Breaking News

କବିତା କମ୍ପନରେ ମୁଖରିତ ହନୁମାନ ମଣ୍ଡପ



ବରଗଡ - ସମ୍ବଲପୁର ସର୍ବତ୍ର ମନୋରଞ୍ଜନର ମାଧ୍ୟମ ଭାବରେ ଅଭିନୟ କଳା ପ୍ରମୁଖ ସ୍ଥାନ ନେଇଥିବା ବେଳେ ସବୁକୁ ପଛକୁ ପକେଇ ଆଗେଇ ଚାଲିଛି ଭାଷା ଆନ୍ଦୋଳନ । ଆଉ ମାତୃଭାଷା ମହକରେ ଉଲ୍ଲସିତ ପଶ୍ଚିମ ଓଡ଼ିଶାର ଜନଗଣ ବୋଲି ମତ ପ୍ରକାଶ ପାଇଛି। ବରଗଡ଼ ଜିଲ୍ଲା ଭେଡେନ ଅଂଚଳରେ ଦୀର୍ଘ ଢେର ବର୍ଷ ଧରି ଚାଲିଆସିଥିବା ହନୁମାନ ଜୟନ୍ତୀକୁ ଉତ୍ସବ ମୁଖରିତ କରିବାରେ ପ୍ରମୁଖ ସାଜିଛି କବି ସମ୍ମିଳନୀ। ପଣା ସଂକ୍ରାନ୍ତି ମଧ୍ୟାହ୍ନରେ ଅନୁଷ୍ଠିତ ପୂଜାର୍ଚ୍ଚନାରେ ଉତ୍ପନ୍ନ କୁମାର ଭୋଇ ଓ ବିଷ୍ଣୁପ୍ରିୟା ଭୋଇ କର୍ତ୍ତା ଦାୟିତ୍ଵ ତୁଲାଇଥିବା ବେଲେ ସମସ୍ତଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା ହୋଇଥିଲା। ଅପରାହ୍ନରେ ଆୟୋଜିତ ସାରସ୍ଵତ ସମାରୋହରେ ସଂଯୁକ୍ତ କୃସକ୍ ସଙ୍ଗଠନର ଆବାହକ ରମେଶ ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ।  କ୍ରାନ୍ତି କବି ହରିଲାଲ ସାହୁ,ବ୍ୟଙ୍ଗ କବି ଅଧିକାରୀ ସା,ଛନ୍ଦ କବି ସୁରେଶ ଚନ୍ଦ୍ର ଭୋଇ ବୈପ୍ଳବିକ ହାସ୍ୟ ଓ ବ୍ୟଙ୍ଗ କବିତା ମାଧ୍ୟମରେ ବହୁ ଉପାଦେୟ ଚେତନା ବାର୍ତ୍ତା ପ୍ରଦାନ କରିଥିଲେ । ଅଧ୍ୟାପକ ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତା କରିଥିବାବେଳେ ରମ୍ୟ କବି ମୁନିରାମ କୁମ୍ଭାର ସଂଯୋଜନା କରିଥିଲେ ।  ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଆୟୋଜକ ସରୋଜ କୁମାର ନାୟକ, ପ୍ରବୀଣ କଳାକାର ଛବିଲ ପଧାନ, କବି ଲକ୍ଷ୍ମଣ ମଲ୍ଲିକ, ଗୁଣନିଧି ଭୋଇ, ମୋହନ ମହାନନ୍ଦ, କୃଷକ ସଂଗଠକ ପ୍ରଶାନ୍ତ ପ୍ରମୁଖ ଯୋଗଦେଇଥିଲେ। ଆୟୋଜନରେ କବି ଗୋପାଲ ବେସରା, ସ୍ଥାନୀୟ ୱ।ଡ୍ ମେମ୍ବର ପ୍ରକାଶ ଲୁହା, ହନୁମାନ ପୂଜକ ଅମର୍ କୁମ୍ଭାର, କର୍ଣ୍ଣ ବେସରା, ଉପେନ୍ଦ୍ର ମହାନନ୍ଦ, ରାମଚନ୍ଦ୍ର ଦୀପ,ଡୋଲାମଣି କର୍ଣାଲ, ବାଲେଶ୍ଵର ଦୀପ,ଦସ ସୁନା ପ୍ରମୁଖ ନୁଆପାଲି ବସ୍ତିବାସିନ୍ଦା ସହଯୋଗ କରିଥିଲେ।ଏହା ସହିତ ରାତ୍ରୀରେ ନୃତ୍ୟ ପ୍ରତିଯୋଗିତା ଓ ଚକରକେନ୍ଦ ଗ୍ରାମର ପ୍ରସିଦ୍ଧ ଦଣ୍ଡ ନୃତ୍ୟ ପରିବେଷଣ ସହିତ ହଜାର ହଜାର ଦର୍ଶକ  ସମାଗମରେ ଭକ୍ତି ଓ ଭାବର ସଙ୍ଗମ ଘଟିଥିବା ଚର୍ଚ୍ଚା ହୋଇଥିଲା। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୭/୪/୨୦୨୪---୯,୨୦ Sakhigopal News,16/4/2024

Blog Archive

Popular Posts