Breaking News

ପକ୍ଷୀ ଓ କୀଟପତଙ୍ଗ ମାନଙ୍କ ପାଇଁ ଗଛରେ ବାନ୍ଧିଲେ ପାଣି ମାଠିଆ ;ଯୁବ ସମାଜସେବୀ ସଂଗ୍ରାମ


  ସାକ୍ଷୀଗୋପାଳ--- ଅସହ୍ୟ ଗରମ ସାଙ୍ଗକୁ ପାଣିର ଏବେ ଠାରୁ ଘୋର ଅଭାବ ଦେଖାଯାଇଛି । ବିଲ ବାରି ସବୁଆଡେ ଶୁଖିଲା ପଡିଛି ।  ଦଶଟା ବାଜିଗଲେ ଲୋକମାନେ ଘରୁ ବାହରକୁ ବାହିରାବକୁ ଭୟ କରୁଛନ୍ତି । ବିଭିନ୍ନ ସ୍ଥାନରେ ଓ ଘର ଆଗରେ ଲୋକମାନେ ଗାଇ, ଗୋରୁ , ପଶୁ ମାନଙ୍କ ପାଇଁ ପାଣି କୁଣ୍ଡ ରଖୁଛନ୍ତି । ମାତ୍ର ଆମ ପାଖରେ ଘୁରିବୁଲୁଥିବା ଛୋଟ ଛୋଟ ପକ୍ଷୀ, କୀଟ ପତଙ୍ଗ ଏପରିକି ପଜାପତି, ଘରଚଟିଆ, ବଣି, ହଳଦୀବସନ୍ତ, କୋଇଲି, ଗୋବରା ଆଦି ଚଡେଇ ମାନଙ୍କ ପାଇଁ ସେପରି କେହି ଚିନ୍ତା କରୁନାହାନ୍ତି । ସତ୍ୟବାଦୀ ବ୍ଳକର ବିଶ୍ୱନାଥପୁର ଗ୍ରାମ ପଞ୍ଚାୟତର ବାହ୍ମଣପଡା ଗ୍ରାମର ଯୁବ ସମାଜସେବୀ ସଂଗ୍ରାମ ମହାପାତ୍ର ନିଜେ ଗ୍ରାମ ଜଙ୍ଗଲ ସହିତ ନିଜ ବାରିପଟେ ଥିବା ଛୋଟ ଛୋଟ ଗଛ ମାନଙ୍କରେ ପାଣି ମାଟିଆ ବାନ୍ଦିଛନ୍ତି । ଯାହାକି ଛୋଟ ଛୋଟ କୀଟପତଙ୍ଗ ସହିତ ପକ୍ଷୀ ମାନେ ବିନା ବାଧାରେ ଖରାଦିନରେ ପାଣି ପିଇ ପାରିବେ । ସଂଗ୍ରାମ ଏହା ଆଗରୁ ବିଭିନ୍ନ ସମାଜସେବା କରିବା ସହ ରକ୍ତ ଦାନ କରିବା ସହ ଗାଇ ଗୋରୁଙ୍କ ସେବା ଓ ବୃକ୍ଷ ରୋପଣ ତାଙ୍କର ପ୍ରଥମ କାର୍ଯ୍ୟ ଭାବେ ଗ୍ରହଣ କରିଛନ୍ତି । ସତ୍ୟବାଦୀର ବିଭିନ୍ନ ଗ୍ରାମରେ ଥିବା ଯୁବକ, ଯୁବତୀ ମାନଙ୍କୁ ନିବଦେନ କରିଛନ୍ତି ଯେ ବିଭିନ୍ନ ସ୍ଥାନରେ ବା ଗ୍ରାମ ମଠ ଓ ମନ୍ଦିର ମାନଙ୍କରେ ପୁରୁଣା କଳସ ବା ଘଡି ପଡିଛି । ସେଗୁଡିକ ଗୋଟାଇ ଭଲ କରି ଧୁଆଧୋଇ କରି ହାତ ପାଇଲା ପରି ଗଛରେ ବାନ୍ଦି ସେଥିରେ ପାଣି ରଖିବା ପାଇଁ ଯୁବକ ଯୁବତୀ ମାନଙ୍କୁ ନିବଦେନ କରିଛନ୍ତି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୪/୨୦୨୪----୮,୧୦   Sakhigopal News 10/4/2024

Popular Posts