Breaking News

ହଜାର ହଜାର ସମର୍ଥକଙ୍କ ଗହଣରେ ପ୍ରାଥୀପତ୍ର ଦାଖଲ କଲେ ଦଶପଲ୍ଲା ବିଜେଡି ବିଧାୟକ ପ୍ରାଥୀ ରମେଶ

 

ନୟାଗଡ଼ -  ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡ଼ି ପକ୍ଷରୁ ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରା ନିଜର ନାମାଙ୍କନ ପତ୍ର ନୟାଗଡ଼ ରିଟର୍ଣ୍ଣିଂ ଅଫିସର ତଥା ନୟାଗଡ଼ ଉପଜିଲାପାଳଙ୍କ ନିକଟରେ ଦାଖଲ କରିଛନ୍ତି । ଏହି ଅବସରରେ ଦଶପଲ୍ଲା ବିଧାୟକ ତଥା ବର୍ତ୍ତମାନ ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରାଙ୍କ  ନେତୃତ୍ୱରେ ନିଜର ଆଧିପତ୍ୟ ଜାହିର କରିଛି ବିଜେଡ଼ି । ଦଳ ପକ୍ଷରୁ ଆଜି ଆଖି ଝଲସିଗଲା ଭଳି ଶୋଭାଯାତ୍ରା କରାଯାଇଥିଲା। ଏହି ନିର୍ବାଚନ ମଣ୍ଡଳୀର ପ୍ରତି ପଞ୍ଚାୟତର ହଜାର ହଜାର ସଂଖ୍ୟାରେ ବିଜେଡି କର୍ମୀ ଓ ନେତା ଯୋଗଦାନ କରି ଶୋଭାଯାତ୍ରା ରେ ବିଜେଡି ଜିନ୍ଦାବାଦ, ହେ ନବୀନ ବାବୁ ଆମେ ତୁମ ଫ୍ୟାନ, ଏବଂ ଜୟ ଜଗନ୍ନାଥ ନାରବାଜିରେ ନୟାଗଡ଼ ସହର ପ୍ରକମ୍ପିତ ହୋଇଥିଲା।
ସମାରୋହରେ ଉପସ୍ଥିତ ଥିଲେ  କନ୍ଧମାଳ  ସାଂସଦ ପ୍ରାଥୀ ଡ଼  ଅଚ୍ୟୁତାନନ୍ଦ ସାମନ୍ତ, ନୟାଗଡ଼ ବିଧାୟକ ପ୍ରାଥୀ ଅରୁଣ କୁମାର ସାହୁ  ,  ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷା ପୁନମ ପ୍ରିୟଦର୍ଶିନୀ, ଗଣିଆ ବ୍ଲକ ଅଧକ୍ଷା ଝୁନା ଜେନା,  ଦଶପଲ୍ଲା ବ୍ଲଜ ଅଧକ୍ଷା ସୁନନ୍ଦା ସାହୁ, ନୂଆଗାଁ ବ୍ଲକ ଅଧକ୍ଷା ଲଷ୍ମୀପ୍ରିୟା ବେହେରା ଓ ସମସ୍ତ ଜିଲ୍ଲାପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ  ଓ ସଭ୍ୟା ମାନଙ୍କ ସହିତ ବିଜେଡି କର୍ମୀ ଓ ପ୍ରତି ପଞ୍ଚାୟତର ବିଜେଡ଼ି ପ୍ରେମୀ ଯୋଗ ଦେଇଥିଲେ।  ଚଳିତ ସାଧାରଣ ନିର୍ବାଚନରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ପୁଣି ଦ୍ୱିତୀୟ ଥର ଭାବେ ବିଧାୟକ ଭାବେ ଶଙ୍ଖନାଦ କରିବା ପାଇଁ କର୍ମୀ ମାନେ ସଂକଳ୍ପ ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଭାବମୂର୍ତ୍ତି, ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ଜନ କଲ୍ୟାଣ ଯୋଜନା, ବିକାଶ ମୂଳକ କାର୍ଯ୍ୟକୁ ନେଇ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବେ ବୋଲି  ବିଧାୟକ ପ୍ରାଥୀ ଶ୍ରୀ ବେହେରା କହିଛନ୍ତି । ନୟାଗଡ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୮/୪/୨୦୨୪---୬,୨୫ Sakhigopal News,28/4/2024

Blog Archive

Popular Posts