Breaking News

ମୋ ଭୋଟ , ମୋ ଅଧିକାର ସଚେତନତା ଶୋଭାଯାତ୍ରା

 


ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକ ପ୍ରଶାସନ ପକ୍ଷରୁ ସାକ୍ଷୀଗୋପାଳ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ଠାରୁ ଏକ ସଚେତନାତା ଶୋଭାଯାତ୍ରା ବାହାରି ସାକ୍ଷୀଗୋପାଳ ମନ୍ଦିର ପର୍ଯ୍ୟନ୍ତ ଆସିଥିଲା । ଏହି ଶୋଭାଯାତ୍ରାରେ ମେ ୨୫ ତାରିଖକୁ ନଯିବା ଭୁଲି , ମୋ ଭୋଟ, ମୋ ଅଧିକାରକୁ ନ ଯିବା ଭୁଲି ଆଦି ସ୍କୋଗାନ ଦିଆଯାଇଥିଲା । ଏହି ଶୋଭାଯାତ୍ରାରେ ମୁଖ୍ୟ ଆର୍କଷଣ ଥିଲା ଭୋଟର ମାନଙ୍କୁ ସଚେତନତା କରିବା ସହିତ ସେଲଫି ପଏଣ୍ଠ  ସହିତ ରଙ୍ଗେଲି ଝୋଟି । ଏହି ଶୋଭାଯାତ୍ରାରେ ସତ୍ୟବାଦୀ ତହସିଲଦାର ଆଲୋକ କୁମାର ଦେହୁରୀ, ବିଡିଓ ଲିପିସା ରାୟ, ଅତିରିକ୍ତ ତହସିଲଦାର ପିୟଦର୍ଶୀ ରାଜେଶ, ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟଶିବ ସୁନ୍ଦର ମିଶ୍ରଙ୍କ ସହିତ ଅନ୍ୟ ପ୍ରଫେସର ଓ ବ୍ଳକର ଯୋଗାଣ ବିଭାଗର ଅଧିକାରିଣୀ ଜୟନ୍ତୀ ହରିଚନ୍ଦନ, ସିଉଓ କମଳ କୁମାର ଆଚାର୍ଯ୍ୟ ଓ ବିଭିନ୍ନ ପଞ୍ଚାୟତର କାର୍ଯ୍ୟନିବାହୀ ଅଧିକାରୀ ଓ ବ୍ଳକର ବିଭିନ୍ନ କର୍ମଚାରୀଙ୍କ ସହିତ ସାକ୍ଷୀଗୋପାଳ ମନ୍ଦିର ସେବାୟତ ସଂଘର କର୍ମମକର୍ତ୍ତା ଓ ସେବାୟତ, ଜନସାଧାରଣ ମାନେ  ଏହି ଶୋଭାଯାତ୍ରାରେ ସାମିଲ ହୋଇଥିବାର ଦେଖାଯାଇଥିଲା ।


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୦/୪/୨୦୨୪---୮,୧୦    Sakhigopal News, 20/4/2024

Popular Posts