>>
  • ଜଟଣୀ ସହରରେ ଓଡିଶା ବନ୍ଦର ସମ୍ୟକ ପ୍ରବାହ , ବ୍ୟବସାୟୀ ଭାଇମାନଙ୍କ ସ୍ୱତଃପ୍ରତ ସମର୍ଥନ
  • >>
  • ଭଞ୍ଜନଗରରେ ଓଡିଶା ବନ୍ଦ ଶାନ୍ତି ପୂର୍ଣ୍ଣ ଭାବେ ପାଳନ
  • >>
  • ବିଜେପି ସରକାର ଡାଉନ୍ ଡାଉନ୍ , ସତ୍ୟବାଦୀ ରେ ଓଡ଼ିଶା ବନ୍ଦ ସଫଳ ଦେଖିବାକୁ ମିଳିଛି
  • >>
  • ସାକ୍ଷୀଗୋପାଳ - ଅଳଗୁମ ଓଭରବ୍ରିଜ ସର୍ଭେ ଦୁତୀୟ ଦିନ ; ଡ୍ରୋନ କ୍ୟାମେରା ଦ୍ବାରା ଫଟୋ ଉତ୍ତୋଳନ
  • >>
  • ସାକ୍ଷୀଗୋପାଳ ପୋଲିସ ପକ୍ଷରୁ ଚୋରା ବାଲି ଟ୍ରକ ଜବତ
  • >>
  • ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ମ୍ରୁତ୍ୟୁ ଘଟଣାକୁ ନେଇ ସତ୍ଯବାଦୀ ଯୁବ କଂଗ୍ରେସ ପକ୍ଷରୁ ଦୀପଦାନ ଓ ବିକ୍ଷୋଭ
  • >>
  • ଭଞ୍ଜନଗର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ
  • >>
  • ସାକ୍ଷୀଗୋପାଳ - ଅଳଗୁମ ଓଭରବ୍ରିଜ ସର୍ଭେ ଚାଲିଥିବା ବେଳେ ବିରୋଧ କଲେ ବ୍ୟବସାୟୀ; ପ୍ରଶାସନ ମୁଣ୍ଡ ନୁଆଇଁଲା ବ୍ୟବସାୟୀଙ୍କ ନିକଟରେ
  • >>
  • ଜଟଣୀ ପୌରପରିଷଦ ପକଳ୍ପ ନାମରେ ହରିଲୁଟ
  • >>
  • ଭଞ୍ଜନଗର ରୋଟାରୀ କ୍ଳବର ୧୮ ତମ ଅଧିଷ୍ଠାନ ଦିବସ ପାଳିତ
  • >>
  • ଗାଲେରୀ ପାଠଶାଳାର ତୃତୀୟ ବାର୍ଷିକ ଉତ୍ସବ ପାଳିତ
  • >>
  • ୟୁବି ହାଇସ୍କୁଲରେ ବନ ମହୋତ୍ସବ ପାଳନ : “ଏକ୍ ପେଡ୍ ମାଁ କେ ନାମ୍ “ ଅନୁଷ୍ଠିତ
  • >>
  • ତ୍ୟାଗମୟ ଜୀବନ ଏକ ଆଦର୍ଶ, ଦୟାନନ୍ଦଙ୍କ ଜୀବନ ଦର୍ଶନ ମାଟି ପାଇଁ ଏକ ଉପାଦାନ
  • >>
  • ସାକ୍ଷୀଗୋପାଳ - ମନ୍ଦିର ରାସ୍ତାରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ପୁଣି ଜମି ଅଧିଗ୍ରହଣ ପାଇଁ ସର୍ଭେ ଆରମ୍ଭ
  • >>
  • ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ;ସ୍ୱାସ୍ଥ୍ୟ ପ୍ରତି ଯତ୍ନ ହୁଅ
  • ଯାତ୍ରୀବାହୀ ବସ୍ ଧକ୍କାରେ , ବାଇକ ଆରୋହୀଙ୍କର ମୃତ



    ଭଞ୍ଜନଗର - ଭଞ୍ଜନଗର ଥାନା ଅନ୍ତର୍ଗତ ବୁଦୁଲି ନିକଟରେ ଏକ ଯାତ୍ରୀବାହୀ ବସ୍ ଧକ୍କାରେ ବାଇକ୍ ଆରୋହୀ ଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ନିକଟସ୍ଥ ନିଧିଆପଲ୍ଲୀ ଗାଁ ର ଦେବଦତ୍ତ ଦଳବେହେରା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରିଛନ୍ତି । ଭଞ୍ଜନଗର ମେଡିକାଲକୁ ନିଆଯାଇଛି  ବ୍ୟବଛେଦ କରିବା ପାଇଁ । ସେପଟେ ଦୁର୍ଘଟଣା ଘଟାଇଥିବା ବସ୍ ର ଡ୍ରାଇଭର କୁ  ଅଟକ ରଖିଛି ପୋଲିସ । ସୂଚନା ପ୍ରକାରେ ମୃତ ଦେବଦତ୍ତ ସୋରଡା ବ୍ଳକ୍ ର କୁମ୍ଭାରଝୋଳି ରେ ଶିକ୍ଷକ ଚାକିରୀ କରନ୍ତି । ସେ ଭଞ୍ଜନଗରରୁ  ନିଜ ବାଇକ୍ ଯୋଗେ ସନ୍ଧ୍ୟା ସମୟରେ ନିଧିଆପଲ୍ଲୀ କୁ ଫେରୁଥିଲେ ।  ସେହି ସମୟରେ ଫୁଲବାଣୀ ରୁ ଭଞ୍ଜନଗର ଅଭିମୁଖେ ଆସୁଥିବା ଓଆର୍ ୧୨ ବି ୪୧୫୬ ,  ଅନିଲ୍ ବସ୍ ଟି ଦେବଦତ୍ତ ଙ୍କ ବାଇକ୍ କୁ ସାମନାପଟୁ ଧକ୍କା ଦେଇଥିଲା । ଫଳରେ ତାଙ୍କ ବାଇକ୍ ଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ , ଘଟଣା ସ୍ଥଳରେ ହଁ ତାଙ୍କର ମୃତ୍ୟୁ ହୋଇଥିଲା ।  ଖବର ପାଇ ସ୍ଥାନୀୟ ଲୋକେ ଏବଂ ଭଞ୍ଜନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ । ମୃତ ଦେହକୁ ଜବତ କରି, ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲ କୁ ଅଣା ଯାଇଥିଲା । ଏନେଇ ଥାନା ରେ ଏକ ମାମଲା ରୁଜୁ ହୋଇଛି । ସୋମବାର ଦିନ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି  ପୋଲିସ ସୂତ୍ରରୁ ଜଣାପଡ଼ିଥିବା ବେଳେ , ଏନେଇ ତଦନ୍ତ ଜାରି ରଖିଛି ପୋଲିସ ।
    ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୭/୪/୨୦୨୪------୯,୫୦ Sakhigopal News 7/4/2024

    Blog Archive

    Popular Posts