Breaking News

ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ର ୨୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ


ବରଗଡ଼ --- ବରଗଡ ଜିଲ୍ଲା ଥୁଆପାଲି ରାଷ୍ଟ୍ରୀୟ ଶିକ୍ଷା ବିକାଶ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ର ୨୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।  ଅତିଥି ମାନଙ୍କ ପକ୍ଷରୁ ଭାରତ ମାତା, ବାଗ ଦେବୀ ସରସ୍ଵତୀ ଓ ବିଘ୍ନ ବିନାଶ ଗଣେଶଙ୍କ ପ୍ରତିଛବି ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପ ଅର୍ପଣ କରିଥିଲେ। ଅତିଥି ପରିଚୟ ପ୍ରଦାନ କରିଥିଲେ ବବିତା ଗୁରୁମା।ଏହି ରାଷ୍ଟ୍ରୀୟ ଶିକ୍ଷା ବିକାଶ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ  ଉଦଘାଟନ କରିଥିଲେ ଡଃ ସୁରେନ୍ଦ୍ର କୁମାର ମେହେର। ଏଥିରେ ସଭାପତିତ୍ବ କରିଥିଲେ ବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ଅମିୟ କୁମାର ମେହେର, ମୁଖ୍ୟ ଅତିଥି ଭାବେ ଶ୍ରୀ କାଳନ୍ଦୀ ଚରଣ ସାହୁ,  ସଂପାଦକ ରାଷ୍ଟ୍ରୀୟ ଶିକ୍ଷା ବିକାଶ ପରିଷଦ, ଓଡିଶା। ମୁଖ୍ୟ ବକ୍ତା ଭାବେ ଶ୍ରୀ ରାମଚନ୍ଦ୍ର ସାହୁ , ଚିଚିଣ୍ଡା ପଲ୍ଲୀଶ୍ରୀ ମହାବିଦ୍ୟାଳୟ ର ଅଧ୍ଯକ୍ଷ ।ସମ୍ମାନିତ ଅତିଥି ଭାବେ ସୁଶ୍ରୀ ଲିପିକା ସେଠ ଆନ୍ତର୍ଜାତୀୟ ପର୍ବତାରୋହୀ,ଡାଳବ ବରଗଡ।  ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଲତାଗିରି ନଈ ବିଦ୍ୟାଳୟ ର ବାର୍ଷିକ ବିବରଣୀ ପାଠ କରିଥିଲେ।  ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ବିଦ୍ୟାଳୟ ର ସମସ୍ତ ଗୁରୁଜୀ, ଗୁରୁମା,କର୍ମଚାରୀ, ଅଭିଭାବକ, ଅଭିଭାବିକା ମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ସହଯୋଗ କରିଥିଲେ ।ପରିଶେଷରେ ବଲରାମ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୭/୪/୨୦୨୪---୯,୪୫ Sakhigopal News,7/4/2024

Popular Posts