Breaking News

ସତ୍ୟବାଦୀ ଆଇନଜୀବୀ ସଂଘର ନୂତନ କର୍ମକର୍ତ୍ତା ମାନଙ୍କର ଶପଥ ପାଠ ଉତ୍ସବ

 


ସାକ୍ଷୀଗୋପାଳ---- ସତ୍ୟବାଦୀ ଆଇନଜୀବୀ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇ ସାରିଥିଲେ ମଧ୍ୟ ନିୟମ ଅନୁଯାୟୀ ଶପଥ ପାଠ ଓ ଦାୟତ୍ୱ ନେଇଥିଲେ । ସତ୍ୟବାଦୀ ତହସିଲଦାର ଆଲୋକ କୁମାର ଦେହୁରୀ ଓ ଅତିରିକ୍ତ ତହସିଲଦାର ପିୟଦର୍ଶୀ ରାଜେଶଙ୍କ ଉପସ୍ଥିତିରେ ନୂତନ ଭାବେ ନିର୍ବାଚିତ କର୍ମକର୍ତ୍ତା ମାନେ ଶପଥ ପାଠ କରିଥିଲେ । ଏହି ଶପଥ ପାଠ ଉତ୍ସବ ସତ୍ୟବାଦୀ ଆଇନଜୀବୀ ସଂଘ କାର୍ଯ୍ୟାଳୟ ତଥା ତହସିଲ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ଆଇନଜୀବୀ ଅଞ୍ଜନ କୁମାର ହୋତା ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ । ପରେ ପରେ ନୂତନ ଭାବେ ସତ୍ୟବାଦୀ ଆଇନଜୀବୀ ସଂଘର ସଭାପତି ବାଳକୃଷ୍ଣ ମହାପାତ୍ର, ଉପସଭାପତି ଭାସ୍କର ଚନ୍ଦ୍ର ନାୟକ, ସାଧାରଣ ସମ୍ପାଦକ ଦେବଦତ୍ତ ସାମନ୍ତରା ମୋହନ ଚରଣ ସାହୁ, ଯୁଗ୍ମ ସମ୍ପାଦକ ବିଧୁ ଭୂଷଣ ମହାନ୍ତି, ଚନ୍ମୟ କୁମାର ନାୟକ, କୋଷାଧ୍ୟକ୍ଷ ସନ୍ତୋଷ ବେହେରା ଓ କାର୍ଯ୍ୟକାରୀ ସଦସ୍ୟ ଭାବେ ଅଞ୍ଜନ କୁମାର ହୋତା, ଅଜିତ କୁମାର ଚୌଧୁରୀ, ସୁନିଲ କୁମାର ନାୟକ, ଉପେନ୍ଦ୍ର ବିଶ୍ୱାଳ ଓ ରବିନ୍ଦ୍ର କୁମାର ଦାଶ ତହସିଲଦାରଙ୍କ ଉପସ୍ଥିତିରେ ଷପଥ ପାଠ କରିଥିଲେ । ଏହି ଅବସରରେ ତହସିଲଦାର ଶ୍ରୀ ଦେହୁରୀ କହିଥିଷଲ ଏଠାରେ କାର୍ଯ୍ୟରତ ସମସ୍ତ ଆଇନଜୀବୀ ଏଠାକୁ ଆସୁଥିବା ଲୋକମାନଙ୍କୁ ସହଯୋଗ କରିବା ସହ ଆମକୁ ସହଯୋଗ କରିବା ପାଇଁ ସମସ୍ତ ଆଇନଜୀବୀ ମାନଙ୍କୁ କହିଥିଲେ । ଅତିରିକ୍ତ ତହସିଲଦାର ଶ୍ରୀ ରାଜେଶ କହିଥିଲେ ଆଇନଜୀବୀ ଓ ତହସିଲର କର୍ମଚାରୀ ମାନେ ଏକ ହୋଇ କାମ କରିଲେ ଜନସାଧାରଣ ସଠିକ ସୁବିଧା ପାଇ ପାରିବେ ବୋଲି ମତ ପ୍ରକାଶ କରିଥିଲେ । ନୂତନ ସଭାପତି ବାଳକୃଷ୍ଣ ମହାପାତ୍ର ଧନ୍ୟବାଦ ଦେଇଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୪/୨୦୨୪----୭,୨୫    Sakhigopal News, 16/4/2024

Popular Posts