Breaking News

ସାକ୍ଷୀଗୋପାଳରେ ରାମନବମୀ ପର୍ବ ପାଳନ

 


ସାକ୍ଷୀଗୋପାଳ---ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିର ସଲଗ୍ନରେ ରହିଛି ରାମ ମନ୍ଦିର । ପ୍ରତି ବର୍ଷ ଚୈତମାସ ଶୁକ୍ଳ ନବମୀ ତିଥିରେ ପୁରାଣ ଶାସ୍ତ୍ର ମତରେ ଭଗବାନ ଶ୍ରୀରାମଙ୍କ ଜନ୍ମ ଦିବସ ଭାବେ ପାଳନ କରାଯାଇଥାଏ ।  ଆଜି  ସକାଳୁ  ଦ୍ୱାରଫିଟା, ସ୍ନାନ, ନୂତନବସ୍ତ୍ର ପରିଧାନ, ତୁଳସି, ଫୁଲ ମାଳ ଲାଗି ପରେ ଆଳତି, ଅବକାଶ, ବାଳଭୋଗ, ଖେଚୁଡି ଭୋଗ କରାଯାଇଥିଲା । ପରେ ପରେ ଜନ୍ମବିଧି ଅନୁଯାୟୀ ହୋମଯଜ୍ଞର ଆୟୋଜନ କରାଯାଇଥିଲା । ମନ୍ଦିର ପୁରୋହିତ ଗୋପିନାଥ ଦାଶ ଓ ପୂଜକ ବଂଶୀଧର ପାଢୀ ପୂଜାକାର୍ଯ୍ୟ ସମାପନ କରିଥିଲେ ।   ମନ୍ଦିର ସୁପରଭାଇଜର  ବିଶ୍ୱନାଥ ମହାପାତ୍ର ଓ ରାମଚନ୍ଦ୍ର ନନ୍ଦ ସହଯୋଗ କରିଥିଲେ ।  ଏହି ଅବସରରେ ଶ୍ରୀରାମ ଜନ୍ମ ମହୋତ୍ସବ କମିଟି ପକ୍ଷରୁ  ସାଂସ୍କୃତିକ ଶୋଭାଯାତ୍ରା, ଓଡିଶୀ ନୃତ୍ୟ, ଆଳତି ଓ ଶ୍ରୀରାମ ବନ୍ଦନା ସହିତ ସଭା ପୁରଷ୍କାର ବିତରଣ  କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଶିକ୍ଷାବିତ ସତ୍ୟବାଦୀ ଦାଶ, ସାକ୍ଷୀଗୋପାଳ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀ, ସିଂହଦ୍ୱାର ଭଜନ କମିଟିର ସମ୍ପାଦକ ଦିବାକର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।  ପରେ ପରେ ଭଜନ ସମାରୋହ ପରିବେଷଣ କରାଯାଇଥିଲା ।  ସଂଧ୍ୟାରେ ଶତାଧିକ ଭକ୍ତ ମାନଙ୍କୁ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା । ସେହିପରି ପଟ୍ଟନାୟିକିଆ ସ୍ଥିତ ସାଇ ମନ୍ଦିରରେ ରାମନବମୀ ତଥା ସାଇବାବାଙ୍କ ଜନ୍ମତିଥି ପାଳିତ ହୋଇଯାଇଛି । ଏହି ଅବସରରେ ଠାକୁରଙ୍କ ନୀତିକାନ୍ତି କରାଯିବା ସହ ଜନ୍ମବିଧି ଅନୁଯାୟୀ ହୋମଯଜ୍ଞର ଆୟୋଜନ କରାଯାଇଥିଲା । ପରେପରେ ବାବାଙ୍କର ଚାବାଡି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ସାଇ ମନ୍ଦିରର ମୁଖ୍ୟ ପରିଚାଳକ ପି,ଟୁନା ପାତ୍ର ପରିଚାଳନା କରିଥିଲେ ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୪/୨୦୨୪---୭,୫୦   Sakhigopal News, 17/4/2024

Popular Posts