Breaking News

ପାଦୁକ"ଛୁଇଁଲେ ନେତା ମୁହଁ ଫେରାଇଲେ କର୍ମୀ "ଫଳାଫଳ ସନ୍ଦେହରେ '



ଜଟଣୀ --ନିର୍ବାଚନ ଯେତିକି ପାଖେଇ ଆସୁଛି ଜଟଣୀରେ ରାଜନୈତିକ ଉଷ୍ମତା ସେତିକି ଜୋର ଧରୁଛି l ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ଲୋକସଭା ପାର୍ଥି ରୂପେ କଂଗ୍ରେସ ଦଳର ଆଗଧାଡିର ବରିଷ୍ଠ ନେତା ସୁରେଶ କୁମାର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟଙ୍କୁ ଓଡ଼ିଶାର ବିଜୁ ଜନତା ଦଳ ଚୟନ କରିଛି l ଏହି ପରିପ୍ରେକ୍ଷୀରେ ସୁରଭାଇ ପୁତ୍ର ମୋହରେ ଅନ୍ଧ ହୋଇ ୭୦ ବର୍ଷର କଂଗ୍ରେସ ଦଳର ରକ୍ତଗତ ସମ୍ପର୍କକୁ ଛିନ୍ନ କରିଛନ୍ତି । ସେ ପୁଅର ପ୍ରଚାର ପାଇଁ ଅଣ୍ଟା ଭିଡିଛନ୍ତି l କିନ୍ତୁ ଏହି ପ୍ରଚାର ଜଟଣୀ ତଥା ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଏହା କେତେଦୂର ଗ୍ରହଣୀୟ, ଫଳାଫଳକୁ ଅପେକ୍ଷା l ସୂଚନା ମୁତାବକ ଗତ ତା -27/04/24 ରିଖ (ଶନିବାର) ଅପରାହ୍ନରେ ସ୍ଥାନୀୟ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ପ୍ରାଙ୍ଗଣରେ ନିଜେ ସୁରଭାଇ ମହାଦେବଙ୍କ ପାଦୁକ ଧରି ମଞ୍ଚ ଉପରେ ଥାଇ ସମର୍ଥିତ ନେତାଙ୍କୁ ଧରି ବିଜୁ ଜନତା ଦଳର ଏମପି ପାର୍ଥି ମନ୍ମଥ ରାଉତରାୟଙ୍କୁ ଶଙ୍ଖ ଚି଼ହ୍ନରେ ଏବଂ ଜଟଣୀ ବିଧାନ ସଭାପାର୍ଥି ତଥା ବିଜେଡି ଦଳର ବିଧାୟକ ପାର୍ଥି ବିଭୁତି ବଳବନ୍ତରାୟଙ୍କୁ ମଧ୍ୟ ଶଙ୍ଖ ଚି଼ହ୍ନରେ ମୋହର ମାରି ବିଜୟୀ ପାଇଁ ଶପଥ ପାଠ କରାଇଥିଲେ l କିନ୍ତୁ ଏହି ଶପଥ ପାଠରେ ଦଳୀୟ କର୍ମୀମାନେ ଅଣଦେଖା କରିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା l ଏଥି ପ୍ରଶ୍ନଉଠେ ଓଡ଼ିଶାର ସୁପରିଚିତ ରାଜନୈତିକ କ୍ଷେତ୍ରରେ ଏକ ମାତ୍ର  ସୁର ଭାଇ ଦୀର୍ଘ ୭୦ ବର୍ଷ ଧରି ଭାରତର ଜାତୀୟ ଦଳ କଂଗ୍ରେସ ଦଳରେ ରହି ନିଜ କର୍ମୀଙ୍କ ଉପରେ ଆସ୍ଥା ଓ ବିଶ୍ୱାସ ହରାଇ ବିଜୁ ଜନତାଦଳର ନେତା ବିଭୁତି ବଳବନ୍ତରାୟଙ୍କ ମଙ୍ଗ ଧରି ବୈତରଣୀ ପାର ହେବାର ଏହା ଏକ ପ୍ରୟାସ ନୁହେଁ ତ ବୋଲି ସାଧାରଣରେ ଆଲୋଚନା ହେଉଛି ?। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଆଇନଜୀବୀ ମହମ୍ମଦ ଇମ୍ମାମୁଦିନ କୁହନ୍ତି ସୁରେଶ କୁମାର ରାଉତରାୟ ଜଣେ କଂଗ୍ରେସର ପୁରଖା ନେତା l ଦଳବିରୋଧୀ କାର୍ଯ୍ୟ ଯୋଗୁଁ କଂଗ୍ରେସ ଦଳରୁ ବହିଷ୍କାର ହୋଇ ବିଜେଡିରେ ମିଶ୍ରଣ ନ ହୋଇ ସେ କିପରି ବିଜେଡି ମଞ୍ଚରେ ମହାଦେବଙ୍କ ପାଦୁକ ଧରି ନିଜ ସମର୍ଥିତ କର୍ମୀଙ୍କୁ ଧରି ଯୋଡି ଶଙ୍ଖରେ ମୋହର ଦେଇ ଉଭୟଙ୍କୁ ଜିତାଇବାକୁ ଶପଥ ପାଠ କରାଇଲେ ତାହା  ଜଣାପଡ଼ିନାହିଁ l ଏଥିରୁ ଜଣାପଡେ ଜଟଣୀ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ବିଧାୟକ ପାର୍ଥୀ ବିଭୁତି ବଳବନ୍ତରାୟଙ୍କ ନିଜର ଅସ୍ଥିତ୍ୱ ହରାଇ ଥିବାରୁ ସୁରଙ୍କ ବଳରେ ବିଜୟୀ ହେବାକୁ ଏହା ଏକ ମାଧ୍ୟମ ବୋଲି ଲୋକମାନେ କହନ୍ତି l ଏହି ଶପଥ ପାଠ ଉତ୍ସବ ପରେ ଜଟଣୀ ନିର୍ବାଚନ ମଣ୍ଡଳୀରେ ଏକ ପ୍ରକାର ଉଭୟ ନେତାଙ୍କ ବିଷୟରେ ଉଭୟ ଦଳର କର୍ମୀଙ୍କ ମନରେ ଦ୍ଵନ୍ଦର ପରିଭାଷା ସୃଷ୍ଟି ହୋଇଛି l କର୍ମୀମାନେ ଦୋଛକିରେ ସେମାନେ କରିବେ କଣ  ? । ନେତା ନିଜନିଜର ସ୍ୱାର୍ଥ ପାଇଁ ଦଳବଦଳ କରିବାରେ ବ୍ୟସ୍ଥ କର୍ମୀ ହତସନ୍ତ l ଖାଲି ଫଳାଫଳକୁ  ଅପେକ୍ଷା ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୮/୪/୨୦୨୪--- ୭,୧୦, Sakhigopal News,28/4/2024

Popular Posts