ଆନ୍ତଃ ଜିଲ୍ଲା ବାଇକ ଚୋରି ରାକେଟ ର ୬ଜଣ ସଦସ୍ୟ ଗିରଫ
କନ୍ଧମାଳ --- ସାରଙ୍ଗଡ଼ ଥାନା ପୋଲିସ ହାତରେ ଧରାପଡ଼ିଛି ଏକ ଆନ୍ତଃ ଜିଲ୍ଲା ବାଇକ ଚୋରି ରାକେଟ l ଏହି ଆନ୍ତଃ ଜିଲ୍ଲା ବାଇକ ଚୋରି ଗ୍ୟାଙ୍ଗ ର ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣ ଓ ଚୋରି ବାଇକ ରଖିବା ଘଟଣାରେ ଅନ୍ୟ ୨ ଜଣ କୁ ମିଶାଇ ମୋଟ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଜି.ଉଦୟଗିରି ଏସ.ଡ଼ି.ପି.ଓ ସୁଚନା ଦେଇଛନ୍ତି l ଏହି ବାଇକ ଲୁଟେରା ଗ୍ୟାଙ୍ଗ ଠାରୁ ବିଭିନ୍ନ ଥାନା ଅଞ୍ଚଳ ରୁ ଚୋରି ହୋଇଥିବା ୬ ଗୋଟି ବାଇକ ଜବତ କରିଛି ସାରଙ୍ଗଡ଼ ଥାନା ପୋଲିସ l ଗତ ୨୧ ତାରିଖ ରେ ସାରଙ୍ଗଡ଼ ଥାନା ଅଞ୍ଚଳରୁ ଏକ ବାଇକ ଚୋରି ହେବା ପରେ ଗୁଞ୍ଜିବାଡି ର ମୁକେଶ ଦିଗାଲ କୁ ପୋଲିସ ଅଟକ ରଖି ଜେରା କରିଥିଲା l ତଦନ୍ତ ସମୟରେ ଏହି ବାଇକ ଚୋରି ରାକେଟ ର ସୁରାଖ ପାଇ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ। ଏହି ଗ୍ୟାଙ୍ଗ ର ସମସ୍ତ ଅଭିଯୁକ୍ତ ବିଭିନ୍ନ ସ୍ଥାନ ରୁ ବାଇକ ଚୋରି କରି କମ ଟଙ୍କା ରେ ବିକ୍ରି କରୁଥିବା ତଦନ୍ତ ରୁ ଜଣା ପଡିଛି l କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୨୭/୪/୨୦୨୪----୪,୨୫ Sakhigopal News,27/4/2024