Breaking News

ସତ୍ୟବାଦୀ ବ୍ଳକ ପ୍ରଶାସନ ପକ୍ଷରୁ ଇଭିଏମ ମେସିନ ସମ୍ପର୍କେ ତାଲିମ ଶିବିର

 


 ସାକ୍ଷୀଗୋପାଳ,---- ସତ୍ୟବାଦୀ ବ୍ଳକ ପ୍ରଶାସନ ପକ୍ଷରୁ ପ୍ରିଜାଇଡିଙ୍ଗି ଓ ପ୍ରଥମ ଫୁଲିଂ ଅଫିସର ମାନଙ୍କୁ ଇଭିଏମ ମେସିନ ପରିଚାଳନା ଓ ବିଭିନ୍ନ ନିର୍ବାଚନ ସଂକ୍ରନ୍ତୀୟ ସମ୍ପର୍କେ ତାଲିମ ଶିବିର ସାକ୍ଷୀଗୋପାଳ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ ଶିବିରକୁ ସତ୍ୟବାଦୀ ତହସିଲଦାର ଆଲୋକ କୁମାର ଦେହୁରୀ, ବିଡିଓ ଲିପିସା ରାୟ, ଅତିରିକ୍ତ ତହସିଲଦାର ପିୟଦର୍ଶୀ ରାଜେଶ, ଜିପିଓ ସୌଭାଗ୍ୟ ରଞ୍ଜନ କର ଓ ବ୍ଳକ ସିଇଓ କମଳ କୁମାର ଆଚାର୍ଯ୍ୟ ,ସେକ୍ଟର ଅଫିସର ମାନେ ତାଲିମ ପ୍ରଦାନ କରିଥିଲେ । ବିଶେଷ କରି ଭୋଟର ମାନେ ସଠିକ ଇଭିଏମ ମେସିନର ବଟମ ଚିପୁଛନ୍ତି କି ନାହିଁ ତାହାକୁ ନଜର ଦେବାକୁ ପରାମର୍ଶ ଦିଆଯାଇଛି ।  ପ୍ରିଜାଇଡିଙ୍ଗ ଓ ପ୍ରଥମ ଫୁଲିଂ ଅଫିସର ମାନଙ୍କର ନିର୍ବାଚନ ସମୟରେ ନିଜ ନିଜର କାର୍ଯ୍ୟ କରିବା ସହିତ ଅନ୍ୟ ନିର୍ବାଚନ ଅଧିକାରୀ ମାନଙ୍କୁ  ସହଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଥିଲା ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୦/୪/୨୦୨୪---୮,୧୦    Sakhigopal News, 20/4/2024

Popular Posts