Breaking News

ବିଜେଡିର ପ୍ରଥମ ପଞ୍ଚାୟତ ସ୍ତରୀୟ ସାଂଗଠନିକ ବୈଠକ ; ସମର୍ଥନ ଦେଖି ବିଜେପି ଛାନିଆ



 ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକର ମଧୁବନ ଗ୍ରାମ ପଞ୍ଚାୟତରେ ପ୍ରଥମ କରି ବିଜେଡି ଦଳର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୂର୍ବତନ ମନ୍ତ୍ରୀ ତଥା ସତ୍ୟବାଦୀର ବିଧାନସଭାର ପ୍ରାର୍ଥୀ ସଞ୍ଜୟ କୁମାର ଦାସବର୍ମାଯୋଗ ଦେଇ କହିଥିଲେ ଯେ ମୁଁ ଆପଣ ମାନଙ୍କର ସେବା କରିବା ପାଇଁ ମତେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜେଡିର ସୁପ୍ରିମୋ ପଠାଇଛନ୍ତି । ଆବଶ୍ୟକ ସ୍ଥଳେ ତାଙ୍କ କଥା ଅନୁସାରେ ସତ୍ୟବାଦୀରେ ରହିଯାଇଥିବା କିଛି ଅଧୁରା କାମ ଶେଷ କରାଯିବ ।  ଆଜି ମା ମାନେ ଆଉ ଆଗ ପରି ଘରେ ନରହି ନିଜ ଗୋଡରେ ଠିଆ ହେବାର ବାଟ ଦେଖିଲେଣି । ସେଥିପାଇଁ ମା ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନେଇଥିବା ନିସ୍ପତିକୁ ବିନା ଦ୍ୱନ୍ଧରେ ସମର୍ଥନ କରୁଛନ୍ତି ବୋଲି କହିଥିଲେ ।   ଶ୍ରୀ ବର୍ମା ଉକ୍ତ ଗ୍ରାମ ପଞ୍ଚାୟତରେ ପହଞ୍ଚିବା ପରେ ପରେ ସେଠାରେ ଉପସ୍ଥିତ ଥିବା ଗ୍ରାମର ମୁରବୀ, ମା ଓ ଯୁବକ ଯୁବତୀ ମାନେ ଶହ ଶହ ସଂଖ୍ୟାରେ ଫୁଲମାଲ ଓ ହୁଳହୁଳି ପକାଇ ବିଜେଡି ଦଳର ପ୍ରାର୍ଥୀ ଶ୍ରୀ ବର୍ମାଙ୍କୁ ପାଛୋଟି ନେଇଥିଲେ । ଉକ୍ତ ଗ୍ରାମରେ ପୂଜିତ ବାବା ବିଶ୍ୱନାଥ ଓ ମା ଆ ବ୍ରଜକାଳୀଙ୍କୁ ଦର୍ଶନ କରି ଆର୍ଶିବାଦ ଭିକ୍ଷା କରିଥିଲେ ଶ୍ରୀ ବର୍ମା ।  ଏହି ପଞ୍ଚାୟତଟି ପ୍ରାୟ ବିଜେପିର ଦୁର୍ଗ ବୋଲି ବେଶ ଜଣାଶୁଣା । ମାତ୍ର ଗ୍ରାମାବାସୀ ମାନେ ଏବେ ସ୍ୱର୍ତ୍ତ ଭାବେ ବିଜେଡି ଦଳର ପ୍ରାର୍ଥୀଙ୍କୁ ସମର୍ଥନ କରୁଥିବା ଜଣାପଡିଛି ।  ସେହିପରି ସତ୍ୟବାଦୀ ବ୍ଳକର ମଧୁବନ ଗ୍ରାମ ପଞ୍ଚାୟତରେ ଜଳନିଷ୍କାସନ ଓ ଜଳସେଚନର ସୁବିଧା ନିର୍ବାଚନ ସରିବା ପରେ ପ୍ରଥମେ କରାଯିବ ବୋଲି ଶ୍ରୀ ବର୍ମା କହିଥିଲେ । ଏହି ସମର୍ଥନକୁ  ଦେଖି ବିଜେପି ଦଳର କର୍ମୀ ଓ ନେତା ମାନଙ୍କ ମନରେ ଛାନିଆ ପଶିଲାଣି । କାରଣ ବିଜେପିର ଦୁର୍ଗ କୁହାଯାଉଥିବା ଗୋଟିଏ ଗୋଟିଏ ପଞ୍ଚାୟତ ଏବେ ଭାଙ୍ଗି ଭାଙ୍ଗି ଯିବା ସହ ବିଜେପିର ଆଗ ଧାଡିର କର୍ମୀ ମାନେ ବିଜେଡି ଦଳରେ ସାମିଲ ହେଉଥିବାର ଦେଖାଯାଉଛି । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟବାଦୀ ବ୍ଳକର ବିଜେଡି ସଭାପତି ପ୍ରମୋଦ ରାଉତରାୟ, ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ଆତ୍ମାର ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ମହାନ୍ତି, ଜିଲ୍ଲାପରିଷଦ ସଭ୍ୟ ନାରାୟଣ ରାଉତରାୟ, ବିଜେପି ଛାଡି ବିଜେଡି ଦଳରେ ସାମିଲ ହୋଇଥବା ଯୁବନେତା ଜାନକୀ ବଲ୍ଲଭ, ରାଜ ବଲ୍ଲଭ ବରାଳଙ୍କ ସହିତ ସ୍ୱାଧୀନ ଭାରତ ଜେନା ପ୍ରମୋଦ ବରାଳ, ବିଜନ ମହାପାତ୍ର, ପୂର୍ବତନ ବ୍ଳକ ଅଧ୍ୟକ୍ଷ ପ୍ରେମାନନ୍ଦ ବେହେରା, ସୁରେଶ କୁମାର ସାହୁ, ପେଣ୍ଠପଡା ପଞ୍ଚାୟତର ପୂବତେନ ସରପଞ୍ଚ ଦେବେନ୍ଦ୍ର ବେହେରା, କୃଷ୍ଣଚନ୍ଦ୍ର ସ୍ୱାଇଁ ଦେବାଶିଷ ରାୟ, ସତ୍ୟବାଦୀ ବ୍ଳକର ଆତ୍ମର ଅଧ୍ୟକ୍ଷ ମହମ୍ମଦ ଝିକିରିଆ  ପ୍ରମୁଖ ଉପସ୍ଥିତ ଥିଲେ ।


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୩/୪/୨୦୨୪----୭,୨୫   Sakhigopal News, 13/4/2024

Popular Posts