Breaking News

ବିଜେଡି ପ୍ରାର୍ଥୀଙ୍କ ମହାବିଷ୍ଠୁବ ସଂକ୍ରାନ୍ତି ଅବସରରେ ଠାକୁର ଦର୍ଶନ ଓ ଆର୍ଶିବାଦ ଭିକ୍ଷା ; ବାଟ ମହାବୀରଙ୍କ ଠାରୁ ଆରମ୍ଭ ଖାଇଫୋଡରେ ଶେଷ



ସାକ୍ଷୀଗୋପାଳ---- ସତ୍ୟବାଦୀର ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ତାଙ୍କର ନିର୍ବାଚନ ପ୍ରଚାରକୁ ଭିନ୍ନ ଡଙ୍ଗରେ ଆରମ୍ଭ କରିଛନ୍ତି । ଆଜି ଓଡିଆ ବର୍ଷ ଆରମ୍ଭ ସହିତ ମହା ବିଷ୍ଠୁବ ସଂଗ୍ରାନ୍ତି ତଥା ପଣା ସଂକ୍ରାନ୍ତି ଅବସରରେ ସାକ୍ଷୀଗୋପାଳ ବ୍ଳକ ଛକ ନିକଟ ବାଟ ମହାବୀରଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ବିଜୟୀ ହେବା ପାଇଁ ପ୍ରଭୁ ଜୟ ବଜରଙ୍ଗୀ ହନୁମାନଙ୍କୁ ଭିକ୍ଷା ପ୍ରାର୍ଥନା କରିଛନ୍ତି ।  ସେଠାରେ ଥିବା ଶହ ଶହ ଶ୍ରଦ୍ଧାଳୁ ମାନଙ୍କ ସହିତ ସାକ୍ଷାତା କରିଥିଲେ । ପରେ ପରେ ଦୁଗଲ ଗ୍ରାମ ପଞ୍ଚାୟତର ମା ମଙ୍ଗଳା, ହିଙ୍ଗୁଲାଙ୍କ ସହିତ ମା ଦକ୍ଷିଣକାଳୀଙ୍କ ପୀଠରେ ମାଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ସେହିପରି ସାରଙ୍ଗଯୋଡିର ବାବା ହରିଶଙ୍କର, ଶ୍ରୀ ମହାବୀର, ବଳପୁର ପଞ୍ଚାୟତରେ ଭୃଗ ଘାଟରେ ପୂଜିତ ମହାବୀରଙ୍କୁ ଦର୍ଶନ କରିବା ପରେ ବୀରରାମଚନ୍ଦ୍ରପୁର ଗ୍ରାମରେ ପୂଜିତ ଶ୍ରୀ ଗୋପିନାଥ ଓ ମା ମଣିନାଗ ଦୁର୍ଗାଙ୍କୁ ଦର୍ଶନ କରି ବାର୍ଷିକ ଯଜ୍ଞରେ ଯୋଗ ଦେଇଥିଲେ । ଶ୍ରୀରାମଚନ୍ଦ୍ରପୁର ମା ମଙ୍ଗଳାଙ୍କୁ ଦର୍ଶନ କରିବା ସହ ସେଠାରେ ଗ୍ରାମ ବାସୀଙ୍କ ସହିତ ସାକ୍ଷାତ କରି ଭଲ ମନ୍ଦ ସମ୍ପର୍କେ ଶ୍ରୀ ବର୍ମା ପଚାରିଥିଲେ । ଶେଷରେ ଦାସବିଦ୍ୟାଧରପୁର ଓ ଭିଁପୁର ଠାରେ ପ୍ରସିଦ୍ଧ ଖାଇଫୋଡ ଯାତ୍ରାରେ ଯୋଗ ଦେବା ସହ ସେଠାରେ ମା ଗଡଚଣ୍ଡୀ ଓ ନୀଳକଣ୍ଠେଶ୍ୱର ଦେବଙ୍କୁ ଦର୍ଶନ କରି ଆର୍ଶିବାଦ ଭିକ୍ଷା କରିବା ପରେ ସେଠାରେ ଶହ ଶହ ଶ୍ରଦ୍ଧାଳୁ ମାନଙ୍କ ସହିତ ଯାତ୍ରା ସମ୍ପର୍କେ ଆଲେଚନା କରିଥିଲେ । ଶ୍ରୀ ବର୍ଭାଙ୍କ ଗସ୍ତ ସମୟରେ ବିଭିନ୍ନ ମହିଳା ସଂଗଠନ ଓ ଗ୍ରାମ ବାସୀ ମାନଙ୍କ ପକ୍ଷରୁ ବିପୁଳ ଭାବେ ସମର୍ଥନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟବାଦୀ ବ୍ଳକର ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ପୂର୍ବତନ ବ୍ଳକ ଅଧ୍ୟକ୍ଷ ପ୍ରହଲ୍ଲାଦ ଘଟୁଆରୀ, ପ୍ରେମାନନ୍ଦ ବେହେରା, ଜିଲ୍ଲା ପରିଷଦ ସଭ୍ୟ ନାରାୟଣ ରାଉତରାୟ, ଜୟପୁର ସରପଞ୍ଚଙ୍କ ପ୍ରତିନିଧି ଦେବଦତ୍ତ ସାମନ୍ତରାୟ, ଶ୍ରୀରାମଚନ୍ଦ୍ରପୁର ସରପଞ୍ଚ ଜିତେନ୍ଦ୍ର ବେହେରା, ପୂର୍ବତନ ଆତ୍ମାର ଅଧ୍ୟକ୍ଷ ରାମଚନ୍ଦ୍ର ମହାନ୍ତି, ଦେବାଶିଷରାୟ, ସ୍ୱାଧୀନ ଭାରତ ଜେନା, ମାନସ ମହାରଣା, ନାରୀ ନେତ୍ରୀ ଯମୁନା ବେହେରା, ସମିତିସଭ୍ୟା ପୁଷ୍ପାଞ୍ଜଳି ବିଶ୍ୱାଳ, ଦୁଗଲ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ  ପ୍ରକାଶ ଖଟେଇ ସୁରେଶ କୁମାର ସାହୁଙ୍କ ସହିତ ବିଜେଡି ଦଳର ଆଗ ଧାଡିର କର୍ମୀ ମାନେ ଉପସ୍ଥିତ ରହିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୪/୨୦୨୪---୮,୧୦    Sakhigopal News, 15/4/2024

Blog Archive

Popular Posts