ନାମାଙ୍କନ ପତ୍ର ଭରିଲେ ବିଜେଡି ବିଧାୟକ ପାର୍ଥୀ ବିଭୂତି ଭୂଷଣ ବଳବନ୍ତରାୟ
ଜଟଣୀ : ଜଟଣୀ ନିର୍ବାଚନ ମଣ୍ଡଳୀର ବିଧାନସଭା ଆସନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି ବିଭୁତି ଭୂଷଣ ବଳବନ୍ତରାୟ l ମେ ୨୫ ରେ ତୃତୀୟ ପର୍ଯ୍ୟାୟରେ ହେବାକୁଥିବା ମତଦାନ ପାଇଁ ବିପୁଳ ସମର୍ଥକଙ୍କ ସହ ଭୁବନେଶ୍ଵର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଶ୍ରୀ ବଳବନ୍ତରାୟ l ତୃତୀୟ ଥର ପାଇଁ ବିଭୂତି ଏହି ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ୁଛନ୍ତି I ପ୍ରଥମ ଥର ୨୦୦୯ ମସିହାରେ ବିଜୁ ଜନତା ଦଳର ବିଧାୟକ ପାର୍ଥୀ ରୂପେ ନିର୍ବାଚନ ଲଢ଼ି ୧୪,୯୨୩ ଖଣ୍ଡ ମତଦାନ ବ୍ୟବଧାନରେ ଜଟଣୀର ବିଧାୟକ ରୂପେ ନିର୍ବାଚିତ ହୋଇଥିଲେ l ୨୦୧୪ ମସିହାରେ କୌଣସି କାରଣରୁ ବିଜୁ ଜନତା ଦଳ ପକ୍ଷରୁ ତାଙ୍କୁ ଟିକେଟ ମିଳିନଥିଲା l ୨୦୧୯ ମସିହାରେ ପୁନର୍ବାର ବିଜୁ ଜନତା ଦଳର ବିଶ୍ୱାସର ପାତ୍ର ହୋଇ ବିଜୁ ଜନତା ଦଳର ବିଧାୟକ ପାର୍ଥୀ ରୂପେ ନିର୍ବାଚନ ଲଢ଼ି ଜାତୀୟ କଂଗ୍ରେସ ପାର୍ଥୀ ସୁରେଶ କୁମାର ରାଉତରାୟ ଙ୍କ ଠାରୁ କମ ବ୍ୟବଧାନରେ ପରାଜୟ ବରଣ କରିଥିଲେ l ପୁନର୍ବାର ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରିୟଭାଜନ ହୋଇ ଜଟଣୀ ନିର୍ବାଚନ ମଣ୍ଡଳୀର ବିଧାୟକ ପାର୍ଥୀ ରୂପେ ପାର୍ଥୀ ପତ୍ର ଦାଖଲ କରିଛନ୍ତି l ପ୍ରାର୍ଥୀପତ୍ର ଦାଖଲ ବେଳେ ତାଙ୍କ ସହ ଭୁବନେଶ୍ବର ଲୋକସଭା ସଂସଦୀୟ ପ୍ରାର୍ଥୀ ମନ୍ମଥ ରାଉତରାୟ, ଯୁବ ନେତା ବିଘ୍ନେଶ ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ। ରାଜଭବନ ଛକ ଠାରୁ ଜଟଣୀ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ସମସ୍ତ ଛାମୁଆ ସଂଗଠନର କର୍ମକର୍ତ୍ତା ଯେପରିକି ପ୍ରମୋଦ ହରିଚନ୍ଦନ, ଜିଲ୍ଲା ଉପସଭାପତି ଡ ଉମାକାନ୍ତ ପଟ୍ଟନାୟକ, ସୁଦର୍ଶନ ସୁନ୍ଦରାୟ, ଜିଲ୍ଲା ସମ୍ପାଦକ ଅନନ୍ତ ଶତପଥୀ, ବାବୁ ହୋତା , ଆଶୁତୋଷ ପ୍ରତାପ ସିଂହ, ଯୁବ, ଛାତ୍ର, ମହିଳା, ସରପଞ୍ଚ, ସମିତିସଭ୍ୟ, ସଭ୍ୟା, ୱାର୍ଡମେମ୍ବର, ସମସ୍ତ ପଞ୍ଚାୟତ ସଭାପତି, ମ୍ୟୁନିସିପାଲଟି ଅଧ୍ୟକ୍ଷ ଅନନ୍ତ ବେହେରା , ଉପାଧ୍ୟକ୍ଷା ଓ କାଉନସିଲର ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରି ବିରାଟ ପଟୁଆରରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩୦/୪/୨୦୨୪-----୮,୪୫ Sakhigopal News,30/4/2023
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩୦/୪/୨୦୨୪-----୮,୪୫ Sakhigopal News,30/4/2023