Breaking News

ସତ୍ୟବାଦୀ ଦିବ୍ୟାଙ୍ଗ ମହାସଂଘର ବାର୍ଷିକ କାର୍ଯ୍ୟକାରିଣୀ ବୈଠକ



ସାକ୍ଷୀଗୋପାଳ--- ସତ୍ୟବାଦୀ ଦିବ୍ୟାଙ୍ଗ ମହାସଂଘ ଓ ଶ୍ରଦ୍ଧା ଫାଉଣ୍ଡେସନ ଟ୍ରଷ୍ଟର ମିଳିତ ସହଯୋଗରେ ସତ୍ୟବାଦୀ ବ୍ଳକର ପେଣ୍ଠପଡା ଗ୍ରାମ ପଞ୍ଚାୟତର କଲ୍ୟାଣମଣ୍ଡପ ପରିସରରେ ବାର୍ଷିକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଶେଷ କରି ଦିବ୍ୟାଙ୍ଗ ମାନଙ୍କର ୫ ଦଫା ଦାବି ଗୁଡିକ ସମ୍ପର୍କେ ଆଲେଚନା କରାଯାଇଥିଲା । ଉକ୍ତ ଦାବୀ ଗୁଡିକ ହେଲା ଯେଉଁମାନେ ୬୦ ଭାଗ ଦିବ୍ୟାଙ୍ଗ ସେମାନଙ୍କୁ ଅନ୍ନପୂର୍ଣ୍ଣା ଯୋଜନାରେ ସାମିଲ, ଦିବ୍ୟାଙ୍ଗ ମାନଙ୍କ ପାଇଁ ରାତ୍ର କାଳୀନ ଆଶ୍ରୟସ୍ଥଳୀ ନିର୍ମାଣ, ପୁରୀ-ଭୁବନେଶ୍ୱର  ଜାତୀୟ ରାଜପଥରେ ଚଳପ୍ରଚଳ କରୁଥିବା ମୋ ବସ ଗୁଡିକ ବାଇପାସରେ ନ ଯାଇ ତଳ ପଟେଯିବାକୁ ଦାବୀ କରାଯାଇଛି ।  ବିନା ସୁଧରେ ବ୍ୟବସାୟ କରୁଥିବା ଦିବ୍ୟାଙ୍ଗ ମାନଙ୍କୁ ବ୍ୟାଙ୍କଋୁଣ ପ୍ରଦାନ କରାଯାଉ ଓ ପ୍ରଧାନମନ୍ତ୍ରୀ ଅବାସଯୋଜନାରେ ୫ ଭାଗ ଦିବ୍ୟାଙ୍ଗ ମାନଙ୍କ ପାଇଁ ଥିବା ସଂରକ୍ଷଣକୁ କଡା କଡି ଭାବେ ପାଳନ କରାଯିବା ପାଇଁ ବୈଠକରେ ଆଲେଚନା କରାଯାଇଥିଲା । ଅନୁଷ୍ଠିତ ବୈଠକରେ ସତ୍ୟବାଦୀ ଦିବ୍ୟାଙ୍ଗ ମହାସଂଘର ସଭାପତି ତଥା ଶ୍ରଦ୍ଧା ଫାଉଣ୍ଡେସନର ସଦସ୍ୟ ପ୍ରଭାତଚନ୍ଦ୍ର ସାମନ୍ତରା ସଭାପତିତ୍ୱ କରିଥିଲେ । ପ୍ରଭାକର ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ଦେବୀଦତ୍ତ ପଣ୍ଡା । ନଟବର ବରାଳ, ସୁକାନ୍ତି ପୁଷ୍ଟି, ଧନେଶ୍ୱର ବରାଳ, ପ୍ରଫୁଲ୍ଲ ରଥ ଓ ମୃତ୍ୟଞ୍ଜୟ ଦାସ ପ୍ରମୁଖ  କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତିଙ୍କ ରିର୍ପୋଟ--୧୫/୪/୨୦୨୪---୮,୧୦   Sakhigopal News, 15/4/2024

Popular Posts