Breaking News

ଭେଡେନ ଅମୃତ୍ କୁଟୁମ୍ ତରଫରୁ ୨୫ତମ ରକ୍ତଦାନ ଶିବିର


ବରଗଡ଼ --- ବରଗଡ ଜିଲ୍ଲା ଭେଡେନ ଅମୃତ୍ କୁଟୁମ୍ ତରଫରୁ  ୨୫ତମ  ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅମୃତ୍ କୁଟୁମ୍ ର ସଭାପତି ଆନନ୍ଦ ଚନ୍ଦ୍ର ସୁନା  ନେତୃତ୍ବରେ ସଦସ୍ୟ ରୁଦ୍ର ନାରାୟଣ ସାହୁ, ବଂଶୀଧର ବେହେରା, ଆନନ୍ଦ ସେଠ, ତିର୍ଥରାଜ ଭୋଇ, ଅଜୁ ବାଗ, ରୋଶନ ପଣ୍ଡା, ଭିଷ୍ମ ସିଂ ଛନ୍ଦ, କିଶୋର ମେହେର, ଘନଶ୍ୟାମ ଅଗ୍ରୱାଲ, ଗୋପି ମେହେର, ପ୍ରହଲ୍ଲାଦ ମେହେର ବୈଶାଖୁ ମେହେର, ରାଜେଶ ମେହେର, ଭୀମ ଦୁବସାଗର୍ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଏଥିରେ ବୀରସୁରେନ୍ଦ୍ର ସାଏ ମେଡିକାଲ କଲେଜ ବୁର୍ଲା ର ରକ୍ତଭଣ୍ଡାର ଅଧିକାରୀ ଡାଃ ଶ୍ରୁତିଶୁଭମ ରଥ, କାଉନସିଲର ମଣ୍ଟୁ ପ୍ରଧାନ, ଲେବ ଟେକନିସିଆନ ଦେବାଶିଷ ମିଶ୍ର, ଆଟେଣ୍ଡାଣ୍ଟ ଜନକ ବେହେରା, ପାଏନୁ ଭୋଇ ଓ ସଂଜୀବ କୁମାର ବେରା ପ୍ରମୁଖ ୨୫ ୟୁନିଟ୍ ରକ୍ତ ସଂଗ୍ରହ କରି ଥିଲେ।ପରିଶେଷରେ ସକ୍ରିୟ ସଦସ୍ୟ ଘନଶ୍ୟାମ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୨/୪/୨୦୨୪-----୧୦,୨୫ Sakhigopal News,22/4/2024

Popular Posts