Breaking News

ମା ମଉଁନେଇଙ୍କ ଚଇତ୍ର ଯଜ୍ଞୋତ୍ସବ ଅନୁଷ୍ଠିତ



ସାକ୍ଷୀଗୋପାଳ---- ସାକ୍ଷୀଗୋପାଳ  ବଜାର ମଧ୍ୟରେ ପୂଜିତ ମା ମଉଁନେଇଙ୍କର ଚଇତ୍ର ଯଜ୍ଞୋତ୍ସବ ଆରମ୍ଭ ହୋଇଯାଇଛି । ଏହି ଯଜ୍ଞ ତିନିଦିନ ଧରି ଅନୁଷ୍ଠିତ ହେବ । ମାମଉଁନେଇଙ୍କ ପ୍ରତିଦିନ ନୀତିକାନ୍ତି କରାଯିବା ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ କରାଯାଉଛି । ସ୍ରୋତିୟ ବାହ୍ମଣ ମାନଙ୍କ ଦ୍ୱାରା ଘୃତ ଆହୁତି ପ୍ରଦାନ କରାଯାଉଛି । ମାଙ୍କ ପାଖରେ ପ୍ରତିବର୍ଷ ଚଇତ୍ର ମାସରେ ହୋମଯଜ୍ଞ କରାଯାଇ ଆସୁଛି ।   ମା ମଉଁନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୪/୨୦୨୪---୮.୨୦   Sakhigopal News, 21/4/2024

Popular Posts