହୁଳହୁଳି ଓ ଫୁଲମାଲ ଦେଇ ଏକ ପଟୁଆରେ ପାଛୋଟି ନେଉଥିବାର ଦେଖାଯାଇଥିଲା । ବିଶେଷ କରି ବିଜେଡି ଦଳର ପ୍ରାର୍ଥୀ ମତୋ ଏଠାରେ କାହିଁକି କରାଯାଇଛି ବୋଲି ଆପଣ ମାନଙ୍କ ମନରେ ଯେଉଁ ପ୍ରଶ୍ନ ଉଠିଛି ତାହା ଆଜି ଦୁର ହେବ । ବିଜେଡି ଦଳର ସଭାପତି ତଥା ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁଣ୍ୟ ମାଟିର ସେବା କରିବା ପାଇଁ ଏଠାରେ ମତେ ପ୍ରାର୍ଥୀ କରିଛନ୍ତି । ଏଣୁ ଆପଣ ମାନେ କାହା କଥାକୁ ନ ଣୁଣି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ମୋ ସହିତ ଣହିବା ସହ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଶ୍ରୀ ବର୍ମା ନିବେଦନ କରିଥିଲେ । ବିରୋଧି ଦଳ ଏବେ ଛାନିଆ ହୋଇ ପଡିଲେଣି । କରିବେ କ’ଣ । ବିଜେପି ଦଳର କର୍ମୀ ଓ ଆଗ ଧାଟିର କର୍ମୀ ମାନେ ନିଜ ଦଳ ଛାଡି ଅନ୍ୟ ଦଳକୁ ପଳାଉଛନ୍ତି । ସେମାନଙ୍କ କଥାକୁ ବିଶ୍ୱାସ ନ କରିବା ପାଇଁ କହିଥିଲେ । ବିଜେଡି ସରକାରଙ୍କ ସମୟରେ ହୋଇଥିବା କାମ ଓ ସତ୍ୟବାଦୀର ଉନ୍ନତି ସମ୍ପର୍କେ ମତ ରଖିଥଲେ । ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ପେଣ୍ଠପଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ଦେବେନ୍ଦ୍ର ମହାପାତ୍ର, ପୂର୍ବତନ ବ୍ଳକ ଅଧ୍ୟକ୍ଷ ପ୍ରେମାନନ୍ଦ ପାତ୍ର, ପ୍ରହଲ୍ଲାଦ ଘଟୁଆରୀ, ଦେବାଶିଷ ରାୟ, ବେବିଲାଲ ମିଶ୍ର, ଦିବ୍ୟସିଂହ ପ୍ରଧାନ, ଦୁର୍ଗେଶ ମିଶ୍ର, ମାନସ ମହାରଣା, ପଅକାଶ ପ୍ରଧାନ, ତ୍ରିପାଥ ମହାପାତ୍ର, ମନୋଜ ପଣ୍ଡା, ଗୋପାଳ ଚନ୍ଦ୍ର ପଣ୍ଡା, ଲିଙ୍ଗରାଜ ସାହୁ, ଲକ୍ଷ୍ମୀପିୟା ଦାସ, ପୁଷ୍ପାଞ୍ଜଳି ବିଶ୍ୱାଳ, ସ୍ୱାଧୀନ ଭାରତ ଜେନା, ସୁରେଶ ସାହୁ ପ୍ରମୁଖ ବୈଠକରେ ଉପସ୍ଥିତ ରହିଥିଲେ । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୪/୨୦୨୪----୮,୨୫

Popular Posts