>>
  • ଡେଲାଙ୍ଗରେ ବ୍ରଜପାତରେ ଯୁବକର ମୃତ୍ୟୁ
  • >>
  • ଜବାହର ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ପାଳିତ
  • >>
  • ମକରା ନଦୀରେ କୁମ୍ଭୀର ଆତଙ୍କ ; ବନ ବିଭାଗ ଓ ପୁଲିସ କୁମ୍ଭୀରକୁ ଖୋଜି ଖୋଜି ନୟାନ୍ତ
  • >>
  • ସାତ ରଙ୍ଗ ଓ ସାତଟି ଗଳ୍ପର ଚଳଚିତ୍ର ଇନ୍ଦ୍ରଧନୁ
  • >>
  • କୋଣାର୍କର ବରିଷ୍ଠ ସାମ୍ବାଦିକ ଅଜିତ କୁମାର ମଲ୍ଲିକ ଙ୍କ ଦେହାନ୍ତ
  • >>
  • ସତ୍ୟବାଦୀର ସାରଙ୍ଗାଯୋଡ଼ି ରେ କୁକୁଡ଼ା ମଡକ ; ହତାସ ଚାଷୀ କୁଳ
  • >>
  • ଶିଶୁମାନେ ହିଁ ଦେଶର ଉଜ୍ଜ୍ୱଳ ଭବିଷ୍ୟତ
  • >>
  • ସତ୍ୟବାଦୀ ରେ ପୁଣି ଲଜ୍ୟା, ନାବାଳିକା ଙ୍କୁ ଦୁର୍ଗମ ଅଭିଯୋଗ
  • >>
  • ସତ୍ୟବାଦୀ ରେ ନିଶାକୁ ନା କାର୍ଯ୍ୟକ୍ରମ ଅନୁଷ୍ଠିତ
  • >>
  • ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ମହିଳା କର୍ମଚାରୀ ଓ ଛାତ୍ରୀଙ୍କ ଯୌନ ଉତ୍ପୀଡ଼ନ ସମ୍ବନ୍ଧୀୟ ସଚେତନତା କର୍ମଶାଳା
  • >>
  • ଆଭ୍ୟନ୍ତରୀଣ ଅଭିଯୋଗ କମିଟିତରଫରୁ ଯୌନ ଉପୂୀଡନ ସମ୍ପର୍କିତ ଏକ ସଚେତନତା କର୍ମଶାଳା
  • >>
  • ଆଇନଜୀବୀ ଉପେନ୍ଦ୍ର ବିଶ୍ଵାଳଙ୍କ ପିତୃ ବିୟୋଗ
  • >>
  • ବଳଙ୍ଗା ଥାନା ଘଟଣା, ଚବିଶ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ ; ପୀଡ଼ିତାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ଦାବି କଲା କଂଗ୍ରେସ
  • >>
  • ଗ୍ୟାଲେରୀ କଲେଜ ରେ ଯୌନ ନିର୍ଯାତନା ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ
  • >>
  • ଶ୍ରୀ ବତ୍ସ ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ସହିତ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ
  • ଚୋରା ମୋଟରସାଇକଲ୍ ସହ ଅଭ୍ୟାସଗତ ଅପରାଧୀ ଗିରଫ



    ଜଟଣୀ: ଜଟଣୀ ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଥାନାର ଏକ ଟିମ୍ ହରିଭାଇନା ଛକ ନିକଟରେ ମୋଟରଯାନ ଚେକିଂ କରୁଥିବା ବେଳେ ସ୍ଥାନୀୟ ବାଛରାପାଟଣା ଅଞ୍ଚଳର କାହ୍ନୁ ବଳିୟାରସିଂହ (୩୬) ଏକ ୟାମାହା ମୋଟରସାଇକେଲ ଚଳାଇ ମ୍ୟୁନିସିପାଲିଟି ଛକ ଅଭିମୁଖେ ଯାଉଥିବାର ଦେଖିଥିଲେ । ଉକ୍ତ ଗାଡିର ନମ୍ବର ପ୍ଲେଟକୁ ଦେଖି ଚେକିଂ ଡ୍ୟୁଟିରେ ମୁତୟନ ଥିବା ପୁଲିସ କର୍ମଚାରୀ ସନ୍ଦେହ ପ୍ରକାଶ କରି ଯୁବକଙ୍କୁ ଅଟକାଇବା ସହିତ ପଚରାଉଚରା କରିଥିଲେ । ପଚରାଉଚରା ବେଳେ ଯୁବକ ଜଣକ ଉକ୍ତ ମୋଟରସାଇକେଲକୁ ଭୁବନେଶ୍ବରର ଜଣେ ବ୍ୟକ୍ତିଙ୍କ ନିକଟରୁ କମ ଦାମରେ କିଣିଥିବା ଦର୍ଶାଇଥିଲେ । ମାତ୍ର ଗାଡିର କାଗଜପତ୍ର ଦେଖାଇ ପାରି ନଥିଲେ କି କ୍ରେତାଙ୍କ ନାମ ଏବଂ ଠିକଣା ଆଦୌ କହିନଥିଲେ । ପୁଲିସ ଏହି ଘଟଣାର ଅଧିକ ତଦନ୍ତ କରୁଥିବା ବେଳେ, ଗାଡ଼ିଟି ଚୋରା ଗାଡ଼ି ଏବଂ ବେଆଇନ ଭାବେ ଚୋରା ଗାଡ଼ି ରଖିଥିବାର ସେ ସ୍ବୀକାର କରିଥିଲେ । ପୁଲିସ ଅଭିଯୁକ୍ତଙ୍କ ନିକଟରୁ ଉକ୍ତ ମୋଟରସାଇକେଲକୁ ଜବତ କରିବା ସହିତ ତାଙ୍କୁ ଗିରଫ କରି କେଶ୍ ନମ୍ବର ୧୬୧/୨୪ ଆଧାରରେ କୋର୍ଟଚାଲାଣ କରିଥିଲେ । ଅଭିଯୁକ୍ତ ଜଣେ ଅଭ୍ଯାସଗତ ଅପରାଧୀ ଥିବା ଏବଂ ତାଙ୍କ ନାମରେ ପୂର୍ବରୁ ମଧ୍ୟ ବିଭିନ୍ନ ଥାନାରେ ୧୦ ଟିରୁ ଅଧିକ ଅପରାଧିକ ମାମଲା ରହିଥିବା ତଦନ୍ତରୁ ଜଣାପଡିଛି । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୩/୪/୨୦୨୪----୭,୨୦ Sakhigopal News,13/4/2024

    Blog Archive

    Popular Posts