Breaking News

ସତ୍ୟବାଦୀର ବିଭିନ୍ନ ବୁଥ ବୁଲି ଦେଖିଲେ ଏଡିଏମ



ସାକ୍ଷୀଗୋପାଳ---- ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ଜିଲ୍ଲା ପ୍ରଶାସନ ପକ୍ଷରୁ ସେତିକି ତତ୍ପରତା ପ୍ରକାଶ ପାଉଛି । ଆଜି ପୁରୀର ଏଡିଏମ ଶରତ ଚନ୍ଦ୍ର ବେହେରା ସତ୍ୟବାଦୀ ବ୍ଳକ ଗସ୍ତ କରି କାଦୁଆ ପଞ୍ଚାୟତର ମହାବଳପଡା, ବରାଳ ଓ ବଳପୁର ସହିତ ଗବକୁଣ୍ଡ ପଞ୍ଚାୟତର ବୁଥ ଗୁଡିକ ବୁଲି ଦେଖିବା ସହିତ ସେଠାରେ ଭୋଟର ମାନଙ୍କ ପାଇଁ ସୁବିଧା ଅସୁବିଧା ବିସୟରେ ତନଖି କରିଥିଲେ । ତାଙ୍କ ସହିତ ସତ୍ୟବାଦୀର ତହସିଲଦାର ଆଲୋକ କୁମାର ଦେହୁରୀ, ବିଡିଓ ଲିପିସା ରାୟ, ସତ୍ୟବାଦୀ ବ୍ଳକ ଶିକ୍ଷା ଅଧିକାରୀଣି ଭବମ ପ୍ରଧାନ ଙ୍କ ସହିତ ଜିପିଓ ସୌଭାଗ୍ୟ ରଞ୍ଜନ କର ପ୍ରମୁଖ ଉପସ୍ଥିତ ଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୩/୪/୨୦୨୪----୭,୨୦   Sakhigopal News, 13/4/2024

Popular Posts