ଧନୁଯାତ୍ରା ମହୋତ୍ସବ ପାଇଁ ଶ୍ରୀମନ୍ଦିରରୁ ଆସିଲା ଆଜ୍ଞାମାଳ
ଜଟଣୀ : ମହା ବିଷୁବ ସଂକ୍ରାନ୍ତି, ଓଡ଼ିଆ ନବବର୍ଷ ତଥା ମହାବୀର ହନୁମାନଙ୍କ ଜନ୍ମ ଜୟନ୍ତୀ ଅବସରରେ ଚଳିତ ବର୍ଷ ଉପକୁଳ ଓଡିଶା ଧନୁଯାତ୍ରା ମହୋତ୍ସବ ଆସନ୍ତା ମଇ ମାସ 10 ତାରିଖରୁ 17 ତାରିଖ ପର୍ଯ୍ୟନ୍ତ ମହାଆଡମ୍ବରରେ ପାଳନ କରାଯିବ । ଏହି ପରିପ୍ରେକ୍ଷୀରେ ଜଗତରନାଥ ଜଗନ୍ନାଥଙ୍କ ପାଖରୁ ଆଜ୍ଞାମାଳ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା ପୂର୍ବକ ଗ୍ରାମର ଆରାଧ୍ଯ ଦେବ ଶ୍ରୀ ଶ୍ରୀ ମଦନମୋହନ ଦେବଙ୍କ ମନ୍ଦିର ପରିକ୍ରମା କରି ଧନୁଯାତ୍ରା ପଡିଆ ପାତ୍ରପଡା ଠାରେ ଶୁଭଖୁଣ୍ଟି ସ୍ଥାପନା କରାଯାଇଛି । ଏହି କାର୍ଯ୍ୟକ୍ରମରେ ସଭାପତି ମନମୋହନ ରାଉତରାୟ, ସମ୍ପାଦକ ଅଶୋକ କୁମାର ମଙ୍ଗରାଜ, ସହ ସମ୍ପାଦକ ଜୟନ୍ତ ପଲେଇ , କୋଷାଧକ୍ଷ କେଳୁଚରଣ ସାହୁ, ଉପସଭାପତି ଅଭିମନ୍ୟୁ ପ୍ରଧାନ, ଲଲାଟେନ୍ଦୁ ବେବର୍ତ୍ତା , ପଦ୍ମଚରଣ ପ୍ରଧାନ, ମନୋଜ ସାହୁ, ପ୍ରମୋଦ କୁମାର ଦାସ, ଲକ୍ଷ୍ମୀଧର ବିଶ୍ଵାଳ, ବାଇଧର ପ୍ରଧାନ, ସୂରଜ ପ୍ରଧାନଙ୍କ ସମେତ ଅନୁଷ୍ଠାନର ସମସ୍ତ ସଭ୍ଯ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୫/୪/୨୦୨୪---୮,୩୫ Sakhigopal News,15/4/2024