କୁଦିଆରୀ ଗ୍ରାମଦେବୀ ମା ଜାଗୁଳେଇଙ୍କ ବାସନ୍ତିକ ଦୁର୍ଗାପୂଜା ଅନୁଷ୍ଠିତ
ଜଟଣୀ --- ସ୍ଥାନିୟ ପୌରାଞ୍ଚଳ ଅନ୍ତର୍ଗତ କୁଦିଆରି ଠାରେ ମଙ୍ଗଳ ବାର ଠାରୁ ଆରମ୍ଭ ହୋଇଛି ମା ଜାଗୁଳାଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ। ମାନସିକ ବ୍ରତଧାରୀ ଉଭୟ ମହିଳା ପୁରୁଷ ମାନେ ନୂତନ ଵସ୍ତ୍ର ପରିଧାନ କରି ମାଝଣା ପୋଖରୀରୁ ଜଳ ଭର୍ତି କଳସ ମୁଣ୍ଡରେ ରଖି ଏକ ଶୋଭାଯାତ୍ରା ରେ ଗ୍ରାମ ପରିକ୍ରମା କରିଥିଲେ । ମା ଙ୍କ ଯଜ୍ଞ ମଣ୍ଡପ ଉପରେ ସ୍ଥାପନା କରାଯାଇ ସାଲା ମଣ୍ଡନ, ସୂର୍ଯ୍ୟ ପୂଜା ପରେ ସନ୍ଧ୍ୟାରେ ମା ଙ୍କୁ ମହାସ୍ନାନ କରାଯାଇ ପ୍ରଥମେ ଶୈଳପୁତ୍ରୀ ଭେଷରେ ଦର୍ଶନ ଦେଇଥିଲେ । ପ୍ରତିପଦା ସହିତ ଦ୍ଵିତୀୟା ଥିବାରୁ ରାତ୍ର ଆଠଟା ପରେ ମା ଙ୍କୁ ବ୍ରାହ୍ମଚାରିଣୀ ଭେଷରେ ସଜ୍ଜିତ କରାଯାଇ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚଣ୍ଡୀ ପାଠ ସହିତ ମା ଦର୍ଶନ ଦେବେ ବୋଲି ମୁଖ୍ୟ ପୂଜକ ମନୋରଞ୍ଜନ ପଣ୍ଡା କହିଥିଲେ । ଆସନ୍ତା କାଲି ବିଶ୍ରାମ ଦିବସରେ କୌଣସି ଭେଷ ନଥିବାରୁ ମା ତାଙ୍କର ସାଧାରଣ ଭେଷରେ ଦର୍ଶନ ଦେବେ । ଚିତ୍ରକର ବିଜୟ କୁମାର ପଣ୍ଡା ବେଶ କରାଇଥିବା ବେଳେ ଅଭିରାମ କର ଧର୍ମ ପତ୍ନୀ ସ୍ଵର୍ଣ୍ଣଲତା କର କର୍ତ୍ତା କର୍ତ୍ତୀ ଭବେ ରହିଛନ୍ତି ବୋଲି କମିଟି ସମ୍ପାଦକ ଏଲ ଡ଼ି ମହାନ୍ତି ସୂଚନା ଦେଇଛନ୍ତି l ଏହି କାର୍ଯ୍ୟକ୍ରମ କୁ ପରିଚାଳନା କମିଟିର ସଭାପତି ରାଧାମୋହନ ପଟ୍ଟନାୟକ , ଚଚି ତଦାଶ , ପୂର୍ଣଚନ୍ଦ୍ର ସାହାଣୀ , ଅଶୋକ କୁମାର ଦାଶ ପ୍ରମୁଖ ସହଯୋଗ କରିଥିଲେ l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୦/୪/୨୦୨୪----୮,୪୫ Sakhigopal News,10/4/2024
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୦/୪/୨୦୨୪----୮,୪୫ Sakhigopal News,10/4/2024