Breaking News

ଝରାପାଲି ମାର୍କେଟର ହନୁମାନ ମନ୍ଦିର କମିଟି ପକ୍ଷରୁ ଶ୍ରୀ ରାମ ନବମୀ ମହାସମାରୋହରେ ପାଳିତ


ବରଗଡ଼ ---  ବରଗଡ ଜିଲ୍ଲା ସଂକ୍ରିଡା ପଞ୍ଚାୟତ ର ଝରାପାଲି ମାର୍କେଟର ହନୁମାନ ମନ୍ଦିର କମିଟି ପକ୍ଷରୁ ଶ୍ରୀ ରାମ ନବମୀ ମହାସମାରୋହରେ ପାଳିତ ହୋଇଯାଇଛି। ଆଜି ଦିନସାରା ଶ୍ରୀ ରାମ ଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା ।ସଂଧ୍ୟା ସମୟରେ ଶ୍ରୀ ରାମ ଙ୍କ ପ୍ରତିଛବି କୁ ପୁଜାର୍ଚ୍ଚନା କରଯାଇ ଝରାପାଲି ମାର୍କେଟ ହନୁମାନ ମନ୍ଦିର ରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଝରାପାଲି ମାର୍କେଟ ଥୁଆପାଲି ପରିକ୍ରମା କରିଥିଲା। ଏହି ସମୟରେ ଜୟ ଶ୍ରୀ ରାମ, ଜୟ ଜୟ ଶ୍ରୀ ରାମ ନାରା ଦେଇ ରାମ ଭକ୍ତ ବଜାର ପରିକ୍ରମା କରିଥିଲେ।  ହନୁମାନ ମନ୍ଦିର ର କମିଟି ର ସଭାପତି, ସଂପାଦକ, କୋଷାଧ୍ୟକ୍ଷ ଙ୍କ ନେତୃତ୍ବରେ ପରିଚାଳିତ ହୋଇଥିଲା ଏହି ଶୋଭାଯାତ୍ରା। ଏଥିରେ ଆଖପାଖ ଅଞ୍ଚଳର ଶତାଧିକ ଶ୍ରୀ ରାମ ଭକ୍ତ ଅଂଶଗ୍ରହଣ କରିଥିଲେ। ସମସ୍ତ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପ୍ରସାଦ ସେବନ ସୁବିଧା କରଯାଇଥିଲା। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୭/୪/୨୦୨୪----୧୦,୩୫ Sakhigopal News,17/4/2024

Popular Posts