Breaking News

ମା' ମଙ୍ଗଳାଙ୍କ ଚୈତ୍ର ପର୍ବର ଆଜି ଚତୁର୍ଥ ପାଳିଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

କାକଟପୁର:----- ଚତୁର୍ଦ୍ଧାମୂର୍ତ୍ତିଙ୍କ ଦାରୁବ୍ରହ୍ମ ସନ୍ଧାନର ଆଜ୍ଞାଦାତ୍ରୀ, କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ଚୈତ୍ରପର୍ବର ଆଜି ଥିଲା ୪ର୍ଥ ପାଳିଯାତ୍ରା। ଏହି ପାଳିରେ ଆଖପାଖ ଅଞ୍ଚଳର ଭକ୍ତମାନେ ସାଧାରଣତଃ ଚୂଡା ଭୋଗ କରିଥାଆନ୍ତି। ବାସନ୍ତୀକ ଦୁର୍ଗାପୂଜା ହେତୁ ଆଜି ମା'ଙ୍କୁ ଦୁର୍ଗାଷ୍ଟମୀ ବେଶରେ ଭକ୍ତମାନେ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି ।  ସୋମବାର ରାତ୍ର ତିନି ଘଟିକାରେ ମନ୍ଦିର ଦ୍ବାରଫିଟା ପରେ ମଙ୍ଗଳ ଆଳତି, ଭିତର ଶୋଧ, ସ୍ନାନ, ବେଶ, ଚନ୍ଦନ ଲାଗି, ସୂର୍ଯ୍ୟପୂଜା, ବଲ୍ଲଭ ନୀତି ପରେ ସକାଳ ଧୂପ, ବନ୍ଦାପନା ଆଳତୀ ହୋଇ ସକାଳ୯.୩୦ମିରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ମନ୍ଦିର ସାହାଣମେଲା କରାଯାଇଥିଲା । ମାତୃଭକ୍ତ ମାନେ ଉତ୍ତର ଓ ସିଂହ ଦ୍ୱାର ଦେଇ ବ୍ୟାରିକେଟ ମଧ୍ୟରେ ଲମ୍ବା ଧାଡ଼ିରେ ଯାଇ ମା' ଙ୍କ ଦୁର୍ଗାଷ୍ଟମୀ ବେଶ ଦର୍ଶନ କରିଥିଲେ। ସୀମନ୍ତିନୀ ମହିଳାମାନେ ମନ୍ଦିର ବେଢାରେ ନିଜ ସ୍ବାମୀ ଓ ପରିବାରର ମଙ୍ଗଳ କାମନା କରି ବିରି ଚାଉଳ ପକାଇ, ଜାମୁଡାଳରେ ମନ୍ଦିର ବେଢା ଓଳାଇବା ସହିତ ପନ୍ଥେଇ ପୂଜା କରିଥିଲେ। ମନ୍ଦିର ପରିସର ହରିବୋଲ ହୁଳହୁଳି ରେ ପ୍ରକମ୍ପିତ ହେଉଥିବା ବେଳେ ମାନସିକ ପୂର୍ଣ୍ଣଧାରୀ ଭକ୍ତ ମାନେ ହାତରେ ନାଲି ଶାଢ଼ୀ, ଶଙ୍ଖା, ସିନ୍ଦୁର ଧରି ମା'ଙ୍କୁ ପୂଜାର୍ଚ୍ଚନା କରିଥିଲେ l ମନ୍ଦିର ପରିସର ଚନ୍ଦନ, କର୍ପୁର, ଧୂପ ରେ ମହକି ଉଠି ଏକ ଭକ୍ତିମୟ ପରିବେଶ ସୃଷ୍ଟି କରୁଥିଲା l ଦିନ ପ୍ରାୟ ୨ ଟା ବେଳକୁ ଝଙ୍କଡ ପୀଠ ରୁ ଆସିଥିବା ରାଉଳ ସେବକ ଓ ସ୍ଥାନୀୟ ଅଞ୍ଚଳର ଭୋଇ ପାଟୁଆ ମାନେ ଏକ ଶୋଭାଯାତ୍ରା ରେ ପ୍ରାଚୀ ନଦୀର ଘଣ୍ଟ ତୋଳା ତୁଠକୁ ଯାଇ ପାଣି ତୋଳି ଘଟ ସ୍ଥାପନା କରି ମନ୍ଦିରକୁ ଆସିଥିଲେ।ଭକ୍ତଙ୍କ ଗହଳିକୁ ଦୃଷ୍ଟି ରେ ରଖି ଆରକ୍ଷୀ ବାହିନୀ ସଜାଗ ଥିବାବେଳେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସୁ ଚିକିତ୍ସା କେନ୍ଦ୍ର ସ୍ଥାପନ କରାଯାଇ ଭକ୍ତ ମାନଙ୍କୁ ସେବା ପ୍ରଦାନ କରାଯାଇ ଥିଲା l କାକଟପୁର ରୁ  ଦୀକ୍ଷିତ,୧୬/୪/୨୦୨୪----୯,୩୫ Sakhigopal News,16/4/2024

Blog Archive

Popular Posts