Breaking News

୨ ବାଇକ୍ ମୁହାଁମୁହିଁ ଧକ୍କା, ୩ ଗୁରୁତର



ଭଞ୍ଜନଗର-ଭଞ୍ଜନଗର ଥାନା ଅନ୍ତର୍ଗତ ତୁରୁମୁ ଗ୍ରାମ ନିକଟରେ ବାଇକ୍ ମୁହାଁମୁହିଁ ଧକ୍କାରେ ୩ ଗୁରୁତର ।ସେମାନେ ହେଲେ  କାହୁ ନାଇକ( ୨୦ )ବର୍ଷ ପିତା ସନ୍ୟାସୀ ନାଇକ ଧୂମୁସାହି (2)ମଙ୍ଗରାଜ ଜାନୀ( ୨୪) ବର୍ଷ  ଢିମିରିପଲ୍ଲୀ (3)ନାରାୟଣ ପ୍ରଧାନ( ୧୭)ବର୍ଷ ଶ୍ୟାମ ପ୍ରଧାନ ଢିମିରିପଲ୍ଲୀ । ନାରାୟଣ ଓ ମଙ୍ଗରାଜ ଏକ ବାଇକରେ ନିଜ ଗ୍ରାମରୁ ଗାଲେରୀ ଗ୍ରାମକୁ ମେରୁଯାତ୍ରା ଦେଖିବାକୁ ଯାଉଥିବା ବେଳେ ବିପରୀତ ଦିଗରୁ ଏକ ବାଇକ୍ ଦୁତଗତିରେ ଆସି ତୁରୁମୁ ଗ୍ରାମ ନିକଟରେ ଦୁଘର୍ଟଣା ଘଟିଥିଲା । ବାଇକରେ ବସିଥିବା ନାରାୟଣ ମଙ୍ଗରାଜ ଓ କାହୁ ଛିଟିକି ହେଇ ପଡିବାରୁ ଗୁରୁତର ହେଇପଡିଥିଲେ ।  ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଧାରକରି ଭଞ୍ଜନଗର ଡାକ୍ତରଖାନାରେ ଭତ୍ତି କରାଯାଇଥିଲା ।ଗୁରୁତର ହେଇଥିବା ୩ ଯୁବକଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡଡାକ୍ତରଖାନାକୁ ସ୍ତାନନ୍ତର କରାଯାଇଥିବା ଡାକ୍ତରଖାନା ସୁତ୍ରରୁ ଜଣାପଡିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୩/୪/୨୦୨୪---୯,୩୫ Sakhigopal News,13/4/2024

Popular Posts