Breaking News

ସତ୍ୟବାଦୀର କଂଗ୍ରେସ ପ୍ରାର୍ଥୀ ସାକ୍ଷୀଗୋପାଳ ମନ୍ଦିର ଦର୍ଶନ କଲେ ; ବିଜେପିର କର୍ମୀ ମାନେ କଂଗ୍ରେସରେ ଯୋଗ ଦେଲେ



 ସାକ୍ଷୀଗୋପାଳ----ସତ୍ୟବାଦୀରେ କଂଗ୍ରେସ ଦଳ ପକ୍ଷରୁ ମନୋଜ ରଥ ପ୍ରାର୍ଥୀ ଭାବେ ଘୋଷଣା କରାଯିବା ପରେ ଶ୍ରୀ ରଥ ସାକ୍ଷୀଗୋପିନାଥଙ୍କୁ ଦର୍ଶନ କରିବା ସହ ମନ୍ଦିର ସମ୍ମୁଖରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିଥିଲେ । ଶ୍ରୀ ମନୋଜ ରଥ ହେଉଛନ୍ତି ସତ୍ୟବାଦୀର ମାଟିର ପୁଅ ।  ତାଙ୍କ ବାପା ଜଣେ ପୁରୁଖା ବିଜେପିର କର୍ମୀ ଭାବେ ସତ୍ôୟାଦୀ ନିର୍ବାଚନ ମଣ୍ଡଳୀରେ ସେ ପରିଚିତ । ସତ୍ୟବାଦୀରେ ବିଜେପି ନେତା ଭାବେ ବିଶ୍ୱନାଥଙ୍କର ପତିଆର ରହିଛି । ଏହି ଅବସରରେ ମନୋଜ ରଥଙ୍କ ସହିତ ସତ୍ୟବାଦୀ ବ୍ଳକର ପୂର୍ବତନ ଅଧ୍ୟକ୍ଷ ଜୟନ୍ତ କୁମାର ହୋତା, ଜୟପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଶ୍ୱନାଥ ମହାପାତ୍ର, ସତ୍ୟବାଦୀ ବ୍ଳକ କଂଗ୍ରେସ ସଭାପତି ସୁବାଷ ମହାପାତ୍ର , ବିଶ୍ୱଜିତି ହୋତାଙ୍କ ସହିତ ବିଜେପିର ଚିତ୍ତ ଆଜାର୍ଯ୍ୟଙ୍କ ସହିତ କିଛି ବିଜେପି କର୍ମୀ ମାନେ କଂଗ୍ରେସରେ ଯୋଗ ଦେଇଥିବା ଡ. ବିଶ୍ୱନାଥ ରଥଙ୍କ ଠାରୁ ସୁଚନା ମିଳିଛି ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୮/୪/୨୦୨୪---୮,୫୦      Sakhigopal News, 18/4/2024

Popular Posts