Breaking News

ବନ୍ଧ୍ୟା ଏବଂ ଏଚ ପି ଭି ଟୀକାକରଣ ସଚେତନତା ଅଭିଯାନ


 ବରଗଡ଼ ---ରେମଣ୍ଡା ବୀର ସୁରେନ୍ଦ୍ର ସାଏ କ୍ଲବ ପରିସରରେ ବନ୍ଧ୍ୟା ଏବଂ ଏଚ ପି ଭି ଟୀକାକରଣ ସଚେତନତା  ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।  ଏଥିରେ ସଭାପତିତ୍ବ କରିଥିଲେ ପୂର୍ବତନ ସରପଞ୍ଚ ଶ୍ରୀମତୀ ରାମେଶ୍ଵରୀ ନନ୍ଦ । ମୁଖ୍ୟ ଅତିଥି ଭାବେ ଡା ଶକ୍ତି କୁମାର ତ୍ରିପାଠୀ ଫର୍ଟିଲିଟି ଏବଂ ଏଚପିଭି ବିଶେଷଜ୍ଞ ଯୋଗଦେଇଥିଲେ। ଏହି ସମୟରେ ଡା ତ୍ରିପାଠୀ ବନ୍ଧ୍ୟା ଓ ଏଚ ପି ଭି ଉପରେ ଉପସ୍ଥିତ ଥିବା ଜନସାଧାରଣ ଙ୍କୁ ବିସ୍ତ୍ରୁତ ଭାବେ ବର୍ଣ୍ଣନା କରି ରୋଗୀଙ୍କ ମାନଙ୍କୁ ସଚେତନତା କରାଇଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ଡା ରାମ ନାରାୟଣ ଶତପଥୀ, ଡା ସୁରେନ୍ଦ୍ର ମୋହନ ନାୟକ, ଭେଡେନ ବ୍ଲକ ପୂର୍ବତନ ଅଧ୍ୟକ୍ଷ ତଥା ରେମଣ୍ଡା ପେକ୍ସ ସଭାପତି ଶିବପ୍ରସାଦ ଖମାରୀ, ପ୍ରହଲ୍ଲାଦ ମେହେର, ଆଲୋକ ବିଶ୍ଵାଳ ପ୍ରମୁଖ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ରେମଣ୍ଡା ଗ୍ରାମର ବହୁ ସଂଖ୍ୟାରେ ମହିଳା, ପୁରୁଷ ସମେତ ଅଙ୍ଗନବାଡି ଦିଦି ଓ ଆଶା ଦିଦି ମାନେ ଯୋଗ ଦେଇଥିଲେ। ଅତିଥି ପରିଚୟ ପ୍ରଦାନ କରିଥିଲେ ଦୁର୍ଗା ମାଧବ ତ୍ରିପାଠୀ। ପରିଶେଷରେ ସଞ୍ଜୟ କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୬/୪/୨୦୨୪----୭,୩୫ Sakhigopal News,26/4/2024

Popular Posts