Breaking News

ପରିଚୟ ସମ୍ବଲପୁର ଓ ନିଷ୍ଠା ବରଗଡ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅସହାୟଙ୍କୁ ସହଯୋଗ


ବରଗଡ଼ ----
ବରଗଡ ଜିଲ୍ଲା ବିଜେପୁର ଠାରେ ରୁହନ୍ତି ସ୍ବାଗତ ପ୍ରଧାନ । ବୟସ ୨୩ବର୍ଷ ଜନ୍ମ ରୁ ସେ ଚଲାବୁଲା କରି ପାରନ୍ତିନାହିଁ। ବିଧି ର ବିଧାନ ଥିଲା କିଛି ଅଲଗା। ବାପା ମା ଉଭୟ ଙ୍କ ର ମୃତ୍ୟୁ ହୋଇଯାଇଛି। ବାପା ସ୍ୱର୍ଗତ ମଦନ ପ୍ରଧାନ ମା ସନ୍ଧ୍ୟା ପ୍ରଧାନ।ଆଉ ଜଣେ ଛୋଟ ଭାଇ ଅଛନ୍ତି ଶରତ ପ୍ରଧାନ ବୟସ ୨୦ବର୍ଷ। ଘରେ ରୋଗ ଗ୍ରସ୍ତ ବଡ ଭାଇ ଖଟରେ ପଡିଥିବା ଦେଖି ସବୁବେଳେ ଚିନ୍ତା ରେ ରୁହନ୍ତି ସାନଭାଇ ଶରତ । ଏପଟେ ପୁଣି ପାଠ ପଢା ଚିନ୍ତା। ସ୍ବାଗତ ର ଅବସ୍ଥା ଓ ଘରର ଅବସ୍ଥା ଅତ୍ୟନ୍ତ ଦୟନୀୟ।ଏ ଖବର ପାଇ ବରଗଡ଼ ର ସ୍ଵେଚ୍ଛାସେବୀ ରୋହିତ ଜୟସ୍ୱାଲ । ଏ ନେଇ ସମ୍ୱଲପୁର ର ପରିଚୟ ଓ ନିଷ୍ଠା ପରିବାର, ବରଗଡ ର ସ୍ଵେଚ୍ଛାସେବୀ ଅନୁଷ୍ଠାନ କୁ ଜଣାଇଥିଲେ । ନିଷ୍ଠା ପରିବାର ର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭୁବନେଶ୍ବର ସ୍ଥିତ ମିଶନ ଅଫ ଚାରିଟି କୁ ନେଇ  ଥଇଥାନ କରାଗଲା। ସାଙ୍ଗ ରେ ନିଷ୍ଠା ପରିବାର ର ସଦସ୍ୟ ଗ୍ରାମବାସୀ ଓ ପରିଚୟ ର ବିପିନ ବିହାରୀ ପଣ୍ଡା ପ୍ରମୁଖ ଭୁବନେଶ୍ୱର ଯାଇ ତାଙ୍କୁ  ସହଯୋଗ କରିଥିଲେ।

 ସୁଚନା ଯୋଗ୍ୟ ଯେ ନିଷ୍ଠା ପରିବାର ସଦା ସର୍ବଦା, ସବୁ ସମୟରେ ଅସହାୟଙ୍କୁ ସେବାରେ ନିଜକୁ ନିୟୋଜିତ କରି ଆସୁଛନ୍ତି। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୩୦/୪/୨୦୨୪----୮,୫୦ Sakhigopal News,30/4/2024

Popular Posts