Breaking News

ଲବଣଗିରି ମହିମା ଆଶ୍ରମରେ ୩୮ତମ ବାର୍ଷିକ ଉତ୍ସବ ପାଳିତ



ଜଟଣୀ : 
ଖୋର୍ଦ୍ଧା ଜିଲ୍ଲା ଜଟଣୀ ଜାମୁକୋଳି ନିକଟ ଲବଣଗିରି ମହିମା ଆଶ୍ରମରେ ୩୮ ତମ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି |ମଠାଧୀଶ ସାଧୁ ଅନାମ ଚରଣ ଦାସ ଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋରନ୍ଦା ମହିମା ଗାଦିର ସଭାପତି ସାଧୁ ଶୁକଦେବ ଦାସ ,ପ୍ରସନ୍ନ କୁମାର ଦାସ, ମୁରଲୀଧର ଦାସ ଏବଂ ଅନେକ ସିଦ୍ଧ ପୁରୁଷ ସାଧୂସନ୍ଥ ମାନେ ଯୋଗ ଦେଇଥିଲେ। ସନାତନ ଧର୍ମର ଅଦୈତ୍ୱ ଧର୍ମବାଦ ହେଉଛି ମହିମା ଧର୍ମ |ଭାରତୀୟ ସଂସ୍କୃତିର ସୁରକ୍ଷା ଏବଂ ପ୍ରଚାର ପ୍ରସାର ପାଇଁ ବ୍ରତୀ ଥିବା ସାଧୁ ଅନାମ ଚରଣ ଦାସ ଦୀର୍ଘ 38 ବର୍ଷ ହେଲାଣି ଲବଣଗିରି ମହିମା ଆଶ୍ରମରେ ଏହି କାର୍ଯ୍ୟକ୍ରମ ପରିଚାଳନା କରି ଆସୁଛନ୍ତି |ଆଶ୍ରମରେ ପ୍ରତିବର୍ଷ ଏହି ମହିମା ମହୋତ୍ସବ ଆୟୋଜିତ ହୋଇଥାଏ | ଏଠାକୁ  ଆଖପାଖ ଅଞ୍ଚଳର, ଜିଲ୍ଲା ତଥା ରାଜ୍ୟ ବାହାରୁ ବହୁ ଭକ୍ତ, ଅନୁଗାମୀ ଏଠାକୁ ଆସିଥାନ୍ତି |ବିପଥଗାମୀ ମଣିଷ ମାନଙ୍କୁ ସଠିକ ମାର୍ଗରେ ପରିଚାଳନା କରିବା ପାଇଁ ଏହି ଆଶ୍ରମରେ ଦୈନିକ ଜ୍ଞାନ ଚର୍ଚ୍ଚା, ସାଧୁବାଣୀ, ଶାସ୍ତ୍ର ଆଲୋଚନା ହୋଇଥାଏ |ଲବଣଗିରି ମହିମା ଆଶ୍ରମରେ ଏହି ବ୍ରହ୍ମ ଯଜ୍ଞ ପାଇଁ ଶନିବାର ବ୍ରାହ୍ମ ମୁହୂର୍ତ୍ତରୁ ଅଖଣ୍ଡ ଜ୍ୟୋତି ଅର୍ପଣ କରାଯାଇଥିଲା |
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୩/୪/୨୦୨୪----୮,୨୫ Sakhigopal News,13/4/2024

Popular Posts