Breaking News

ରେଲୱେ ସୁରକ୍ଷା ବାହିନୀ ତରଫରୁ ଜଳଛତ୍ର ଖୋଲିଲା



ଜଟଣୀ --ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଅତ୍ୟଧିକ ଗୁଳୁଗୁଳି ଜନସାଧାରଣଙ୍କୁ ଅସ୍ତବ୍ୟସ୍ତ କରିସାରିଲାଣି l ଚଳିତ ବର୍ଷର ଏହି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ଟ୍ରେନରେ ଯିବାଆସିବା କରୁଥିବା ସ୍ଥାନୀୟ ଯାତ୍ରୀ ତଥା ଦୂର ଦୁରାନ୍ତକୁ ଯାତ୍ରା କରିଥିବା ଯାତ୍ରୀ ମାନଙ୍କ ତୃଷା ନିବାରଣ ପାଇଁ ପୂର୍ବତଟ ରେଲୱେ ଖୋର୍ଦ୍ଧାରୋଡ଼ ଶାଖା ସୁରକ୍ଷା ବାହିନୀ ତରଫରୁ ଖୋର୍ଦ୍ଧାରୋଡ଼ ରେଳ ଷ୍ଟେସନ ମଧ୍ୟରେ "ଜଳଛତ୍ର 'ଶିବିର ଆରମ୍ଭ ହୋଉଛି l ସୁରକ୍ଷା ବାହିନୀ ନିରୀକ୍ଷକ ଏମ.କେ. ମିଶ୍ର ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଏ. ଏସସି. ଏମ. କେ.ସାହାଙ୍କ ତତ୍ୱାବଧାନରେ କାର୍ଯ୍ୟରତ ସମସ୍ତ ସୁରକ୍ଷା କର୍ମୀ ଯୋଗ ଦେଇଥିଲେ l ଉଦଘାଟନ କାର୍ଯ୍ୟକ୍ରମରେ ଏସ.ଆଇ. ଜି.ଡି. ମହାପାତ୍ର, ସି.ଏସ. ମହେଶ, ଏସଆଇ. ସି. ଆର.ବି. ସିଂ, ଏକେ. ବେହେରା ପ୍ରମ୍ମୁଖ ଯୋଗ ଦେଇଥିଲେ l ସୁରକ୍ଷା କର୍ମୀ ଏକତ୍ରିତ ହୋଇ  କଟକ ପଲାସା ପାସେଞ୍ଜର ଟ୍ରେନ, ଗୁଣୁପୁର କଟକ ପାସେଞ୍ଜର ଟ୍ରେନ, ଫାଲକ ନାମା ଏକ୍ସପ୍ରେସ ଏବଂ ଶାଲିମାର ସ୍ୱତନ୍ତ୍ର ଟ୍ରେନରେ ଯାତ୍ରା କରୁଥୁବା ଯାତ୍ରୀ ମାନଙ୍କୁ ଥଣ୍ଡା ଦହି ପଣା ବଣ୍ଟନ କରିଥିଲେ l ତତ ସଙ୍ଗେ ସଙ୍ଗେ ଷ୍ଟେସନ ମଧ୍ୟରେ ଅପେକ୍ଷା ରତ ଯାତ୍ରୀ ମାନଙ୍କ ସହ ଛୋଟ ଛୋଟ ଶିଶୁଙ୍କୁ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବାପାଇଁ ଥଣ୍ଡା ପାନୀୟ ଜଳ ସହ ଦହି ପଣା ବଣ୍ଟନ କରିଥିଲେ l ଏହି ସମାଜ କଲ୍ୟାଣ କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ, ସ୍ଥାନୀୟ ଯାତ୍ରୀସହ ଜନସାଧାରଣଙ୍କ ପ୍ରଶଂସାର ପାତ୍ର ହୋଇଥିଲେ ରେଳବାଇ ସୁରକ୍ଷା ବାହିନୀ l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୪/୪/୨୦୨୪----୧୦,୩୫ Sakhigopal News,24/4/2024

Popular Posts