Breaking News

ସତ୍ୟବାଦୀ ବିଜେଡି ଯୁବ ସଂଗଠକ ପକ୍ଷରୁ ବନ୍ଧୁ ମିଳନ ଓ ନିର୍ବାଚନୀ ବୈଠକ



 ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ବିଜେଡି ସଭାପତି ଶରତ ରାଉତରାୟଙ୍କ ପକ୍ଷରୁ ଭାର୍ଗବୀ ନଦୀ କୂଳରେ ଏକ ବନ୍ଧୁମିଳନ ସହିତ ୨୦୨୪ ସାଧାରଣ ଲେକସଭା ଓ ବିଧାନ ସଭାରେ ସତ୍ୟବାଦୀରେ ବିଜେଡି ଦଳ କିପରି ୪୦ହଜାରରୁ ଅଧିକ ଭୋଟରେ ଜୟଯୁକ୍ତ ହେବ ସେ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମ୍ପାଦକ ସୁବାସ ପ୍ରଧାନ ଯୋଗଦେଇ ଚଳିତ ନିର୍ବାଚନରେ ଯୁବ ଭୋଟର ହେଉଛନ୍ତି ମାନଦଣ୍ଡ ।  ସତ୍ୟବାଦୀ ବ୍ଳକବିଜେଡି ମିଡିଆ ସେଲର ସଂଯୋଜକ ତୁଷାର ରଞ୍ଜନ ନାୟକ ବୈଠକକୁ ସଂଯୋଜନା କରିବା ସହ ବହୁ ଶିଘ୍ର ୨୪ ଗୋଟି ଗ୍ରାମ ପଞ୍ଚାୟତର ନୁତନ ଯୁବଗୋଷ୍ଠୀଙ୍କୁ ଏହି ଦଳରେ ସାମିଲ କରିବା ପାଇଁ ଏକ ବ୍‌ୁ୍ୟପିଣ୍ଟ ପ୍ରସ୍ତୁତ କରାଯାଇଛି । ବିଶେଷ କରି ସତ୍ୟବାଦୀରେ ବିଜେଡି ଦଳର ନୂତନ ପ୍ରାର୍ଥୀ ସଞ୍ଜୟ କୁମାର ଦାସବର୍ମାଙ୍କୁ ୪୦ ହଜାରରୁ ଅଧିକ ଭୋଟରେ ଜୟଯୁକ୍ତ କରିବା ପାଇଁ ପ୍ରତି ପଞ୍ଚାୟତରେ ଯୁବଗୋଷ୍ଠୀ ମାନେ ଶପଥ ନେଇଥିବା ଜଣାପଡିଛି । ସତ୍ୟବାଦୀ ବ୍ଳକର ୨୪ ଗୋଟି ଗ୍ରାମ ପଞ୍ଚାୟତର ନୂତନ ଯୁବ ଭୋଟର ମାନଙ୍କ ପାଖରେ ବିଜେଡି ଦଳର ସୁପ୍ରମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନକାୟଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସମ୍ପର୍କେ ଅବଗତ କରାଇବା ସହ ସେମାନଙ୍କ ପାଖରେ ଏହି ବାର୍ତ୍ତା ପହଞ୍ଚାଇବା ପାଇଁ ବହୁ ଶିଘ୍ର ଏକ ବୈଠକ କରାଯିବା ପାଇଁ ନିସ୍ପତି ଗ୍ରହଣ କରାଯାଇଛି ବୋଲି ମିଡିଆ ସେଲର ସଂଯୋଜକ ଶ୍ରୀ ନାୟକ କହିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୪/୨୦୨୪----୮,୨୫  Sakhigopal News, 19/4/2024

Popular Posts