Breaking News

ସତ୍ୟବାଦୀରେ ଉଠ ଓଡିଶା ସଂକଳ୍ପ ଯାତ୍ରାର ପଦଯାତ୍ରୀ ଦଳକୁ ସ୍ୱାଗତ

 


ସାକ୍ଷୀଗୋପାଳ--- ପୁରୀରୁ ବାହାରିଥିବା ଉଠ ଓଡିଶା ସଂକଳ୍ପ ଯାତ୍ରାର ପଦଯାତ୍ରୀ ଦଳ ଆଜି ସାକ୍ଷୀଗୋପାଳରେ ପହଞ୍ଚିଛନ୍ତି । ଏଠାରେ ପହଞ୍ଚିବା ପରେ ସେମାନଙ୍କୁ ସତ୍ୟବାଦୀର  ସାମାଜିକ କର୍ମୀ ନଟବର ଆଚାର୍ଯ୍ୟ, ଅବସର ପ୍ରାପ୍ତ ଶିକ୍ଷକ ବନମାଳୀ ବେହେରା, ବିଜୟ କୁମାର ପରିଡା, ଆଇନଜୀବୀ ସୁଶାନ୍ତ କୁମାର ରଥ, ଗବେଷକ ଭୀମସେନ ମହାପାତ୍ର, ସମାଜସେବୀ ଗୋବିନ୍ଦ ମହାପାତ୍ର, ଡେଲାଙ୍ଗରୁ ସମାଜସେବୀ ଅଶୋକ ପ୍ରଧାନ, କିଷାନ ପଟ୍ଟନାୟକ, କବିତା ରାଣି ପରିଡା, ଗାନ୍ଧୀବାଦୀ କୁନ୍ତଳା ବିଶ୍ୱାଳଙ୍କ ସହିତ ଅନ୍ୟ ମାନେ ପଦଯାତ୍ରୀ ଦଳକୁ ସ୍ୱାଗତ କରିଥିଲେ । ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ତାଙ୍କ ସହ ପଦଯାତ୍ରାରେ ସାମିଲ ହୋଇ ସାକ୍ଷୀଗୋପାଳ ମନ୍ଦିର ଦେଇ ବକୁଳବନ ପର୍ଯ୍ୟନ୍ତ ଯାଇଥିଲେ । ବକୁଳବନ ମଧ୍ୟରେ ଥିବା ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିରେ ପଦଯାତ୍ରୀ ଦଳ ଫୁଲମାଲ ଅର୍ପଣ କରିଥିଲେ । ପରେ ପରେ ସେଠାରେ ଏକ ସଭାର ଆୟୋଜନ କରାଯାଇଥିଲା । ବିଶେଷ କରି ଓଡିଆ ଭାଷା, ପରମ୍ପରା, ବକୁଳବନ ସୁରକ୍ଷା, ବନ ବିଦ୍ୟାଳୟ ପୁନ ଉଦ୍ଦାର, ଓଡିଆ ଭାଷାରେ  ସମସ୍ତ ଅଫିସି ମାନଙ୍କରେ ବ୍ୟବହାର ଓ ଓଡିଆ ଜାତିକୁ ଅଗ୍ରଧିକାର ଦେବା ସମ୍ପର୍କେ ଆଲେଚନା କରାଯାଇଥିଲା । ଏହି ପଦଯାତ୍ର ଦଳରେ କାହ୍ନୁଚରଣ ବେହୁରା, ଅଶୋକ ଜେନା, ପିତାମ୍ବର ଭ୍ରୂୟାଁ,ରମାକାନ୍ତ ମଣ୍ଡଳ, ବିଚିତ୍ର ବିଶ୍ୱାଳ, ମଳୟ ତ୍ରିପାଠୀ, ପିୟନାଥ ଆଚାର୍ଯ୍ୟ ପ୍ରମୁଖ ସାମିଲ ହୋଇଥିବାର ଦେଖାଯାଇଥିଲା । ଅପରାହ୍ନରେ ସୁଆଣ୍ଡୋ ଗସ୍ତ କରି ରାଜ୍ୟ ସରକାର ବିକାଶ କରିଥିବା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମପୀଠ ବୁଲିକି ଦେଖିବା ସହିତ ସେଠାରେ ରାତ୍ର ରହଣି କରିଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୧/୪/୨୦୨୪----୮,୨୫     Sakhigopal News, 11/4/2024

Popular Posts