ଜାଗୁଳେଇଙ୍କ ବାସନ୍ତିକ ଦୁର୍ଗାପୂଜା, କାଳରାତ୍ରି ବେଶରେ ଦର୍ଶନ ଦେଲେ ମା
ଜଟଣୀ ---- ସ୍ଥାନିୟ ପୌରାଞ୍ଚଳ ଅନ୍ତର୍ଗତ କୁଦିଆରି ଗ୍ରାମଦେବି ମା ଜାଗୁଳାଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ ସପ୍ତମୀ ତିଥିରେ ମା କାଳରାତ୍ରି ବା କାଳୀ ବେଶରେ ଦର୍ଶନ ଦେଇଥିଲେ l ସକାଳୁ ସାଲା ମଣ୍ଡନ ,ସୂର୍ଯ୍ୟ ପୂଜା ପରେ ସନ୍ଧ୍ୟାରେ ମା ଙ୍କୁ ମହାସ୍ନାନ କରାଯାଇ କାଳରାତ୍ରି ବେଶରେ ସଜ୍ଜିତ କରାଯାଇଥିଲା l ଗୁପ୍ତ ପୂଜା ପରେ ଆଳତି ସହିତ ଦ୍ୱାର ଖୋଳାଯାଇ ମା ଦର୍ଶନ ଦେଇଥିଲେ l ମା ତ୍ରିନୟନା ଚତୁର୍ଭୁଜା ମୁଣ୍ଡମାଳା ବିଭୂଷିତା, ବ୍ୟାଗ୍ର ଛାଲ ପରିହିତା ଗଧର୍ବୀ ବାହାନେ ଗତା l ଉପର ବାମ ହସ୍ତ ଖଡ୍ ତଳ ହସ୍ତେ ବର୍ଚ୍ଚା, ଡାହାଣ ଉପର ହସ୍ତେ ବରଦ ଓ ତଳ ହସ୍ତେ ଅଭୟ ଆଶୀର୍ବାଦ ମୁଦ୍ରାରେ ଦର୍ଶନ ଦେଇଥିଲେ l ଷୋଡଶ ଉପଚାର ପୂଜା ମହା ସପ୍ତ ସତି ସମ୍ପୂର୍ଣ ଚଣ୍ଡୀ ଆହୁତି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚାଲିଥିଲା lଆଜି ମା ମହାଗୌରୀ ବେଶରେ ଦର୍ଶନ ଦେବେ ବୋଲି ମୁଖ୍ୟ ପୂଜକ ମନୋରଞ୍ଜନ ପଣ୍ଡା କହିଥିଲେ l କାର୍ଯ୍ୟକ୍ରମ କୁ ସଭପତି ରାଧାମୋହନ ପଟ୍ଟନାୟକ, ଅଶୋକ ଦାଶ , ଭାଗିରଥି ପ୍ରଧାନ, ପୂର୍ଣଚନ୍ଦ୍ର ସାହାଣୀ , ଆଡ଼ଭୋକେଟ ସୁରେଶ ଚନ୍ଦ୍ର ମିଶ୍ର, ଚନ୍ଦ୍ରଶେଖର ପଣ୍ଡା, ମୀରା ଦଳାଇ , ରାନୁ ମଙ୍ଗରାଜ , ପ୍ରମିଳା ସାହାଣୀ, ଶଶାଙ୍କ ରାୟ, ଅନନ୍ତ ବେହେରା , ନାଗଭୂଷଣ ରାୟ ପ୍ରମୁଖ ପରିଚାଳନା କରିଥିଲେ ବୋଲି କମିଟି ସମ୍ପାଦକ ଏଲ ଡ଼ି ମହାନ୍ତି ସୂଚନା ଦେଇଛନ୍ତି । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୫/୪/୨୦୨୪----୮,୧୦ Sakhigopal News,15/4/2024