Breaking News

ମା ବିନ୍ଧ୍ୟବାସିନୀଙ୍କର ଚୈତ୍ର ପୂର୍ଣ୍ଣିମା ଯାତ୍ରା ଅନୁଷ୍ଠିତ

 
 ବରଗଡ଼ ---ବରଗଡ ଜିଲ୍ଲା ସଂକ୍ରିଡା ଠାରେ ମା ବିନ୍ଧ୍ୟବାସିନୀଙ୍କର ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚୈତ୍ର ପୂର୍ଣ୍ଣିମା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଡାଲବ ପଞ୍ଚାୟତର ବାନିପାଲି ଠାରୁ ମା ଛତର ଆସି ସଂକ୍ରିଡା ତିନମୁଡି ଝାଙ୍କର ଉଦ୍ଧବ ଧରେଇ ପୂଜାର୍ଚ୍ଚନା କରି ଥିଲେ । ପରେ ରାତି ୪ଟା ରେ ମା ବିନ୍ଧ୍ୟବାସିନୀ ଙ୍କୁ ତାଙ୍କର ପିଠ କୁ ଆଣାଯାଇ ସ୍ନାନ କରାଯାଇଥିଲା। ପ୍ରଥମେ ଚିଚିଣ୍ଡା ଗ୍ରାମ ର କବିସୂର୍ଯ୍ୟ ପୁରୋହିତ ଙ୍କ ପୂଜା ସାମଗ୍ରୀ ପୂଜା କରିବା ପରେ ଅନ୍ୟାନ୍ୟ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ପୂଜାର୍ଚ୍ଚନା କରିଥିଲେ । ମୁଖ୍ୟ ପୁରୋହିତ ପଣ୍ଡିତ ଦୁଃଖୀଶ୍ଯାମ ମିଶ୍ର, ଉଦିତ ବେହେରା, ଧ୍ରୁବରାଜ ପୁରୋହିତ, ଗଂଗାଧର ପୁରୋହିତ, ଶଂକର ବେହେରା ହରିବଂଧୁ ପୁରୋହିତ ପ୍ରମୁଖ ମା ବିନ୍ଧ୍ୟବାସିନୀ ଙ୍କ ଠାରେ ହୋମଯଜ୍ଞ ଓ ଚଣ୍ଡୀପାଠ ରିତିନୀତି ଅନୁସାରେ କରିଥିଲେ। ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ମାନସିକ ପୂରଣ ହୋଇ ଥିବା ଭକ୍ତ ମାନେ ଆଣିଥିବା କୁକୁଡା, ବୋଦାବଳି ହୋଇଥିଲା। ବିଭିନ୍ନ ଦାତବ୍ୟ ଅନୁଷ୍ଠାନ ପକ୍ଷରୁ ଅନ୍ନ ଭୋଗ ଓ ପିଇବା ପାଣି ବ୍ୟବସ୍ଥା କରିଥିଲେ। ସଂକ୍ରୀଡା ଠାରୁ ମା ବିନ୍ଧ୍ୟବାସିନୀ ପିଠ ଓ ଟାଙ୍ଗରପାଲି ଠାରୁ ମା ବିନ୍ଧ୍ୟବାସିନୀ ପିଠ କୁ ଯିବା ପାଇଁ ରାସ୍ତା ସଂର୍କୀନ ଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ନାନା ପ୍ରକାରର ଟ୍ରାଫିକ୍ ସମସ୍ୟା ପଡିଥିଲେ। ଭେଡେନ ଥାନା ଅଧିକାରୀ ପ୍ରେମଜିତ ଦାଶ ଓ ରୁଷୁଡା ଫାଣ୍ଡି ଅଧିକାରୀ ପ୍ରମୋଦ କୁମାର ସାହୁ ଅନ୍ୟାନ୍ୟ ପୋଲିସ ଅଧିକାରୀ ମାନେ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। ଏଥିରେ ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ସତ୍ୟଜିତ ପୁରୋହିତ, ଉଦୟ ପୁରୋହିତ, ଜ୍ଞାନ ପୁରୋହିତ, ସିତାରାମ ବିଶି, ଅଭିଜିତ ବିଶି, ବିଦୁଆ ମେଘ, ପ୍ରସନ୍ନ ମେଘ, ପ୍ରହଲ୍ଲାଦ ଭୋସାଗର ଓ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଯାତ୍ରା ପରିଚାଳନା ରେ ସହଯୋଗ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୩/୪/୨୦୨୪----୯,୫୫ Sakhigopal News,23/4/2024

Popular Posts