Breaking News

ସତ୍ୟବାଦୀରେ ବକୁଳବନ ମହୋତ୍ସବ ଅନୁଷ୍ଠିତ ;ଓଡିଆ ଭାଷା, ପରମ୍ପରା, ଜାତି ଓ ଦେଶକୁ ଯେଉଁମାନେ ଭଲ ପାଇଥିଲେ ସେମାନେ ହେଉଛନ୍ତି ସେହି ପଞ୍ଚସଖା

 


ସାକ୍ଷୀଗୋପାଳ --- ଓଡିଆ ଭାଷା, ପରମ୍ପରା, ଜାତି ଓ ଦେଶକୁ ଯେଉଁମାନେ ଭଲ ପାଇଥିଲେ ସେମାନେ ହେଉଛନ୍ତି ସେହି ପଞ୍ଚସଖା  ମହାପୁରଷ । ସେମାନଙ୍କ କଥାକୁ ମନେ ପକାଇବା ବା ସେମାନଙ୍କ ସ୍ମୃତି ଚାରଣ କରିବା ପାଇଁ ବକୁବଳନ ମହୋତ୍ସବ ପାଳନ କରାଯାଉଛି । ଅନେକ ଯାଗାରେ ଅନେକ ମହୋତ୍ସବ କରାଯାଉଛି ସବୁଠାରେ ସଭା ସମିତିସହିତ ନିଶ୍ଚିତ ଭାବେ ସଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି । ମାତ୍ର ବକୁବଳନ ମହୋତ୍ସବର ପାଳନ ହେଉଛି ସେହି ମହାପୁରଷ ସତ୍ୟବାଦୀର ଓଡିଆ ଭାଷା, ପରମ୍ପରା ସହିତ ବିଦେଶୀ ମାନଙ୍କ ଠାରୁ ଦେଶକୁ ଛଡାଇ ଆଣିବା ପାଇଁ ନେଇଥିଲେ ସକଳ୍ପ ସେହି ପଞ୍ଚସଖାଙ୍କ କଥା ଓ ସ୍ମୃୁତିଗାନ କରିବା ବୋଲି ବକୁବଳନ ମହୋତ୍ସବ କମିଟିର ପ୍ରତିଷ୍ଠାତା ତଥା ଲେଖକ ତଥା କବି ସଚ୍ଚିକାନ୍ତ ବିଶ୍ୱାଳ ଅତିଥି ଭାବେ ଯୋଗ ଦେଇ କହିଥିଲେ । ଅନ୍ୟତମ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଫେସର ଶରତ ଚନ୍ଦ୍ର ରଥ, ପ୍ରଫେସର ପ୍ରତିଭା ମହାରଥୀ, ଯୋଗ ଦେଇ ପଞ୍ଚସଖା ହେଉଛନ୍ତି ଓଡିଆ ସାହିତ୍ୟର ଭୀଷ୍ମମହ । ବନବିଦ୍ୟାଳୟ କହିଲେ ପୃଥିବୀର ଗୋଟିଏ ସ୍ଥାନ ତା ହେଉଛି ସାକ୍ଷୀଗୋପାଳର ପଞ୍ଚସଖାଙ୍କ ଦ୍ୱାରା ପ୍ରତିଷ୍ଠିତ ବନବିଦ୍ୟାଳୟ ବୋଲି ମତ ପ୍ରକାଶ କରିଥିଲେ । ବକୁବଳନ ମହୋତ୍ସବ କମିଟିର ସ୍ଥାୟୀ ସଭାପତି ସାଧୁଚରଣ ବେହେରା  ଅନୁଷ୍ଠିତ ସଭାରେ ସଭାପତିତ୍ୱ କରିଥିଲେ । ଡ. ଯୋଗେନ୍ଦ୍ର ନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିକ୍ଷକ ଲକ୍ଷ୍ମୀନାରାୟଣ ପାଣି ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଶିକ୍ଷୟତ୍ରୀ ସୁଜତା ଦେବୀଙ୍କ ଦ୍ୱାରା ରଚିତ ସହିଦଦେବାଶିଷ ବିଶ୍ୱାଳଙ୍କ ଉପରେ ଆଧାରିତ କବିତା ପୁସ୍ତକ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ କରାଯାଇଥିଲା । ଅନୁଷ୍ଠାନ ପକ୍ଷରୁ ଅତିଥି ମାନଙ୍କୁ ପୁଷ୍ପଗୁଛ ଓ ଉପଢ଼ୌକନ ଦେଇ ସ୍ମଦ୍ଧିତ କରାଯାଇଥିଲା । ସେହିପରି ସାକ୍ଷୀଗୋପାଳ ମେଡିକାଲର ଡାକ୍ତର ସୁଭାଶିଷ ଦାସଙ୍କୁ ସେବାପାଇଁ ସ୍ୱର୍ଣ୍ଣ ପଦକ ଓ ମାନପତ୍ର ଦେଇ ସମ୍ମଦ୍ଧିତ କରାଯାଇଥିବା ବେଳେ ପେଣ୍ଠପଡା ସରପଞ୍ଚ ଚିନ୍ମୟ ରାଉତ ଶିକ୍ଷକ ଅନିଲ କୁମାର ମହାପାତ୍ର, ନୀଳକଣ୍ଠ ପ୍ରଧାନ,  ବସନ୍ତ କୁମାର ସ୍ୱାଇଁ , କୃପାନିଧିô ପ୍ରଧାନ , ପବିତ୍ର କୁମାର ପରିଡା ସାମ୍ବାଦିକ ବିଶ୍ୱଜିତି ପଟ୍ଟନାୟକ, ହିମାଶୁଂ ମହାପାତ୍ର, ତ୍ରିପାଥ ମଲିକପ୍ରମୁଖଙ୍କୁ ମାନପତ୍ର ଦେଇ ସମ୍ମାଦ୍ଧିତ କରାଯାଇଥିଲା । ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଧୀରେଞ୍ଜନ ବିଶ୍ୱାଳ, ପ୍ରଶାନ୍ତ କୁମାର ବିଶ୍ୱାଳ, ଭୀମସେନ ଜେନା ଓ ପିୟନାଥ ପ୍ରଧାନ, ବିଶାଖା ଦେବୀ , ନୀଳିମା ରଥ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ  ।  ବିଜୟ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୪/୨୦୨୪---୭,୨୫   Sakhigopal News---24/4/2024

Popular Posts