Breaking News

ବାଲିଗୁଡା ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଦାଖଲ

କନ୍ଧମାଳ ---ବାଲିଗୁଡା ବିଧାନସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ବିଧାୟକ ପ୍ରାଥୀ ଉପେନ୍ଦ୍ର ପ୍ରଧାନ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି l  ବାଲିଗୁଡା ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି l ଜିଲ୍ଲା କଂଗ୍ରେସ ଉପସଭାପତି ସୀତାରାମ ପଣ୍ଡା,କଂଗ୍ରେସ ସାଂସଦ ପ୍ରାଥୀ ଅମୀର ଚାନ୍ଦ ନାୟକଙ୍କ ସମେତ ନିଜ ସମର୍ଥକ, କଂଗ୍ରେସ କର୍ମୀ ଙ୍କ ସହ ଶୋଭାଯାତ୍ରା ରେ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି l ଏହି ଅବସରରେ ସ୍ଥାନୀୟ ହନୁମାନ ମନ୍ଦିର ନିକଟ ରୁ ଚାରୋଟି ବ୍ଲକ ର ହଜାର ହଜାର କଂଗ୍ରେସ କର୍ମୀ ଶୋଭାଯାତ୍ରା ରେ ବାହାରି କଂଗ୍ରେସ ପ୍ରାଥୀ ଉପେନ୍ଦ୍ର ପ୍ରଧାନ ଙ୍କୁ ସମର୍ଥନ ଜଣାଇ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ l ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ସାମୁହିକ ବିକାଶ ଓ ମୌଳିକ ସମସ୍ୟା ର ସମାଧାନ ଦିଗରେ ତୃଣମୂଳ ସ୍ତର ରେ ପହଞ୍ଚି ଜନସାଧାରଣ ଙ୍କ ଆସ୍ଥା ଭାଜନ ହୋଇ ଚଳିତ ନିର୍ବାଚନରେ ଜୟଯୁକ୍ତ ହେବେ ବୋଲି ବିଧାୟକ ପ୍ରାଥୀ ଉପେନ୍ଦ୍ର ପ୍ରଧାନ  କହିଛନ୍ତି l କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୨୭/୪/୨୦୨୪----୪,୨୫ Sakhigopal News,27/4/2024

Popular Posts