Breaking News

ଗୋପବନ୍ଧୁଙ୍କ ଷଠିଘରେ ଶ୍ରଦ୍ଧାଞ୍ଜଳି ଓ ସାକ୍ଷୀଗୋପିନାଥଙ୍କୁ ପୂଜାର୍ଚ୍ଚନା କଲେ କଂଗ୍ରେସର ଲୋକସଭା ପ୍ରାର୍ଥୀନୀ ସୁଚରିତା ମହାନ୍ତି



ସାକ୍ଷୀଗୋପାଳ---   ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ସୁଆଣ୍ଡୋ ସ୍ଥିତ ଐତିହ୍ୟ ଷଠିଘରେ  ଅପରାହ୍ନରେ କଂଗ୍ରେସ ଦଳର ଲୋକସଭା ପ୍ରାର୍ôଥନୀ ସୁଚରିତା ମହାନ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । ତାଙ୍କ ସହିତ ସତ୍ୟବାଦୀ କଂଗ୍ରେସ ଦଳର ବିଧାନସଭା ପ୍ରାର୍ଥୀ ମନୋଜ ରଥ ରହିଛନ୍ତି । ସେହିପରି ସାକ୍ଷୀଗୋପାଳ ମନ୍ଦିର ଦର୍ଶନ କରିବା ପରେ ସତ୍ୟବାଦୀରେ ପାନୀୟ ଜଳ ସମସ୍ୟା ଏବେ ବି ରହିଛି, ସତ୍ୟବାଦୀରେ ସେ ପରି କିଛି ଉନ୍ନତି କରାଯାଇ ନାହିଁ, ସାକ୍ଷୀଗୋପାଳ ମନ୍ଦିର ଅବହେଳିତ ଅବସ୍ଥାରେ ପଡି ରହିଛି ଯାହାକି ଦେଖିଲେ ବହୁ ଦୁଖଃ ଲାଗୁଛି । ସବୁଠାରୁ ବଡ କଥା ରାଜ୍ୟରେ ବେକାରୀ ସମସ୍ୟା ବଡି ଚାଲିଛି, କଂଗ୍ରେସ ଦଳ ଏଥର ଆସିଲେ ପ୍ରଥମେ ଏହି ସମସ୍ୟା ଦୂର କରିବା ପାଇଁ ସକଳ୍ପ ନେଇଛି ବୋଲି ବିଧାନସଭା ପ୍ରାର୍ଥୀ ମନୋଜ ରଥ କହିଥିଲେ ।   ସତ୍ୟବାଦୀ ବକ୍ଳ କଂଗ୍ରେସ ସଭାପତି ସୁବାଷ ମହାପାତ୍ର,ଯୁବ କଂଗ୍ରେସ ସଭାପତି ଲିପ୍ତିରଞ୍ଜନ ପ୍ରଧାନ, ଜିଲ୍ଲା ସମ୍ପାଦକ ଲୋକନାଥ ନାୟକ, ସାଧାରଣ ସମ୍ପାଦକ ପ୍ରସାଦ ନାୟକ, ବିଶ୍ୱଜିତି ହୋତା ଓ ରାଜୀବ କୁମାର ହୋତାଙ୍କ ସହିତ ଅନେକ କର୍ମୀ ଉପସ୍ଥିତ ରହିଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୫/୪/୨୦୨୪----୭,୨୫    SakhigopalNews, 25/4/2024

Popular Posts