Breaking News

ଫ୍ୟାସନ ଶୋ ମାଧ୍ୟମରେ ଭୋଟର ସଚେତନତା

 କନ୍ଧମାଳ --- ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନ । ପ୍ରତିଟି ଭୋଟର କିପରି ସାମିଲ ହୋଇ ନିଜର ମତ ସାବ୍ୟସ୍ତ କରିବେ ତାକୁ ନେଇ ଅଧିକ ସଚେତନତା ସୃଷ୍ଟି ଦିଗରେ ବାଲିଗୁଡା ଉପଜିଲ୍ଲାପାଳ ଙ୍କ ସ୍ୱତନ୍ତ୍ର ପ୍ରୟାସ ଆରମ୍ଭ ହୋଇଛି l ପ୍ରତିଟି ଭୋଟର ଙ୍କୁ ସଚେତନତା ସହ ଆକୃଷ୍ଟ କରିବାକୁ  ରେମ୍ପ ରେ ଚାଲିଲେ ବାଲିଗୁଡା ଉପଜିଲ୍ଲାପାଳ ଡା ରୀନା ପ୍ରଧାନ l ଉପଖଣ୍ଡ ପ୍ରଶାସନ ପକ୍ଷରୁ ଆୟୋଜିତ ଭୋଟର ସଚେତନତା କାର୍ଯ୍ୟକ୍ରମ ଚୁନାଵ ମଲ୍ହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ପ୍ରତିଟି ଯୁବ ଭୋଟର ଙ୍କ ଠାରୁ ଆରମ୍ଭ କରି ସବୁ ବର୍ଗ ର ଭୋଟର କିପରି ନିର୍ବାଚନ ପର୍ବ ରେ ସାମିଲ ହୋଇ ନିଜର ବହୁମୂଲ୍ୟ ଭୋଟ ସାବ୍ୟସ୍ତ କରିବେ ସେ ନେଇ ପ୍ରଶାସନ ପକ୍ଷରୁ ସଚେତନତା କରାଯାଇଥିଲା l ଏହି ଅବସରରେ ଫ୍ୟାସନ ଶୋ ରେ ରା଼ମ୍ପ ଉପରେ ଶାଢ଼ୀ ରେ ହାତରେ ଫ୍ଲାଗ କାର୍ଡ ଧରି ଚାଲିଥିଲେ ବାଲିଗୁଡା ଉପଜିଲ୍ଲାପାଳ ଡା ରୀନା ପ୍ରଧାନ l ମୋ ଭୋଟ ମୋ ଗର୍ବ , ଫ୍ଲାଗ କାର୍ଡ ଧରି ନିଜେ ଅଂଶ ଗ୍ରହଣ କରି ରା଼ମ୍ପ ରେ ଚାଲି ସଚେତନତା ସୃଷ୍ଟି କରିଥିଲେ ବାଲିଗୁଡା ଉପଜିଲ୍ଲାପାଳ l ପୂର୍ବ ନିର୍ବାଚନ ଅପେକ୍ଷା ଚଳିତ 2024 ସାଧାରଣ ନିର୍ବାଚନରେ ବାଲିଗୁଡା ଉପଖଣ୍ଡ ରେ କିପରି ଭୋଟ ହାର ବଢ଼ିବ ଓ ପ୍ରତିଟି ଭୋଟର ବୁଥ ରେ ପହଂଚି ନିଜ ଅଧିକାର ସାବ୍ୟସ୍ତ କରିବେ ସେ ନେଇ ଅଧିକ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମ ର ମୂଳ ଉଦେଶ୍ୟ ବୋଲି ଉପଜିଲ୍ଲାପାଳ କହିଛନ୍ତି l କନ୍ଧମାଳରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୨୭/୪/୨୦୨୪----୪,୨୫ Sakhigopal News,27/4/2024

Blog Archive

Popular Posts