ରାଧାକୃଷ୍ଣ ପାଠାଗାର ପକ୍ଷରୁ ବାଉଁଶଲୁଣ୍ଡିରେ ଉତ୍କଳ ଗୌରବ ମଧୁବାବୁଙ୍କ ଜୟନ୍ତୀ ପାଳନ
ଭଞ୍ଜନଗର ---- ରାଧାକୃଷ୍ଣ ପାଠାଗାରରେ ଉତ୍କଳ ଗୌରବ ମଧୁବାବୁଙ୍କ ୧୭୬ତମଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ପାଠାଗାରର ଉପସଭାପତି ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପଦ୍ମ ଚରଣ ପ୍ରଧାନ ସଭାପତିତ୍ବରେ "ମଧୁବାବୁଙ୍କ ‘ଉତ୍କଳ’ଓ ଆଜିର ଓଡ଼ିଶା” ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ ମଧୁବାବୁଙ୍କ ଫଟୋଚିତ୍ର ରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା।
ଅବସରପ୍ରାପ୍ତ ଶିକ୍ଷକ ବନମାଳୀ ଲେଙ୍କା ମୁଖ୍ୟ ଅତିଥି, କବି ପ୍ରଶାନ୍ତ ମହାନ୍ତି ଓ ଅଧ୍ୟାପକ ତ୍ରିନାଥ ବେହେରା, ସମ୍ମାନିତ ଅତିଥି,ଅବସରପ୍ରାପ୍ତ ଶିକ୍ଷକ ତଥା ଘୁମୁସର ସମ୍ବାଦ ର ସମ୍ପାଦକ ନେତାଜୀ ବିଷୋୟୀ ମୁଖ୍ୟ ବକ୍ତା ରୂପେ ଯୋଗଦେଇ ସ୍ଵାଭିମାନୀ ବ୍ୟକ୍ତିତ୍ଵ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଓଡ଼ିଆ ଭାଷା ଓ ଜାତି ପ୍ରତି ଥିବା ମମତା ଏବଂ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ତାଙ୍କର ଉତ୍ସର୍ଗୀକୃତ ଅବଦାନକୁ ବିସ୍ତୃତ ରୂପେ ବର୍ଣ୍ଣନା କରିଥିଲେ। ଭଂଜନଗର ବାର ଆସୋସିଏସନର ପୂର୍ବତନ ସଭାପତି ଅଭିମନ୍ୟୁ ଗୈାଡ, ଅବସରପ୍ରାପ୍ତ ଶିକ୍ଷକ ଦିବାକର ଲେଙ୍କା ସଂପାଦକ ଭଂଜ କିଶୋର ପ୍ରଧାନ ପ୍ରମୁଖ କହିଥିଲେ ଯେ, ମଧୁବାବୁଙ୍କ ରଚିତ କବିତା ପଂକ୍ତିରେ ଥିଲା ସୁପ୍ତ ବୀର ଓଡିଆ ଜାତି ପ୍ରତି ଏକ ଆହ୍ବାନ ଓ ଉଦବୋଧନ। ବିହାର -ଓଡିଶା ବ୍ୟବସ୍ଥାପକ ସଭାର ମନ୍ତ୍ରୀ ଥୂବା ସମୟେ ଅବୈତନିକ ଓ ଆର୍ଥିକ ସୁବିଧା ରହିତ ମନ୍ତ୍ରୀତ୍ବ ପାଇଁ ଦାବୀ କରି ସେ ଇସ୍ତଫା ପ୍ରଦାନ କରିଥିଲେ। ନିଜର ଅର୍ଜିତ ସମସ୍ତ ସଂପତ୍ତି ଓଡିଶା ଜାତିର ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ବିକାଶ ପାଇଁ ଉତ୍ସର୍ଗ କରି କପର୍ଦକବିହୀନ ହୋଇଯାଇଥିଲେ। ମଧୁବାବୁ ନିଜେ ଜଣେ ଖ୍ରୀଷ୍ଟିୟାନ ହେବା ସତ୍ତ୍ୱେ ଓଡିଆ ଜାତିର ଆରାଧ୍ୟ ଦେବତା ଜଗନ୍ନାଥ ମନ୍ଦିରର ପରିଚାଳନା ପୁରୀ ମହାରାଜଙ୍କ ହସ୍ତରେ ନ୍ୟସ୍ତ କରିବା ପାଇଁ ଇଂରାଜୀ ବିରୋଧରେ ମାଗଣା ମୋକଦ୍ଦମା ଲଢି ଜୟଲାଭ କରିଥିଲେ ବୋଲି ଅତିଥି ମାନେ ମତପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମରେ ଶିକ୍ଷକ ପଞ୍ଚାନନ ସାହୁ, ଜୟରାମ ଗୈାଡ, ଭଂଜ କିଶୋର ପ୍ରଧାନ, ଅବସରପ୍ରାପ୍ତ ଶିକ୍ଷକ ଅରବିନ୍ଦ ସାହୁ, ରମା ରଞ୍ଜନ ସାହୁ, ସଙ୍ଗୀତ ଗୁରୁ ଅଶୋକ କୁମାର ମହାପାତ୍ର ଓ ସମାଜସେବୀ ସୁରେନ୍ଦ୍ର ବେହେରା, ପ୍ରତାପ ଚନ୍ଦ୍ର ସାହୁ ,ଉଲାସେଠୀ, ତ୍ରିଲୋଚନ ପ୍ରଧାନ,ଦିଲୀପ ଜେନା, ଛାତ୍ରୀ ମନୀଷା ପ୍ରଧାନ,ଟାନୀଷା ରାଣୀ ସ୍ୱାଇଁ, ତୁଳସୀ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ।
ଶେଷରେ ଅବସରପ୍ରାପ୍ତ ଶିକ୍ଷକ ପ୍ରସନ୍ନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୯/୪/୨୦୨୪---୭,୪୦ Sakhigopal News,29/4/2024