Breaking News

ନିଆଁରେ ପୋଡ଼ିଯାଇ ଯୁବକ ଗୁରୁତର , ହସ୍ପିଟାଲ୍ ରେ ଭର୍ତ୍ତି



ଜଟଣୀ---: ଜଟଣୀ ଥାନା ଅନ୍ତର୍ଗତ ବେଣାପଞ୍ଜରୀ ମଝିସାହି ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଜଣେ ବ୍ୟକ୍ତି ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି। ଗ୍ରାମବାସୀମାନେ ଉଦ୍ଧାର କରି ହସ୍ପିଟାଲ୍ ରେ ଭର୍ତ୍ତି କରିଛନ୍ତି। ଗୁରୁତର ଯୁବକ ହେଲେ ଜଗନ୍ନାଥ ବେହେରା (୪୦)। ତାଙ୍କ ଅବସ୍ଥା ଏବେ ଗୁରୁତର ଥିବା  ସୂଚନା ମିଳିଛି। କେଉଁ କାରଣ ପାଇଁ ତାଙ୍କ ଦେହରେ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ। 
ଘଟଣାନୁଯାୟୀ, ଗତକାଲି ରାତି ପ୍ରାୟ ୧ଟା ସମୟରେ ମଝିସାହିରେ ସମସ୍ତେ ଶୋଇଥିଲେ। ଏହି ସମୟରେ ହଠାତ୍ ଜଗନ୍ନାଥ ଚିତ୍କାର କରିଥିଲେ। ଗାଁ ଲୋକେ ଉଠି ଦେଖନ୍ତି ଯେ  ଜଣେ ବ୍ୟକ୍ତିଙ୍କ ଦେହରେ ନିଆଁ ଲାଗିଯାଇଛି । ସେ ଦଉଡୁଛି।ଗ୍ରାମବାସୀ ମାନେ ପାଣି ପକାଇ ନିଆ ଲିଭାଇବା ପରେ ଆମ୍ବୁଲାନ୍ସ ସହାୟତାରେ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଅବସ୍ଥା ଗୁରୁତର ହେବାରୁ ଏମସ୍ ହସ୍ପିଟାଲ୍ ରେ ଭର୍ତ୍ତି କରିଥିଲେ। ହସ୍ପିଟାଲ୍ ରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ଜଗନ୍ନାଥଙ୍କ ଦେହରେ କିପରି ନିଆଁ ଲାଗିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଆସନ୍ତାକାଲି ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯିବ ବୋଲି ଜଣାପଡ଼ିଛି। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୪/୪/୨୦୨୪----୯,୪୫ Sakhigopal News,24/4/2024

Popular Posts