Breaking News

ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ କରିବାକୁ ଧମକ ଦେଇ ଅଭିଯୁକ୍ତ ଗିରଫ



ଜଟଣୀ,--- ଜଟଣୀ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ ପାଇଁ ଧମକ ଦେବା ଓ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତ ହେଲେ କୁଦିଆରି ଗ୍ରାମର ବାସୁଦେବ ବେହେରା (୨୦)। ତା ନିକଟରୁ ମୋବାଇଲ ଜବତ କରିଛି ପୁଲିସ।
ସୂଚନାଯୋଗ୍ୟ ଯେ, ୨୦୨୦ ମସିହାରୁ ଯୁବତୀ ଓ ଅଭିଯୁକ୍ତ ବାସୁଦେବ ଉଭୟ ଉଭୟଙ୍କୁ ପ୍ରେମ କରି ଆସୁଥିଲେ। ୨୦୨୧ ମସିହାର ଯୁବତୀ ଜଣଙ୍କ ଟ୍ୟୁମର ରୋଗରେ ପୀଡ଼ିତ ହୋଇ ଅସ୍ତ୍ରପ୍ରଚାର ପରେ ଚିକିତ୍ସିତ ହେଉଥିଲେ। ଏହି ସମୟରେ ଅଭିଯୁକ୍ତ ପୀଡ଼ିତାକୁ ବିଶ୍ୱାସ ଜନ୍ମାୟୀ ଗୋପନୀୟ ଅଙ୍ଗରେ ହୋଇଥିବା ଅସ୍ତ୍ରପ୍ରଚାର ଦେଖିବାକୁ କହି ଅଜାଣତରେ ମୋବାଇଲ୍ ରେ ଫଟୋ ଉଠାଇ ନେଇଥିଲେ। ପରବର୍ତ୍ତୀ ସମୟରେ ବାସୁଦେବ ତାଙ୍କ ଘରକୁ ଯାଇ ପୀଡ଼ିତାକୁ ନଗ୍ନ ଓ ଆପତ୍ତିଜନକ ଫଟୋ ଦେଖାଇ ଭାଇରଲ କରିବାକୁ ଧମକ ଦେଇ ଜୋଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲେ। ପରବର୍ତ୍ତୀ ସମୟରେ ପୀଡ଼ିତା ଶାରୀରିକ ସମ୍ପର୍କ ରଖିବାକୁ ମନା କରିବାରୁ ତାଙ୍କ ଘରୁ ପୀଡ଼ିତାଙ୍କ ସାର୍ଟିଫିକେଟ୍ ଓ ମୋବାଇଲ୍ ନେଇ ଯାଇଥିଲା। ପୀଡ଼ିତା ନିଜ ପରିବାର ଲୋକଙ୍କୁ ଏ ବିଷୟରେ ଜଣାଇବା ପରେ ପରିବାର ଲୋକ ଅଭିଯୁକ୍ତର ଘରକୁ ଯାଇ ମୋବାଇଲ୍ ଓ ସାର୍ଟିଫିକେଟ୍ ଫେରାଇ ଆଣିଥିଲେ। ଏହାପରେ ଅଭିଯୁକ୍ତ ପୀଡ଼ିତାଙ୍କ ଆପତ୍ତିଜନକ ଫଟୋ ସହ ଏକ ଚିଠି ତାଙ୍କ ବାପାଙ୍କ ନିକଟକୁ ପଠାଇଥିଲା। ଯାହାକୁ ନେଇ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ ଗିରଫ କରିଛି। ଥାନାରେ ଏକ କେସ ନଂ ୧୬୩/୨୪ ରେ ମାମଲା ରୁଜ୍ଜୁ ହୋଇଥିବା ଜଣାପଡିଛି। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୬/୪/୨୦୨୪---୯,୧୦ Sakhigopal News,16/4/2024

Popular Posts