ନାମାଙ୍କନ ପତ୍ର ଦାଖଲ କଲେ ବାଲିଗୁଡା ବିଜେଡି ବିଧାୟକ ପାର୍ଥି ଚକ୍ରମଣୀ କଂହର
କନ୍ଧମାଳ ---- ଗଣତନ୍ତ୍ରର ମହାପର୍ବ ହେଉଛି ନିର୍ବାଚନ ପର୍ବ । ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବାଲିଗୁଡା ବିଜେଡି ବିଧାୟକ ପାର୍ଥି ଚକ୍ରମଣୀ କଂହର l ତାଙ୍କ ସହିତ କନ୍ଧମାଳ ବିଜେଡି ସାଂସଦ ପ୍ରାଥୀ ଡ଼ଃ ଅଚ୍ୟୁତ ସାମନ୍ତ, ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ବିଜୟ ନାୟକ ବାଲିଗୁଡା ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଶ୍ରୀ କଂହର । ବାଲିଗୁଡା ବିଜେଡି କାର୍ଯ୍ୟାଳୟ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ଫୋଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ସହ ଆଶ୍ରିବାଦ ନେଇ ଦଳୀୟ କର୍ମୀମାନଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରା ବାହାରିଥିଲା l ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ସଂଯୋଜକ ଟୁନା ଦାସ ଙ୍କ ନେତୃତ୍ୱ ରେ ଚାରି ଗୋଟି ବ୍ଲକ ର ତିରିଶି ହଜାରରୁ ଉର୍ଦ୍ଧ ବିଜୁ ପ୍ରେମୀ,ବିଜେଡି କର୍ମୀ ଓ ଶୁଭେଛୁ ଙ୍କ ସହ ବିରାଟ ଶୋଭାଯାତ୍ରା ରେ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡି ବିଧାୟକ ପ୍ରାଥୀ l ନାମାଙ୍କନ ପତ୍ର ଦାଖଲ ଅବସରରେ ବିଜେଡି ପକ୍ଷରୁ ଜନ ସମୁଦ୍ର ରେ ପରିଣତ ହୋଇଥିଲା ବାଲିଗୁଡା ସହର l ଦଳୀୟ ନାରା ଦେଇ ବିଧାୟକ ପ୍ରାଥୀ ଙ୍କୁ ଶୁଭେଚ୍ଛା ଜଣେଇ ବିରାଟ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ ସୁଶାସନ, ଲୋକାଭିମୁଖୀ ଯୋଜନା ଓ ବିକାଶ ଧାରାକୁ ବଜାୟ ରଖିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପ୍ରତି ଭଲ ପାଇବା ଏହି ହଜାର ହଜାର ବିଜେଡି କର୍ମୀ ଙ୍କ ଜନ ସମାବେଶ ବୋଲି କହିଛନ୍ତି ବିଜେଡି ସାଂସଦ ପ୍ରାଥୀ ଡ଼ଃ ଅଚ୍ୟୁତ ସାମନ୍ତ l କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୨୯/୪/୨୦୨୪----୭,୩୫ Sakhigopal News,29/4/2024