Breaking News

ବିଡ଼ିଓ ପ୍ରତିଶୃତି ରଖିଲେ ନାହିଁ , ତିରିଶ ତାରିଖରେ ଧାରଣା ଦେବ ଭାରତୀୟ ବିକାଶ ପରିଷଦ

 
ନୟାଗଡ଼---- ନୟାଗଡ ଜିଲ୍ଲା ଖଣ୍ଡପଡ଼ା, ବ୍ଲକର ବିଭିନ୍ନ ପଞ୍ଚାୟତରେ ପାନୀୟଜଳ ସମସ୍ୟା ଯଥା ଘୋଡାମାରୀ ଦ୍ଵାର ଗାଁ ରେ ପାନୀୟ ଜଳ ସମସ୍ୟା ଲାଗିରହିଛି । ଏପରିକି ପାନୀୟ ଜଳ ଯୋଗୁ  ବିଭିନ୍ନ ରୋଗର ଶିକାର ହୋଇ ୫୦ରୁଉର୍ଦ୍ଧ୍ବ ପ୍ରାଣତ୍ୟାଗ କରିଥିବା ବେଲେ ୧୦ରୁ ଉର୍ଦ୍ଧ୍ବ ଚିକିତ୍ସା ହେଉଛନ୍ତି ।  ଗାଁରେ ପିଲା ଥାଇ ମଧ୍ୟ୍ ବିଦ୍ୟାଳୟ କୁ ବନ୍ଦକରି ଦିଆଯାଇଛି। ପିଲାଙ୍କୁ ତିନି କିମିଦୂର ସିଧାମୂଳା ବିଦ୍ୟାଳୟ କୁ ପଢିବା ପାଇଁ  ଯିବାକୁ ପଡୁଛି। ଏ ସମସ୍ତ ଅସୁବିଧା ସମ୍ପର୍କରେ  ରାଜ୍ୟ ଉପସଭାପତି ନିରଞ୍ଜନ ଦାସ ଖଣ୍ଡପଡା ବ୍ଲକରେ ଜଣାଇବା ସହ ଦଶ ତାରିଖରେ ଧାରଣା ଦେଇଥିଲେ । ବିଡ଼ିଓ ଦେଈ ଥିବା ପ୍ରତିଶୃତି ପ୍ରତିଶୃତିରେ ହିଁ ରହିଛି । ଏହାକୁ ନେ଼ଇ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି।  ୩୦ରୁ ୧ତାରିଖ ଦିନ ଖଣ୍ଡପଡା ବ୍ଲକ ଅଫିସ ସମ୍ମୁଖରେ ଧାରଣା ଦିଆ ଯିବା ପାଇଁ ଭାରତୀୟ ବିକାଶ ପରିଷଦ ପକ୍ଷରୁ ନୟାଗଡ଼ ଜିଲ୍ଲାପାଳ, ବିଡ଼ିଓ ଖଣ୍ଡପଡ଼ା ଖଣ୍ଡପଡ଼ା ଥାନା ଓ  ପଞ୍ଚାୟିତରାଜ ଓ ପାନୀୟଜଳ ବିଭାଗ ଓଡ଼ିଶା ଭୁବନେଶ୍ଵରଙ୍କୁ ଜଣାଇ ଦିଆ ଯାଇଛି ବୋଲି ରାଜ୍ୟ ଉପସଭାପତି ନିରଞ୍ଜନଦାସ ଜଣାଇଛନ୍ତି। ନୟାଗଡ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୭/୪/୨୦୨୪-----୧୨,୨୦ Sakhigopal News,27/4/2024

Popular Posts