>>
  • ମକରା ନଦୀରେ କୁମ୍ଭୀର ଆତଙ୍କ ; ବନ ବିଭାଗ ଓ ପୁଲିସ କୁମ୍ଭୀରକୁ ଖୋଜି ଖୋଜି ନୟାନ୍ତ
  • >>
  • ସାତ ରଙ୍ଗ ଓ ସାତଟି ଗଳ୍ପର ଚଳଚିତ୍ର ଇନ୍ଦ୍ରଧନୁ
  • >>
  • କୋଣାର୍କର ବରିଷ୍ଠ ସାମ୍ବାଦିକ ଅଜିତ କୁମାର ମଲ୍ଲିକ ଙ୍କ ଦେହାନ୍ତ
  • >>
  • ସତ୍ୟବାଦୀର ସାରଙ୍ଗାଯୋଡ଼ି ରେ କୁକୁଡ଼ା ମଡକ ; ହତାସ ଚାଷୀ କୁଳ
  • >>
  • ଶିଶୁମାନେ ହିଁ ଦେଶର ଉଜ୍ଜ୍ୱଳ ଭବିଷ୍ୟତ
  • >>
  • ସତ୍ୟବାଦୀ ରେ ପୁଣି ଲଜ୍ୟା, ନାବାଳିକା ଙ୍କୁ ଦୁର୍ଗମ ଅଭିଯୋଗ
  • >>
  • ସତ୍ୟବାଦୀ ରେ ନିଶାକୁ ନା କାର୍ଯ୍ୟକ୍ରମ ଅନୁଷ୍ଠିତ
  • >>
  • ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ମହିଳା କର୍ମଚାରୀ ଓ ଛାତ୍ରୀଙ୍କ ଯୌନ ଉତ୍ପୀଡ଼ନ ସମ୍ବନ୍ଧୀୟ ସଚେତନତା କର୍ମଶାଳା
  • >>
  • ଆଭ୍ୟନ୍ତରୀଣ ଅଭିଯୋଗ କମିଟିତରଫରୁ ଯୌନ ଉପୂୀଡନ ସମ୍ପର୍କିତ ଏକ ସଚେତନତା କର୍ମଶାଳା
  • >>
  • ଆଇନଜୀବୀ ଉପେନ୍ଦ୍ର ବିଶ୍ଵାଳଙ୍କ ପିତୃ ବିୟୋଗ
  • >>
  • ବଳଙ୍ଗା ଥାନା ଘଟଣା, ଚବିଶ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ ; ପୀଡ଼ିତାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ଦାବି କଲା କଂଗ୍ରେସ
  • >>
  • ଗ୍ୟାଲେରୀ କଲେଜ ରେ ଯୌନ ନିର୍ଯାତନା ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ
  • >>
  • ଶ୍ରୀ ବତ୍ସ ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ସହିତ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ
  • >>
  • କଣାସ ଅଞ୍ଚଳରୁ ୩ମାସ ହେଲା ଝାଡାବାନ୍ତି ପିଛାଛାାଡୁନି; ଆଜି ୧୦ ଆକ୍ରାନ୍ତ
  • >>
  • ଅଗ୍ନିକାଣ୍ଡଘଟି ୨ବଖରା ଘର ଜଳିଗଲା
  • ପ୍ରଧାନ ଶିକ୍ଷୟତ୍ରୀ ବନ୍ଦନା ମହାପାତ୍ରଙ୍କର ସେବା ନିବୃତ୍ତି ସମ୍ମର୍ଦ୍ଧନା ସମାରୋହ ଅନୁଷ୍ଠିତ



     ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକର ଜୟପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ବନ୍ଦନା ମହାପାତ୍ରଙ୍କର ସେବା ନିବୃତ୍ତି ସମ୍ମର୍ଦ୍ଧନା ସଭା ଦେବରାଜ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଅବସରପ୍ରାପ୍ତ ଶିକ୍ଷକ ଦୁର୍ଗା ପ୍ରସାଦ ମିଶ୍ର ସଭାପତିତ୍ୱ କରିଥିଲେ । ମୁଖ୍ୟବକ୍ତା ଭାବେଅବସରପ୍ରାପ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକ ସତ୍ୟବାଦୀ ଦାଶ ଯୋଗଦେଇ କହିଥିଲେ ସତ୍ୟବାଦୀ ଶିକ୍ଷକ ସମାଜ ଜଣେ ହସ ହସ ମୁହଁରେ କାର୍ଯ୍ୟକରିବା ଶିକ୍ଷୟତ୍ରୀଙ୍କୁ ବିଦାୟ ଦେଲା । ଯେଉଁଥି ପାଇଁ ଶିକ୍ଷକ ସମାଜ ଠାରୁ ଛାତ୍ର ଛଶତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟି ଓଗ୍ରାମବାସୀ ମାନେ ଆଜି ତାଙ୍କୁ ମନେରଖିଛନ୍ତି । ସେହିପରି ଅନ୍ୟତମ ଅତିଥି ଭାବେ ଶିକ୍ଷକ ସଂଘର ସଭାପତି ପ୍ରହଲ୍ଳାଦ ଦାଶ ଯୋଗଦେଇ କହିଥିଲେ ଆଜିର ଶିକ୍ଷକ ସମାଜ ଅବସର ଗ୍ରହଣ କରୁଥବା ଶିକ୍ଷୟତ୍ରୀଙ୍କ ଠାରୁ ଶିଖିବା କଥା ଯେ ସମସ୍ତ କାମ ଭଲ ଭାବେ ବୁଝିସୁଝି କରିଲେ ପଛକୁ କୌଣସି ଅସୁବିଧା ନଥିବ ବୋଲି କହିଥିଲେ । ଶିକ୍ଷକ ସୋମନାଥ ନନ୍ଦ, ସୁନୀଲ କୁମାର ବେହେରା, ଅବସରପ୍ରାପ୍ତ ଶିକ୍ଷୟତ୍ରୀ ତଥା କବୟତ୍ରୀ ବିଶାଖା ଦେବୀ, ସାଇ ସାହିତ୍ୟ ଅନୁଷ୍ଠାନର ସଭାପତି ସୁଦର୍ଶନ ପ୍ରଧାନ ପ୍ରମୁଖ ଯୋଗ ଦେଇ ଅବସର ପ୍ରାପ୍ତ ଗ୍ରହଣ କରୁଥିବା ଶିକ୍ଷୟତ୍ରୀ ବନ୍ଦନା ମହାପାତ୍ରଙ୍କ ଗୁଣଗାନ କରିଥିଲେ । ଶିକ୍ଷକ ଲକ୍ଷ୍ମୀଧର ପାଣି ବିଭୁବନ୍ଦନା ଗାନ କରିଥିବା ବେଳେ ତାଙ୍କୁ ଅରୁ ପ୍ରଧାନ ସହଯୋଗ କରିଥିଲେ । ଅନେକ ଶିକ୍ଷକ ଶିକ୍ଷୟତ୍ରୀ କବି ମାନେ କବିତା ମାଧ୍ୟମରେ କବିତା ପାଠ କରି ସମ୍ମର୍ଦ୍ଧନା ଦେଇଥିଲେ ।  କବି, ଲେଖକତଥା ଏହି ସମ୍ମର୍ଦ୍ଧନା ସମାରୋହର ଆୟୋଜକ ଅବସରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର ନାଥ ଷଡଙ୍ଗୀ ଏକ ପ୍ରସ୍ତାବ ଦେଇଥିଲେ ଯେ ସତ୍ୟବାଦୀରେ ବିଭିନ୍ନ ସଂଗଠନ ଥିବା ବେଳେ ଅବସରପ୍ରାପ୍ତ ଶିକ୍ଷକ ସଂଘ ନାହିଁ । ତୁରନ୍ତ ଅବସରପ୍ରାପ୍ତ ନେଇଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଏକ ସଂଘ ଗଠନ କରିବା ପାଇଁ ସେ ପ୍ରସ୍ତାବ ଦେଇଥିଲେ ।  ସେହିପରି ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଅବସର ନେଇଥିବା ଶିକ୍ଷକୟତ୍ରୀଙ୍କୁ ଉପଢ଼ୌକନ, ମାନପତ୍ର ଓଫୁଲତୋଡା ଦେଇ ସମ୍ମଦ୍ଦିତ କରିବା ସହ ଶ୍ରୀମତୀ ବନ୍ଦନା ମହାପାତ୍ରଙ୍କର ଅବସର ସମୟ ସୁଖମୟ ହେଉ ବୋଲି ପ୍ରଭୁ ଗୋପିନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ସୁଜତା ଦେବୀ ସଂଯୋଜନା କରିଥିବା ବେଳେ ଶିକ୍ଷକ ମାନସ ପଟ୍ଟନାକୟ ଧାନ୍ୟବାଦ ଦେଇଥିଲେ । 

    ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୦/୪/୨୦୨୪---୬,୧୦    Sakhigopal News, 30/4/2024

    Blog Archive

    Popular Posts