Breaking News

ଭେଡେନ ବ୍ଲକ କୃଷକ ସଂଗଠନ ତରଫରୁ ଫସଲ ବୀମା ଏବଂ ଇନପୁଟ ସବସିଟି ପ୍ରସଙ୍ଗରେ ଆଲୋଚନା


ବରଗଡ଼ --- ବରଗଡ ଜିଲ୍ଲା ଭେଡେନ ବ୍ଲକ କୃଷକ ସଂଗଠନ ତରଫରୁ ଭେଡେନ ସିଦ୍ଧେଶ୍ୱର ଶିବ ମନ୍ଦିର ଠାରେ ଫସଲ ବୀମା ଏବଂ ଇନପୁଟ ସବସିଟି ପ୍ରସଙ୍ଗରେ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା। ବୈଠକ ରେ ବିଭିନ୍ନ ଗ୍ରାମ ରୁ ଆସିଥିବା ଚାଷୀମାନେ ଠିକ ଭାବରେ କ୍ଷତିପୂରଣ ଟଙ୍କା ନ ମିଳୁଥିବା ଅଭିଯୋଗ କରିଥିଲେ। ରେଶମ ର ସୁଦାମ ପାତ୍ର ପ୍ରକାଶ କରନ୍ତି ଯେ. ୧,୮୩ ହେକ୍ଟର ଜମି ୭୦% କ୍ଷତି ହୋଇଥିବା ସେହିସମୟ ରେ ରିଲାଏନ୍ସ କମ୍ପାନୀ ପ୍ରତିନିଧି କହିଥଲେ। ହେଲେ କ୍ଷତିପୂରଣ ମିଳିଛି ମାତ୍ର ୧୮ ହଜାର ଟଙ୍କା । ଭାଙ୍ଗକୁଦ ଚାଷୀ କ୍ଷଗେଶ୍ୱର କଲସେ ତାଙ୍କର ୪ ଏକର ଜମିର କ୍ଷତିପୂରଣ ପାଇଛନ୍ତି ମାତ୍ର ୧୨୩୨ଟଙ୍କା ତାହାହେଲେ ଏକର  ପ୍ରତି କେତେ ପ୍ରତିଶତ  କ୍ଷତିପୂରଣ ଟଙ୍କା ପାଇଛନ୍ତି?। ବକଟି ଗ୍ରାମରେ ମାତ୍ର ୧୦ ଜଣ ଚାଷୀ ପାଇଥିବା ବେଳେ ଲୁପୁରସିଂହା ୩ ଜଣ କ୍ଷତିପୂରଣ ପାଇଥିବା ସଭାରେ  ଚର୍ଚ୍ଚା ହୋଇଥିଲା । ଚାଷୀ ମାନଙ୍କ ଅଭିଯୋଗ ଯେ , ସମବାୟ ବ୍ୟାଙ୍କ ରେ କୌଣସି ଚାଷୀ ର କ୍ଷତିପୂରଣ ଟଙ୍କା ମିଳି ନଥିବା ପ୍ରକାଶ କରିଛନ୍ତି। ବରଗଡ଼ ଜିଲ୍ଲାରେ ଭେଡେନ ବ୍ଲକ ଛଅ ହଜାର ଚାଷୀ ଆବେଦନ କରିଥିଲେ କେତେ ଜଣ କ୍ଷତିପୂରଣ ପାଇଛନ୍ତି କୌଣସି ସୂଚନା ନାହିଁ। ବୈଠକ ରେ ନିଷ୍ପତ୍ତି ଅନୁସାରେ ଯାହାର କମ ପ୍ରତିଶତ ପଡିଛି ବା  ମୋଟେ ପାଇନାହାଁନ୍ତି ବା ଯେଉଁ ଚାଷୀ ମାନେ ଅସନ୍ତୋଷ ଅଛନ୍ତି, ଜିଲ୍ଲା କୃଷି କାର୍ଯ୍ୟାଳୟ ବରଗଡ଼ ଠାରେ ପୁନର୍ବାର ଆବେଦନ ଶୁଣାଣି ହେବ । ସେଥିପାଇଁ ଅସନ୍ତୋଷ ଚାଷୀ ନିଜର ଇନ୍ସୁରାନ୍ସ ପୋଲିସି ଏବଂ ଆଧାର କାର୍ଡ ନେଇ ଦିନ ୭ଟା ରୁ ୧ଟା ପର୍ଯ୍ୟନ୍ତ ଭେରୀଫିକେସନ କରେଇ ପାରିବେ। ବର୍ତ୍ତମାନ ସୁଦ୍ଧା ୧୭ କୋଟି ଟଙ୍କା ଚାଷୀ ଙ୍କ ଆକାଉଣ୍ଟ ଆସିଲାଣି ବାକି ୬ କୋଟି ଟଙ୍କା କାଲି ସୁଦ୍ଧା ପଡିବ ବୋଲି ଏ ଏସ ପି ତପନ ମହାନ୍ତି କହିଛନ୍ତି।
ଚଳିତ ରବି ଋତୁରେ ପୂଣି ଭେଡେନ ବ୍ଲକ ରେ ହଜାର ହଜାର ଏକର ଜମିରେ ଗଣ୍ଠି ପୋକ ଲାଗି ଧାନ ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଳୁଛି । ଏଣୁ ବୈଠକ ର ନିଷ୍ପତ୍ତି ଅନୁସାରେ ଯେଉଁ ଚାଷୀମାନଙ୍କ କ୍ଷତି ହୋଇଛି ସବସିଟି ପାଇଁ କୃଷି ବିଭାଗ କୁ ଆବେଦନ କରନ୍ତୁ । ଏବଂ ଫସଲ ବୀମା ପାଇଁ ଇସୁରେନ୍ସ କମ୍ପାନୀ ପ୍ରତିନିଧି କୁ ସୂଚନା ଦିଅନ୍ତୁ। ଯଦି କ୍ଷତିଗ୍ରସ୍ତ ଚାଷୀ ଆବେଦନ କରିବେ ନାହିଁ ତାହାହେଲେ କ୍ଷତିପୂରଣ ପାଇବାରୁ ବଞ୍ଚିତ ହେବେ। 
 ସଭା ରେ କୃଷକ ସଙ୍ଗଠନ ର ଉତ୍ପନ୍ନ କୁମାର ଭୋଇ, ରମେଶ ମହାପାତ୍ର, ସୁଦାମ ପାତ୍ର, ନରେନ୍ଦ୍ର ଭୋଇ, ବାବ୍ରୁ ସାହୁ,ଅଞ୍ଜନ ପଧାନ, ସରୋଜ ବାରୀକ, କୁନା ପଧାନ, ବୀରେନ୍ଦ୍ର ପଧାନ, ଅଂଜନ ପଧାନ, ଗଣେଶ ବିଶି, ନରେଶ ସାହୁ, ପୁଷ୍କର ହୋତା, ତୋଷବନ୍ତ ସାହୁ, କପିଳ ବିଶ୍ୱାଳ, ସୁରେନ୍ଦ୍ର ବିଶି, ମିତ୍ରଭାନୁ ଥପା, ପ୍ରମୋଦ ପାଣ୍ଡେ, ପ୍ରକଶ ସାହୁ, କମଲେଶ୍ୱର ଧରୁଆ, ସୁବ୍ରତ ନାୟକ. ସୁବାସ ପଧାନ, ଫାଙ୍କା ସେଠ ଉପସ୍ଥିତ ରହି ଆଲୋଚନା ଅଂଶଗ୍ରହଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୧/୪/୨୦୨୪----୯,୩୫ Sakhigopal News,21/4/2024

Popular Posts