Breaking News

୨୯ ତାରିଖରେ ବିଜେଡି ପ୍ରାର୍ଥୀ ସଞ୍ଜୟ କୁମାର ଦାସବର୍ମା ପ୍ରାର୍ଥୀ ପତ୍ର ଦାଖଲ କରିବେ

 


 ସାକ୍ଷୀଗୋପାଳ---- ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ସତ୍ୟବାଦୀ ଓ କଣାସ କ୍ଳକକୁ ନେଇ ଗଠିତ । ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ନିର୍ବାଚନୀ ତାତି ସେତିକି ବଡୁଛି । ସତ୍ୟବାଦୀରେ ନିର୍ବାଚନୀ ପବନ ବୋହିବା ଆରମ୍ଭ ହୋଇଯାଇଛି । ବିଜେଡି ପ୍ରାର୍ଥୀ ଅନ୍ୟ ଦଳ ଅପେକ୍ଷର ପ୍ରଚାରରେ ସମସ୍ତଙ୍କ ଠାରୁ ଆଗରେ ରହିଛି । ବିଜେଡି , ବିଜେପି ଦଳୀୟ ପ୍ରାର୍ଥୀ ମାନେ ନିଜ ନିଜର ସମର୍ଥକଙ୍କୁ ସାଙ୍ଗରେ ଧରି କର୍ମୀ ବୈଠକ ସହିତ ଦୁଆର ଦୁଆର ବୁଲି ନିଜ ସପକ୍ଷରେ ଭୋଟ ଦେବାକୁ ଭୋଟର ମାନଙ୍କୁ ନିବେଦନ କରୁଥିବା ଜଣାପଡିଛି । ଏହି ଅବସରରେ ପୁରୀ ଜିଲ୍ଲାରେ ୨୯ ତାରିଖ ପ୍ରାର୍ଥୀ ପତ୍ର ଦାଖଲ ହେବାର ପ୍ରଥମ ଦିବସ । ଏହି ଦିନ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ବିଧାନସଭା ପ୍ରାର୍ଥୀ ସଞ୍ଜୟ କୁମାର ଦାସବର୍ମା ଦୁଇ ବ୍ଳକରୁ ପ୍ରାୟ ହଜାର ହଜାର ମଟର ସାଇକେଲ ଶୋଭାଯାତ୍ରା ସାକ୍ଷୀଗୋପାଳ ବକୁଳବନ ଠାରୁ ଆରମ୍ଭ କରି ପୁରୀ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ସେଠାରେ ନିଜର ନାମଙ୍କନପତ୍ର ଦାଖଲ କରିବେ ବୋଲି ସତ୍ୟବାଦୀ ବ୍ଳକ ବିଜେଡି ସଭାପତି ପ୍ରମୋଦ ରାଉତରାୟଙ୍କ ଠାରୁ ସୁଚନା ମିଳିଛି । ଏହି ଶୋଭାଯାତ୍ରାର ଦାୟତ୍ୱ ନେଇଥିବା ସତ୍ୟବାଦୀ ବ୍ଳକର ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ଓ କଣାସ ବ୍ଳକର ଅଧ୍ୟକ୍ଷାଙ୍କ ସହିତ ଦୁଇ ବ୍ଳକର ବିଜେଡି ସଭାପତି, ଯୁବ ସଭାପତି,  ସରପଞ୍ଚ, ସମିତିସଭ୍ୟ ସଭ୍ୟା, ମହିଳାଗୋଷ୍ଠୀର ମା  ମାନଙ୍କ ସହିତ ବିଭିନ୍ନ ପଞ୍ଚାୟତର ସଭାପତି ଓ ଯୁବ ଗୋଷ୍ଠୀ ।


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୪/୨୦୨୪----୭,୧୦    Sakhigopal News, 23/4/2024

Popular Posts